fbpx

ଦିଲ୍ଲୀରେ ଆଉ ଏକ ସପ୍ତାହ ବଢିଲା ଲକଡାଉନ୍ ଅବଧି

ନୂଆଦିଲ୍ଲୀ ୦୧ ।୦୫ (ଓଡ଼ିଶା ଭାସ୍କର) : ଦିଲ୍ଲୀରେ ପୁଣି ବଢିଲା ଲକଡାଉନ୍ । ଆଉ ଏକ ସପ୍ତାହ ଲକଡାଉନ୍ ବଢିଥିବା ନେଇ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ କେଜ୍ରିୱଲା ଏହି ନିଷ୍ପତ୍ତି ନେଇଛନ୍ତି । ଏହି ଲକଡାଉନ୍ ମେ’ ୧୦ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରହିବ । ନିୟମରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଅତିଜରୁରୀ ସାମଗ୍ରି ଏବଂ ମେଡିସିନ୍ ଦୋକାନ ପୂର୍ବ ଭଳି ଖୋଲା ରହିବ । ସୂଚନା ଅନୁସାରେ ପୂର୍ବରୁ ଲଗାଯାଇ ଥିବା ଲକଡାଉନ୍ ମେ’ ୩ ତାରିଖ ସକାଳ ୫ଟା ଯାଏ ଲାଗୁ ହୋଇଥିଲା । ଏହାକୁ ଏବେ ବଢାଇ ଦିଆଯାଇ ମେ’ ୧୦ ତାରିଖ ଯାଏ ଘୋଷଣା କରାଯାଇଛି ।

Get real time updates directly on you device, subscribe now.