fbpx

ଲୋମରରଙ୍କ ବିସ୍ଫୋରକ ବ୍ୟାଟିଂ, ଅର୍ଶଦୀପଙ୍କୁ ୫ ୱିକେଟ: ପଞ୍ଜାବ କିଙ୍ଗସ ସମ୍ମୁଖରେ ୧୮୬ ରନର ଲକ୍ଷ୍ୟ

ନୂଆଦିଲ୍ଳୀ: ଯୁବ ବ୍ୟାଟ୍ସମ୍ୟାନ ମହିପାଲ ଲୋମରରଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ଯସଶ୍ୱୀ ଜୟସ୍ୱାଲଙ୍କ ୪୯ ରନ ସହାୟତାରେ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୧୮୫ ରନ ସଂଗ୍ରହ କରିଛି ରାଜସ୍ଥାନ ରୟାଲ୍ସ । ଏକଦା ୨୦୦ ରନ ଆଡକୁ ଅଗ୍ରସର ହେଉଥିବା ରାଜସ୍ଥାନକୁ ୧୮୫ ରନରେ ସୀମିତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ଅର୍ଶଦୀପ ସିଂ । ଟି-୨୦ରେ ନିଜର ପ୍ରଥମ ୫ ୱିକେଟ ସଫଳତା ଅର୍ଜନ କରିଥିବା ଅର୍ଶଦୀପ ୩୨ ରନ ବ୍ୟୟରେ ୫ ୱିକେଟ ଅକ୍ତିଆର କରିଥିଲେ ।
ଟସ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ପକ୍ଷରୁ ଦୁଇ ଓପ୍ନର ଏଭିନ ଲୁଇସ(୩୬) ଏବଂ ଯଶସ୍ୱୀ ଜୟସ୍ୱାଲ(୪୯)ଙ୍କ ମଧ୍ୟରେ ୫୪ ରନର ଭାଗିଦାରୀ ହୋଇଥିଲା । ଅଧିନାୟକ ସଞ୍ଜୁ ସାମସନ(୪) ବିଫଳ ହୋଇଥିଲେ ହେଁ ଲିଆମ ଲିଭିଙ୍ଗଷ୍ଟୋନ(୨୫) ଦଳୀୟ ସ୍କୋର ୧୧୬ରେ ପହଞ୍ଚାଇଥିଲେ । ଏହାପରେ ଦୁବାଇରେ ମହୀପାଲଙ୍କ ଦବଦବା ଦେଖିବାକୁ ମିଳିଥିଲା । ମାତ୍ର ୧୭ଟି ବଲ ଖେଳି ୨ଟି ଚୌକା ଓ ୪ ଛକ୍କା ସହିତ ସେ ୪୩ ରନ ସଂଗ୍ରହ କରିଥିଲେ । ତେବେ ମହୀପାଲଙ୍କ ୱିକେଟ ପତନ ପରେ ରାଜସ୍ଥାନ ଦଳର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ରିୟାନ ପରାଗ(୪), ରାହୁଲ ତେୱାତିୟା(୨) ଏବଂ କ୍ରିସ ମୋରିସ(୫) ବିଫଳ ହେବାରୁ ରାଜସ୍ଥାନ ମାତ୍ର ୧୮୫ ରନେରେ ସୀମିତ ରହିଥିଲା । ଅର୍ଶଦୀପ ସିଂ ୩୨ ରନରେ ୫ ୱିକେଟ ନେଇଥିବା ବେଳେ ମହମ୍ମଦ ଶାମି ୩ଟି ୱିକେଟ ନେଇଥିଲେ । ହରପ୍ରୀତ ବ୍ରାର ଏବଂ ଇଶାନ ପୋରେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

Get real time updates directly on you device, subscribe now.