fbpx

କମିଲା ଏଲପିଜି ଦର: ଜାଣନ୍ତୁ ଏବେ କେତେରେ ମିଳିବ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ: ଏଲପିଜି ସିଲଣ୍ଡରର ଦର କମିବାରୁ ସାଧାରଣ ଲୋକଙ୍କ ମହଙ୍ଗା ମାଡ଼ରୁ ସାମାନ୍ୟ ଆସ୍ୱସ୍ଥି ମିଳିଛି । ଅଏଲ ମାର୍କେଟିଂ କମ୍ପାନୀମାନେ ୧ ଜୁଲାଇରୁ ଏଲପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି । ପେଟ୍ରୋଲ-ଡିଜେଲର ଦର ସ୍ଥିର ରହିଥିବା ବେଳେ ଏଲପିଜି ସିଲିଣ୍ଡରର ଦର ୧୯୮କୁ ହ୍ରାସ ପାଇଛି।

୧ ଜୁଲାଇରୁ ରାଜଧାନୀ ଦିଲ୍ଲୀରେ ୧୯ କିଲୋର କମର୍ସିଆଲ ସିଲିଣ୍ଡରର ଦର ୧୯୮ଟଙ୍କାକୁ ହ୍ରାସ କରିଛି ଇଣ୍ଡିଆନ ଅଏଲ । ୩୦ଜୁନ ପର୍ଯ୍ୟନ୍ତ ଏହି ୧୯ କେଜିର କମର୍ସିଆଲ ସିଲିଣ୍ଡର ୨୨୧୯ଟଙ୍କାରେ ମିଳୁଥିଲା । କିନ୍ତୁ ୧ଜୁଲାଇରୁ ଏହାର ଦର ହ୍ରାସ ପାଇ ୨୦୨୧ଟଙ୍କା ହୋଇଯାଇଛି । ସେହିପରି ପଶ୍ଚିମବଙ୍ଗରେ ୨୩୨୨ଟଙ୍କାରେ ମିଳୁଥିବା କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ହୋଇ ୨୧୪୦ଟଙ୍କାରେ ପହଞ୍ଚିଛି । ମୁମ୍ବାଇରେ ଏହାର ଦର ୨୧୭୧.୫୦ରୁ ହ୍ରାସ ହୋଇ ୧୯୮୧ଟଙ୍କା ହୋଇଛି । ଏବଂ ଚେନ୍ନାଇରେ ୨୩୭୩ଟଙ୍କା ରେ ମିଳୁଥିବା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ହ୍ରାସ ହୋଇ ୨୧୮୬ଟଙ୍କାରେ ପହଞ୍ଚିଛି । ତେବେ ତେଲ କମ୍ପାନୀ ତରଫରୁ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଦିଲ୍ଲୀରେ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ୧୦୦୩ଟଙ୍କାରେ ମିଳୁଥିବା ଜଣା ପଡ଼ିଛି।

ସୂଚନାଥାଉ କି, ୧ ଜୁନରେ କମର୍ସିଆଲ ସିଲିଣ୍ଡରର ଦର ୧୩୫ଟଙ୍କାକୁ ହ୍ରାସ କରାଯାଇଥିଲା । ସେହିପରି ସରକାର ସାଧାରଣ ଲୋକଙ୍କୁ ମହଙ୍ଗାରୁ ବଞ୍ଚାଇବା ପାଇଁ ଉଜ୍ଜ୍ୱଳା ଯୋଜନା ଅନୁସାରେ ପ୍ରତି ସିଲିଣ୍ଡରରେ ୨୦୦ଟଙ୍କାର ସବସିଡି ଦେଇଥିଲେ । ଏହି ସବସିଡି ଅନୁସାରେ ବର୍ଷରେ କେବଳ ୧୨ଟି ସିଲିଣ୍ଡର ମିଳିପାରିବ । ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ୯କୋଟି ରୁ ଅଧିକ ଉପଭୋକ୍ତାଙ୍କୁ ଲାଭ ମିଳିଛି ।

Get real time updates directly on you device, subscribe now.