ଜାଣନ୍ତି କି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ପ୍ରସ୍ତୁତିରେ ରହିଛି ଅନେକ ନିୟମ ଓ ରହସ୍ୟ, ଯାହା କେହି ବି ଜାଣିନଥିବେ…
ଜାଣନ୍ତି କି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ପ୍ରସ୍ତୁତିରେ ରହିଛି ଅନେକ ନିୟମ ଓ ରହସ୍ୟ
Lord Jagannath Mahaprasad: ଜଗତର ନାଥ ଜଗନ୍ନାଥ । ପ୍ରତେକ ଓଡିଆଙ୍କର ଆରାଧ୍ୟ ଦେବତା ହେଉଛନ୍ତି ଜଗନ୍ନାଥ । ଯାହାଙ୍କ ପ।ଇଁ ସମଗ୍ର ବିଶ୍ୱରେ ଭାରତ ପରିଚିତ। ମହା ପ୍ରଭୁଙ୍କୁ ନେଇ ଏଭଳି ଅନେକ କଥା ରହିଛି ଯାହା ବିଷୟରେ ଆପଣ ଜାଣିବା ଦରକାର । ତେବେ ଆସନ୍ତୁ ଜାଣିବା ସେହି ମହାପ୍ରଭୁଙ୍କ ପାଖରେ ଲାଗୁ ହେଉଥିବା ମହାପ୍ରସାଦର କଣ ରହିଛି ମାନ୍ୟତା? ଯାହା ପାଇଁ ପ୍ରତେକ ଦିନ ଲକ୍ଷ୍ୟାଧିକ ଭକ୍ତଙ୍କର ଭିଡ ଜମୁଛି ଶୀକ୍ଷେତ୍ର ଧାମରେ ।
ଯେଉଁ ମହାପ୍ରସାଦ ଟିକେ ପାଇଲେ ମନୁଷ୍ୟ ମୋକ୍ଷ ପ୍ରାପ୍ତି କରେ। ତେବେ ଏହି ମହାପ୍ରସାଦ ପ୍ରସ୍ତୁତିରେ ରହିଛି କିଛି ବିଶେଷ ନିୟମ । ତେବେ ଶ୍ରୀମନ୍ଦିର ରୋଷଶାଳାରେ କୁଆଡ଼େ କୁଡ଼ୁଆ ଉପରେ କୁଡ଼ୁଆ ରଖାଯାଇ ମହାପ୍ରସାଦ ତିଆରି ହୁଏ। ପ୍ରଥମେ ଉପର କୁଡ଼ୁଆ ସିଝିଥାଏ। ଶେଷରେ ତଳହାଣ୍ଡି ସିଝେ।
ତେବେ ନିକଟ ଅତିତରେ ଗଣମାଧ୍ୟକୁ ଦେଇଥିବା ଏକ ପ୍ରତିକ୍ରିୟାରେ ଏହି ପ୍ରକ୍ରିୟାକୁ ସଂପୂର୍ଣ୍ଣ ଭୁଲ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି। ଏହା ଏକ ଲୋକକଥା। ଏହାକୁ ଲୋକେ ସତ ବୋଲି ମାନି ନେଇଥିବା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି । ତାଙ୍କ କହିବା ଅନୁସାରେ ମହାପ୍ରଭୁଙ୍କ ରୋଷଶାଳାରେ ଏକ ସ୍ୱତନ୍ତ୍ର ଢଙ୍ଗରେ ମହାପ୍ରସାଦ ତିଆରି କରାଯାଏ।
ମହାପ୍ରସାଦ ପ୍ରସ୍ତୁତିରେ କୁଡ଼ୁଆ ଉପରେ କୁଡ଼ୁଆ ବସେ ନାହିଁ। କେବଳ ଝିଙ୍କାରେ ହିଁ ଏକାଧିକ ହାଣ୍ଡି ବସିଥାଏ। ରୋଷଶାଳାରେ ଏକାଧିକ ଚୁଲି ରହିଛି। ପ୍ରତି ଚୁଲାରେ ୬ ଟି ଲେଖା ଝିଙ୍କା ରହିଛି। ଏହି ଝିଙ୍କାରେ ହାଣ୍ଡି ବସିଥାଏ। ସବୁ ହାଣ୍ଡିକୁ ନିଆଁ ବାଜିଥାଏ। ରୋଷଘର ବେଢ଼ା ଭିତରେ ଥିବା ଗଙ୍ଗା ଯମୁନା କୁଅରୁ ପାଣି ଆସି ରୋଷେଇରେ ଲାଗି ଥାଏ।
ରୋଷେଇ ସମୟରେ ଥାଏ କଟକଣା: ଏଥିପାଇଁ ଅନେକ କଟକଣା ମଧ୍ୟ ରହିଛି। ଯେମିତିକି ରୋଷେି ସମୟରେ ପାନ କିମ୍ବା ଅନ୍ୟ କିଛି ଖାଇବେ ନାହିଁ, ଗୀତ ଗାଇବେ ନାହିଁ, କାନ୍ଦିବେ ନାହିଁ, କଳି କିମ୍ବା ଗାଳି କରିବେ ନାହିଁ। ଏହି ସବୁ ନୀତି ନିୟମ ମାନି ସୁଆର ମହାସୁଆର ମହାପ୍ରସାଦ ପ୍ରସ୍ତୁତ କରିଥାନ୍ତି।
ମହାପ୍ରସାଦ ତିଆରି ହେଉଥିବା ହାଣ୍ଡିର ନାଁ: ମହାପ୍ରସାଦ ତିଆରି ହେଉଥିବା ହାଣ୍ଡିର ବି ଅଲଗା ଅଲଗା ନାଁ ରହିଛି। ଯଥା ବାଇ ହାଣ୍ଡି, ସମାଧି ହାଣ୍ଡି,ଦାଇଆ ହାଣ୍ଡି, ଏମାର ହାଣ୍ଡି,ବଡ଼ମଠ ଓ ସାନମଠ ହାଣ୍ଡି।
ରୋଷଇରେ ଲାଗେ ଏହି ପରିବା: କେବଳ ଦେଶୀ ପରିବା ହିଁ ରୋଷଶାଳାକୁ ଯାଇଥାଏ। ଏହି ସବୁ ପରିବା ଯଥା, ଖମ୍ବ ଆଳୁ, ବିଲାତି, ବାଇଗଣ, ସଜନା ଛୁଇଁ, ଲାଉ, ଅମୃତଭଣ୍ଡା, ଭେଣ୍ଡି, ଝୁଡ଼ଙ୍ଗ ଛୁଇଁ, ପୋଇ, ଫୁଲକୋବି, ପତ୍ର କୋବି, ବିନ,ବିଟ, ଗାଜର, ଶୁଖିଲା ଲଙ୍କା, କଞ୍ଚାଲଙ୍କା, ପିଆଜ, ରସୁଣ ରୋଷଶାଳାକୁ ପଶେ ନାହିଁ। ସେହପରି କୋଶଳା, ଲେଉଟିଆ, ଅଗସ୍ତି ଶାଗ ବ୍ୟତୀତ ଅନ୍ୟ ଶାଗ ମଧ୍ୟ ବାରଣ ରହିଛି। କେବଳ ଶୁଦ୍ଧ ଘିଅରେ ପ୍ରସ୍ତୁତ ହୋଇଥାଏ ମହାପ୍ରସାଦ।
ପଶେନାହିଁ ଆଳୁଃ ହେଲେ ରୋଚକ ତଥ୍ୟ ଏହାଯେ ସେଠାରେ ପ୍ରସ୍ତୁତ ହେଉଥିବା ୫୬ ପ୍ରକାର ମହାପ୍ରସାଦରେ ଆଳୁ ବ୍ୟବହାର କରାଯାଏ ନାହିଁ । ଏହାର ଏକ ବିଶେଷ କାରଣ ରହିଛି । କାରଣ ଆମେ ଖାଉଥିବା ଆଳୁ ଏକ ବିଦେଶୀ ପରିବା ଅଟେ । ମହାପ୍ରସାଦ କେବଳ ଭାରତୀୟ ପନି ପରିବାରେ ପ୍ରସ୍ତୁତ କରାଯାଏ ।
