fbpx

ଆସୁଛି ଲଘୁଚାପ! ଲଘୁଚାପ ପରେ ଓଡିଶାରେ ପହଞ୍ଚିପାରେ ମୌସୁମୀ

ନୂଆଦିଲ୍ଲୀ: ଓଡିଶାକୁ ଏହି ମାସରେ ଆସିବ ମୌସୁମୀ । କାରଣ ବାତ୍ୟା ୟଶ୍ ପୂର୍ବରୁ ଆସିଥିବା ଲଘୁଚାପ ପରେ ଆଉ ଏକ ଲଘୁଚାପ ଆସୁଛି । ଏହା ମାଧ୍ୟମରେ ଓଡିଶାରେ ମୌସୁମୀର ଆଗମନ ହୋଇପାରେ । ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ୧୧ ତାରିଖରେ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆଇଏମଡି ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତିବର୍ଷ ଜୁନ୍ ୧୦ କିମ୍ବା ୧୨ ତାରିଖ ଭିତରେ ଅର୍ଥାତ୍ ରଜ ଭିତରେ ଓଡିଶାରେ ମୌସୁମୀ ପହଞ୍ଚିଥାଏ । ତେବେ ଚଳିତ ଥର ମଧ୍ୟ ସେହି ସମୟ ଅବଧି ମଧ୍ୟରେ ମୌସୁମୀ ଆସିବ ବୋଲି ଆଶା କରାଯାଉଛି । ଜୁନ୍ ମାସରେ ଓଡିଶାରେ ମୌସୁମୀ ଆସିବା ସହିତ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ମଧ୍ୟ ରହିଛି ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.