fbpx

ଗ୍ରାହକଙ୍କୁ ବଡ଼ ଝଟକା: ପୁଣି ବଢ଼ିଲା ଘରୋଇ ଏଲପିଜି ଦାମ୍, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: ଦରଦାମ୍ ବଢ଼ୁଥିବା ବେଳେ ଲୋକମାନଙ୍କୁ ଲାଗିଛି ପୁଣି ଏକ ଝଟକା । ପୁଣି ବଢ଼ିଛି ଘରୋଇ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ । ୧୪.୨ କେଜି ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବଢିଛି । ଦେଶର ରାଜଧାନୀ ଦିଲ୍ଲୀରେ ଆଜିଠୁ ଏଲପିଜି ସିଲିଣ୍ଡର ଦର ୧୦୫୩ ଟଙ୍କା ହୋଇଛି । ଏହା ବ୍ୟତୀତ କୋଲକାତାରେ ଘରୋଇ ଗ୍ୟାସ୍ ୧୦୭୯ ଟଙ୍କା, ମୁମ୍ବାଇରେ ୧୦୫୨.୫୦ ଟଙ୍କା ଓ ଚେନ୍ନାଇରେ ୧୦୬୮.୫୦ ଟଙ୍କା ହୋଇଛି ।

ଏହା ସହ ୫ କେଜି ଏଲପିଜି ସିଲିଣ୍ଡର ଦର ୧୮ ଟଙ୍କା ବଢ଼ିଛି । ଅନ୍ୟପଟେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୮.୫୦ ପଇସା କମିଛି ।

Get real time updates directly on you device, subscribe now.