fbpx

ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଲା ନାବାଳକ ପ୍ରେମିକ, ଗର୍ଭବତୀ ଜାଣିବି ବିବାହ କରିବାକୁ ରୋକ୍ ଠୋକ୍ ମନା କରିଦେଲେ…

ବାରିପଦା (ଓଡ଼ିଶା ଭାସ୍କର): ଝାଡେପାଖରିଆ ଥାନା ଆମ୍ବଡିହା ଗ୍ରାମରେ ଜନୈକା ଯୁବତୀଙ୍କୁ ବିବାହ କରିବା ପ୍ରତିଶ୍ରୁତି ଦେଇ ଯୁବକ ଜଣଙ୍କ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ପରେ ଯୁବତୀ ଗର୍ଭବତୀ ହୋଇଥିଲେ । ସମାଜକୁ ତଥା ପରିବାରକୁ ଭୟ ଓ ଲଜ୍ଜାକୁ ଡରି ଯୁବତୀ ଅଭିଯୁକ୍ତ ସୋସେନ୍‌ ଟୁଡୁକୁ ବିବାହ କରିବାକୁ ବାଧ୍ୟ କଲେ । ହେଲେ ପ୍ରେମିକ ଧରାଛୁଆଁ ଦେଲେନି । ବିବାହ କରିବେନି ବୋଲି ରୋକ୍ ଠୋକ୍ ମନା କରିଦେଲେ । ଆଶ୍ଚର୍ଯ୍ୟର ବିଷୟ ଯୁବତୀଙ୍କର ବୟସ ୧୯ ହୋଇଥିବାବେଳେ ଅଭିଯୁକ୍ତଙ୍କ ବୟସ ୧୭ ବର୍ଷ ବୋଲି ଜଣାପଡିଛି । ଆଉ ସେ ବିବାହିତ ମଧ୍ୟ । କୌଣସି ଉପାୟ ନପାଇ ପୀଡିତା ଥାନାରେ ଅଭିଯୋଗ କଲେ ଏବଂ ଅଭିଯୁକ୍ତ ଏବେ ଥାନାରେ ଅଟକ ରହିଛି । ଥାନା କେସ ନଂ ୧୩୩/ ୨୧ ଦଫା ୪୧୯/୪୨୦/୩୭୬ରେ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

ସେହିପରି ଖୁଣ୍ଟା ଥାନା ଇଲାକା, ଶ୍ରୀରାମପୁର ଗ୍ରାମରେ ଯୁବତୀଙ୍କୁ ଫୁସୁଲାଫୁସୁଲି କରି ପ୍ରେମିକ ସମରାୟ ମୁର୍ମୁ ଶାରୀରିକ ସମ୍ପର୍କ ରଖିଥିଲେ । ପରେ, ସମ୍ପର୍କ ନିବିଡ ହୋଇଥିଲା । ଏହି ସୁଯୋଗରେ ଅଭିଯୁକ୍ତ ଯୁବତୀଙ୍କ ଘରକୁ ବାରମ୍ବାର ଯାଇ କୌଶଳ କ୍ରମେ ଶାରୀରିକ ସମ୍ପର୍କ ରଖୁଥିଲେ । ଯୁବତୀଙ୍କ ମନରେ ଅବିଶ୍ୱାସ ଜନ୍ମିବାରୁ ସେ ପୁରୁଷ ବନ୍ଧୁଙ୍କୁ ବିବାହ କରିବାକୁ ଜିଦ୍‌ ଧରି ବସିଲେ । ହେଲେ ଚାଲାକ ପ୍ରେମିକ ବିବାହ ପାଇଁ ରାଜି ହୋଇନଥିଲେ କି, ସମ୍ପର୍କ ମଧ୍ୟ ରଖି ନ ଥିଲେ । କିଛି ଦିନ ଅପେକ୍ଷା ପରେ ପୀଡିତା ଥାନାରେ ଅଭିଯୋଗ କଲେ । ଅଭିଯୋଗ ପରେ କେସ୍‌ ନଂ ୧୩୪/୨୧, ବିଭିନ୍ନ ଦଫାରେ ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ସମରାୟ ମୁମୁର୍କୁ ଗିରିଫ କରିଛି ।

Get real time updates directly on you device, subscribe now.