fbpx

ଲଭ୍-ସେକ୍ସ-ଧୋକା: ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରି ଭାଇରାଲ୍ କଲା ପ୍ରେମିକ, ଏବେ ଫେରାର୍

ପଟାଙ୍ଗି(ଓଡ଼ିଶା ଭାସ୍କର): ପ୍ରଥମେ ପ୍ରେମ କରି ମନରେ ବିଶ୍ୱାସ ଜନ୍ମାଇଲା, ଆଉ ତାପରେ ଶାରୀରିକ ସମ୍ପର୍କ ରଖିଲା ଓ ପରେ ଅନ୍ତରଙ୍ଗ ମୁହୂର୍ତ୍ତ ବେଳର ଭିଡିଓ କରି ଭାଇରାଲ କଲା ପ୍ରେମିକ । ପ୍ରେମ ନାମରେ ବିଶ୍ୱାସରେ ବିଷ ମିଶାଇଛି ଯୁବକ । ଏହି ଅଭିଯୁକ୍ତ ଜଣକ ନିଜ ଗ୍ରାମର ଜଣେ ଝିଅ ସହିତ ଏପରି କାମ କରି ଏବେ ଫେରାର୍ ହୋଇଯାଇଛି । ଏହିଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ କାଣ୍ଟି ଗ୍ରାମପଞ୍ଚାୟତ ର ନାରିଙ୍ଗପଦର ଗ୍ରାମରେ । ଏନେଇ ସେପ୍ଟେମ୍ବର ମାସ ୧୬ ତାରିଖରେ ପଟାଙ୍ଗୀ ଥାନାରେ ଏନେଇ ମାମଲା ରୁଜୁ ହୋଇଛି । ପୋଲିସ୍ ଏବେ ଅଭିଯୁକ୍ତକୁ ଧରିବାରେ ଅସଫଳ ରହିଛି ।

ସୂଚନା ଅନୁସାରେ, ଦାଦନ ଖଟିବା ପାଇଁ ଆନ୍ଧ୍ର ପ୍ରଦେଶର କାକିନଡା ଚିଙ୍ଗୁଡି କମ୍ପାନୀରେ କାମ କରୁଥିବା ବେଳେ ଗ୍ରାମର ଜଣେ ଯୁବକଙ୍କ ଦ୍ୱାରା ଯୌନ ଶୋଷଣ ଶିକାର ହୋଇଛି ପୀଡ଼ିତା । ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରୁଥିବା ବେଳେ ତାଙ୍କରି ଗ୍ରାମର ଜଣେ ଜୁନେସ୍ ଖସଲା ନାମକ ଜଣେ ବ୍ୟକ୍ତିଭ୍କ ସହିତ ବନ୍ଧୁତ୍ୱ ସ୍ଥାପନା ହୋଇଥିଲା । ତେବେ ଏପରି କିଛି ଦିନ ଯିବା ପରେ ଯୁବତୀଙ୍କ ସହିତ ଜୁନେସ୍ ଶାରୀରିକ ସମ୍ପର୍କ ରଖିବା ନେଇ କହିଥିଲା ଓ ତାକୁ ନେଇ ଗୋଟିଏ ରୁମ୍ କୁ ନେଇ ସମ୍ବନ୍ଧ ବନାଇଥିଲା । ଏହି ସମୟରେ ଯୁବକ ଜଣକ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କରିଥିଲା । ଆଉ ପରେ ଯେତେବେଳେ ଶାରୀରିକ ସମ୍ବନ୍ଧ ରଖିବାକୁ କହିଥିଲା ।

ହେଲେ ଏଥିରେ ଯୁବତୀ ରାଜି ହୋଇନଥିଲେ । ତେଣୁ ଜୁନେସ୍ ଉକ୍ତ ଯୁବତୀଙ୍କୁ ଖୁବ୍ ବାଧ୍ୟ କରୁଥିଲା । ଏହାପରେ ସେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ ଭାଇରାଲ୍ କରିଦେଇଥିଲା । ଭାଇରାଳ୍ କରିବା ପରେ ଏବେ ସେ ଫେରାର୍ ହୋଇଯାଇଥିବା ଯୁବତୀ ଜଣକ ପୋଲିସ୍ ପାଖରେ କହିଛନ୍ତି । ପୋଲିସ୍ ଏବେ ତାକୁ ଧରିବା ନେଇ ଉଦ୍ୟମ କରୁଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

Get real time updates directly on you device, subscribe now.