କୁରାଢୀରେ ମୁଣ୍ଡକୁ ହାଣିଲେ, ପେଟ ଚିରି ଅନ୍ତନଳୀ ବାହାର କରିଦେଲେ, ମନ ଭରିଲାନି ଯେ LLB ଛାତ୍ରଙ୍କ ଆଙ୍ଗୁଠି କାଟିଦେଲେ
ମେଡିକାଲ ଷ୍ଟୋର ମାଲିକଙ୍କ LLB ଛାତ୍ର ଉପରେ ନୃଶଂସ ଆକ୍ରମଣ।
କାନପୁର: ଏତେ ନୃଶଂସ ଲୋକ। ରାତିରେ ମେଡିସିନ୍ କିଣିବାକୁ ଯାଇଥିବା ଜଣେ LLB ଛାତ୍ର ଉପରେ ଆକ୍ରମଣ। ଆଉ ଆକ୍ରମଣ କରିଛନ୍ତି ମେଡିକାଲ ଷ୍ଟୋରର ମାଲିକ। ଆଉ ଏହି ଘଟଣା ଏତେ ଭୟଙ୍କର ଯେ ଶୁଣିଲେ ଆପଣଙ୍କ ଦେହ ଶିତେଇ ଉଠିବ।
ହଁ ଆଜ୍ଞା ଔଷଧ ଆଣିବାକୁ ଯାଇଥିବା LLB ଛାତ୍ର ଉପରେ ମେଡିକାଲ ଷ୍ଟୋରର ମାଲିକ ଏବଂ ତାଙ୍କର ୩ ଜଣ ସହଯୋଗୀ ଏକ କୁରାଢୀ ନିର୍ମମ ଭାବରେ ଆକ୍ରମଣ କରିଥିଲେ।
LLB ଛାତ୍ରକୁ ଆକ୍ରମଣ:
ଏହି ହୃଦୟ ବିଦାରକ ଘଟଣାଟି କାନପୁରର ରାୱତପୁର ଥାନା ଅଞ୍ଚଳ ଅନ୍ତର୍ଗତ କେଶବପୁରମରେ ଶନିବାର ରାତିରେ ଘଟିଛି। ଯେଉଁଠାକୁ ଜଣେ LLB ଛାତ୍ର ଔଷଧ କିଣିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ।
ମେଡିକାଲ ଷ୍ଟୋର ମାଲିକ ଏବଂ ତାଙ୍କର ତିନି ଜଣ ସହଯୋଗୀ ଏକ କୁରାଢୀ ନିର୍ମମ ଆକ୍ରମଣ କରିଥିଲେ। କେବଳ ସେତିକି ନୁହେଁ ଛାତ୍ରଙ୍କ ଏପରି ଦୟନୀୟ ଭାବରେ ମାରିବା ପାଇଁ ଚେଷ୍ଟା କରିଥିଲେ ଯେ ତାଙ୍କ ଅନ୍ତନଳୀ ପର୍ଯ୍ୟନ୍ତ ବାହାର କରିଦେଇଥିଲେ।
ପେଟ ଚିରି ଅନ୍ତନଳୀ ବାହାର କରିଦେଲେ:
ଛାତ୍ର ଜଣଙ୍କ ଆକ୍ରମଣରେ ଅତ୍ୟନ୍ତ ଗୁରୁତର ହୋଇ ପଡିଥିଲେ। ଆକ୍ରମଣକାରୀମାନେ ଉକ୍ତ ଛାତ୍ରଙ୍କ ମୁଣ୍ଡ ଫଟାଇ ଦେଇଥିଲେ। ଏହା ସହ ତାଙ୍କ ହାତର ୨ଟି ଆଙ୍ଗୁଠି ମଧ୍ୟ କାଟି ଦେଇଥିଲେ।
ଏତିକିରେ ସେମାନଙ୍କର ମନ ଶାନ୍ତି ହୋଇନଥିଲା ଯେ, ଛାତ୍ର ଜଣଙ୍କର ପେଟ ଚିରି ତାଙ୍କ ଅନ୍ତନଳୀକୁ ବାହାର କରିଦେଇଥିଲେ। ଛାତ୍ର ଜଣଙ୍କ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିଲେ।
ଏହା ଦେଖି ରାସ୍ତାରେ ଯାଉଥିବା ଲୋକ ସେଠାରୁ ରୁଣ୍ଡ ହେବାରୁ ଆକ୍ରମଣକାରୀମାନେ ତାଙ୍କୁ ଛାଡ଼ି ସେଠାରୁ ଚାଲି ଯାଇଥିଲେ। ପରେ ଛାତ୍ର ଜଣଙ୍କୁ ଉଦ୍ଧାର କରାଯାଇଥିଲା।
ହସ୍ପିଟାଲରେ ଭର୍ତ୍ତି:
ପରିବାର ଲୋକ ଛାତ୍ର ଜଣଙ୍କୁ ଚିକିତ୍ସା କରିବା ପାଇଁ ହସ୍ପିଟାଲକୁ ନେଇ ଯାଇଥିଲେ। ହେଲେ ତାଙ୍କ ଅବସ୍ଥା ଏତେ ଗୁରୁତର ଥିଲା ଯେ ୩ଟି ମେଡିକାଲ ଭର୍ତ୍ତି କରିବାକୁ ମନା କରିଦେଇଥିଲେ।
ଶେଷରେ ତାଙ୍କୁ ରିଜେନ୍ସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ତାଙ୍କର ଦୁଇ ଘଣ୍ଟା ଧରି ପେଟ ଅସ୍ତ୍ରୋପଚାର କରାଯାଇଥିଲା। ଛାତ୍ରଙ୍କ ମୁଣ୍ଡରେ ୧୪ଟି ଷ୍ଟିଚ୍ କରାଯାଇଥିଲା ଏବଂ ତାଙ୍କ ଆଙ୍ଗୁଠିଗୁଡିକୁ ପୁଣି ଯୋଡ଼ା ଯାଇଥିଲା।
ମାଆଙ୍କ ପ୍ରତିକ୍ରିୟା:
ପୀଡିତ ଅଭିଜିତ ସିଂହ ଚାଣ୍ଡେଲ (୨୨), କାନପୁର ବିଶ୍ୱବିଦ୍ୟାଳୟରେ ପ୍ରଥମ ବର୍ଷର ଏଲଏଲବି ଛାତ୍ର। ତାଙ୍କ ମାଆ ନୀଲମ ସିଂହ ଚାଣ୍ଡେଲ କହିଛନ୍ତି ଯେ ଶନିବାର ରାତି ପ୍ରାୟ ୯ଟାରେ ଅଭିଜିତ ଘରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଥିବା ଏକ ମେଡିକାଲ ଷ୍ଟୋରକୁ ଔଷଧ କିଣିବାକୁ ଯାଇଥିଲେ।
ସେଠାରେ, ଦୋକାନ ମାଲିକ ଅମର ସିଂହଙ୍କ ସହ ତାଙ୍କର ଟଙ୍କା ପାଇଁ ଯୁକ୍ତିତର୍କ ହୋଇଥିଲା। ଅମରଙ୍କ ଭାଇ ବିଜୟ ସିଂହ, ରାଜକୁମାର ରାଜ ଶ୍ରୀବାସ୍ତବ ଏବଂ ନିଖିଲ, ଯେଉଁମାନେ ଦୋକାନରେ ଉପସ୍ଥିତ ଥିଲେ ତାଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲେ। ତା’ପରେ ସେମାନେ କୁରାଢ଼ିରେ ତାଙ୍କ ଉପରେ ଆକ୍ରମଣ କରିଥିଲେ।
ନୀଲମ କହିଛନ୍ତି, “ପ୍ରଥମେ ସେମାନେ ତାଙ୍କ ମୁଣ୍ଡରେ ଆଘାତ କରିଥିଲେ, ଯାହା ଫଳରେ ହାଡ଼ଗୁଡ଼ିକ ବାହାରକୁ ବାହାରି ଆସିଥିଲା। ଅଭିଜିତ ପଡ଼ିଯିବା ପରେ ସେମାନେ ତାଙ୍କ ପେଟରେ ଅନେକ ଥର ଆଘାତ କରିଥିଲେ, ଯାହା ଫଳରେ ତାଙ୍କ ଅନ୍ତନଳୀ ବାହାରି ଆସିଲା।
ସେ ଖସିଯିବାକୁ ଚେଷ୍ଟା କରିବା ସମୟରେ ସେମାନେ ତାଙ୍କୁ ଧରି ତାଙ୍କ ଦୁଇଟି ଆଙ୍ଗୁଠି କାଟି ଦେଇଥିଲେ। ଶବ୍ଦ ଶୁଣି ପଥଚାରୀମାନେ ସେମାନଙ୍କ ପାଖକୁ ଦୌଡ଼ିବା ପରେ, ଅଭିଯୁକ୍ତମାନେ ପଳାଇ ଯାଇଥିଲେ।
ପରିବାର ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ଅଭିଜିତଙ୍କ ଅନ୍ତନଳୀକୁ କପଡାରେ ବାନ୍ଧିବା ପରେ ତାଙ୍କୁ ହସ୍ପିଟାଲକୁ ନେଇଯାଇଥିଲେ। ଅଭିଜିତଙ୍କ ଅବସ୍ଥା ଦେଖି ଅନେକ ହସ୍ପିଟାଲ ତାଙ୍କୁ ଭର୍ତ୍ତି କରିବାକୁ ମନା କରିଦେଇଥିଲେ। ରିଜେନ୍ସିରେ ଦୁଇ ଘଣ୍ଟାର ଅସ୍ତ୍ରୋପଚାର ପରେ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି, କିନ୍ତୁ ଜୀବନ ପାଇଁ ଲଢ଼େଇ ଜାରି ରହିଛି।”
ଅଭିଜିତଙ୍କ ବିରୋଧରେ ବିପରୀତ ଅଭିଯୋଗ:
ଆଶ୍ଚର୍ଯ୍ୟଜନକ ଭାବରେ, ଆକ୍ରମଣକାରୀମାନେ ପୋଲିସ ସହିତ ମିଶି ଆହତ ଅଭିଜିତଙ୍କ ବିରୁଦ୍ଧରେ ଚାନ୍ଦା ଆଦାୟ, ଡକାୟତି ଏବଂ ଆକ୍ରମଣ ପାଇଁ ଏକ ମାମଲା ରୁଜୁ କରିଥିଲେ।
ବିଜୟ ସିଂହଙ୍କ ଅଭିଯୋଗ ଆଧାରରେ, ରାୱତପୁର ପୋଲିସ ଅଭିଜିତଙ୍କ ବିରୁଦ୍ଧରେ ଗୁରୁତର ଅଭିଯୋଗରେ ଏକ ମାମଲା ରୁଜୁ କରିଥିଲେ। ମା’ ନୀଲମ ଅଭିଯୋଗ କରିଛନ୍ତି ଯେ ମୁଖ୍ୟ ଅଭିଯୁକ୍ତ ପ୍ରିନ୍ସ ରାଜ ଶ୍ରୀବାସ୍ତବ ଜଣେ ଅପରାଧୀ ଏବଂ ନିଜକୁ ଜଣେ ଓକିଲ ବୋଲି ଦାବି କରନ୍ତି।
ତାଙ୍କ ବିରୁଦ୍ଧରେ କାକାଦେବ ପୋଲିସ ଷ୍ଟେସନରେ ଦାଦାବଟି ଆଦାୟ ଏବଂ ଜମି ହଡ଼ପ ମାମଲା ରହିଛି। ଅନ୍ୟ ଅଭିଯୁକ୍ତମାନଙ୍କର ମଧ୍ୟ ପୂର୍ବରୁ ମାମଲା ରହିଛି।
୩ ଜଣ ଅଭିଯୁକ୍ତ ଗିରଫ:
ପରିବାର ଲୋକେ ପୋଲିସ ଉପରେ ପକ୍ଷପାତିତା ଅଭିଯୋଗ ଆଣି ଉଚ୍ଚ କର୍ତ୍ତୃପକ୍ଷଙ୍କଠାରୁ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏତେ ନିଷ୍ଠୁରତା ସତ୍ତ୍ୱେ, ଅଭିଯୁକ୍ତମାନେ ଏବେ ବି ଖୋଲାଖୋଲି ବୁଲୁଥିବାରୁ ସ୍ଥାନୀୟ ଲୋକମାନେ କ୍ଷୁବ୍ଧ। ଅନ୍ୟପକ୍ଷରେ, ପୋଲିସ କହିଛି ଯେ ଅପରପକ୍ଷରୁ ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରାଯାଇ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।
