fbpx

ଆଜି ଆସିବ ଲକଡାଉନ୍ ୪.୦

ନୂଆଦିଲ୍ଲୀ,୧୭/୫: ଦେଶର ତୃତୀୟ ପର୍ଯ୍ୟାୟ ଲକଡାଉନର ସମୟ ସୀମା ଆଜି ସରିବାକୁ ବସିଛି । ନୂଆ ଗାଇଡଲାଇନ୍ ସହ ଆଜି ଆସିବ ଲକଡାଉନ୍ ୪.୦ । କିନ୍ତୁ ପୂର୍ବ ଅପେକ୍ଷା ଚତୁର୍ଥ ପର୍ଯ୍ୟାୟରେ ଲକଡାଉନରେ ଅନେକ ଦିଗରେ କଟକଣାକୁ କୋହଳ କରାଯିବାର ସମ୍ଭାବନା ରହିଛି । ଏଭଳି ସ୍ଥିତିରେ କଟକଣା କୋହଳ କରି ଅର୍ଥନୈତିକ ସ୍ୱାଧୀନତାକୁ ବଢାଇବା ସପକ୍ଷରେ ଅନେକ ରାଜ୍ୟ ପ୍ରସ୍ତାବ ରଖିଛନ୍ତି । ଏହାରି ମଧ୍ୟରେ ମିଜୋରାମ ଓ ପଞ୍ଜାବ ସରକାର ନିଜ ନିଜ ରାଜ୍ୟରେ ଲକଡାଉନକୁ ମେ ୩୧ ପର୍ଯ୍ୟନ୍ତ ଵୃଦ୍ଧି କରିଛନ୍ତି।

Get real time updates directly on you device, subscribe now.