fbpx

ପଶ୍ଚିମବଙ୍ଗରେ ବଢ଼ିଲା ଲକଡାଉନ୍: ଜାଣନ୍ତୁ କ’ଣ ରହିବ ଖୋଲା, ଆଉ କ’ଣ ବନ୍ଦ

କୋଲକାତା, ୧୫ା୫: ରାଜ୍ୟରେ ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରାଯାଇଥିବା ନେଇ ଆଜି ଘୋଷଣା କରାଯାଇଛିି ।

ତେବେ ଲକଡାଉନ ସମୟରେ ସ୍କୁଲ, କଲେଜ, ଅଙ୍ଗନବାଡ଼ି ସେଣ୍ଟରଗୁଡ଼ିକ ବନ୍ଦ ରହିବ । ଏଥିସହ ସମସ୍ତ ସରକାରୀ ଓ ବେସରକାରୀ ଅଫିସ ଖୋଲିବାକୁ ଅନୁମତି ଦିଆଯାଇ ନାହିଁ । କେବଳ ଜରୁରୀକାଳୀନ ସେବାକୁ ଅନୁମତି ଦିଆଯାଇଛି । ଦୋକାନ, ବଜାର, ମଲ, ରେଷ୍ଟୁରାଣ୍ଟ, ସେଲୁନ, ଜିମ୍, ଇମିଂ ପୁଲ, ପାର୍କ ଓ ପ୍ରାଣୀ ଉଦ୍ୟାନ ବନ୍ଦ ରହିବ । ଖୁଚୁରା ଦୋକାନଗୁଡ଼ିକ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଖୋଲିବ । ମିଠା ଓ ମାଛ ଦୋକାନଗୁଡ଼ିକ ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଖୋଲା ରହିବ । ମେଡିସିନ ଦୋକାନ ଓ ଚଷମା ଦୋକାମାନ ପୂର୍ବ ପରି ଖୋଲା ରହିବ । ମେଟ୍ରୋ ସେବା, ଲୋକାଲ ଟ୍ରେନ, ବସଗୁଡ଼ିକ ବନ୍ଦ ରହିବ । ପ୍ରାଇଭେଟ କାର, ଟ୍ୟାକ୍ସି ଆଦି ଜରୁରୀକାଳୀନ ସେବାରେ ରହିବ ନାହିଁ । ସମସ୍ତ ରାଜନୀତି, ମନୋରାଞ୍ଜନ, ସାଂସ୍କୃତିକ, ଧାର୍ମିକ ଉତ୍ସବକୁ ନିଷେଧ କରାଯାଇଛି । ଫୁଡ୍ ଓ ମେଡିସିନ ଜାତୀୟ ସାମଗ୍ରୀ ଯୋଗାଣକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଶିଳ୍ପ ଉତ୍ପାଦନ ସଂସ୍ଥାଗୁଡ଼ିକ ବନ୍ଦ ରହିବ ବୋଲି କୁହାଯାଇଛି । ରାତି ୯ଟାରୁ ସକାଳ ୫ଟା ମଧ୍ୟରେ କୌଣସି ଯାନବାହାନକୁ ଅନୁମତି ନାହିଁ । ବ୍ୟାଙ୍କ ସକାଳ ୧୦ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଖୋଲା ରହିବ । ଆସନ୍ତାକାଲିଠାରୁ ୧୫ ଦିନ ପାଇଁ ଏହି ଲକଡାଉନ ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.