fbpx

ରାଜ୍ୟରେ ଜୁନ୍ ୧୭ ଯାଏ ବଢ଼ିଲା ଲକଡାଉନ୍ ଅବଧି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୁନ୍ ୧୭ ପର୍ଯ୍ୟନ୍ତ ଲକଡାଉନ୍ ଅବଧିକୁ ବୃଦ୍ଧି କରିଛନ୍ତି । ଏହି ସମୟରେ ପୂର୍ବବତ୍ ଶନିବାର ଏବଂ ରବିବାର ସପ୍ତାହାନ୍ତ ଶଟଡାଉନ୍ ବଳବତ୍ତର ରହିବ । ଏନେଇ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଅନ୍ୟପଟେ ଆଜି ଏସିଏସ୍ କହିଥିଲେ ଯେ, ରାଜ୍ୟରେ ପଜିଟିଭ୍ ରେଟ୍ କମୁଛି । ୯ ଜିଲ୍ଲାରେ ପଜିଟିଭ୍ ହାର କମୁଥିବା ବେଳେ କିଛି ରାଜ୍ୟରେ ବର୍ତ୍ତମାନ ସଂକ୍ରମଣ ଅଧିକ ରହିଛି । ବର୍ତ୍ତମାନ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ନୁଆପଡା, ସୁନ୍ଦରଗଡ ଏବଂ ଗଜପତିରେ ଲକଡାଉନ୍ କୋହଳ କରାଯାଇଛି । ଏହି ତିନି ଜିଲ୍ଳାରେ ଦିନ ୧ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ଏହି ତିନି ଜିଲ୍ଲାରେ ସେଲୁନ୍, ପାର୍ଲର୍ ମଲ୍ ଆଦି ଖୋଲିବ ନାହିଁ । ଏଥିସହ ପୂର୍ବରୁ ଜାରି ରହିଥିବା ସମସ୍ତ କଟକଣା ଅନ୍ୟ ଜିଲ୍ଲାମାନଙ୍କରେ ଜାରି ରହିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇ କହିଛନ୍ତି ।

Get real time updates directly on you device, subscribe now.