fbpx

Lucknow Super Giantsର ନୂଆ ଅବତାର: IPL-2023 ପାଇଁ ଲଞ୍ଚ କଲା ନୂଆ ଜର୍ସି

ନୂଆଦିଲ୍ଲୀ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୩ । ଟ୍ରଫି ହାତେଇବା ପାଇଁ ପ୍ରତ୍ୟେକ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା । ଏହାମଧ୍ୟରେ କେ.ଏଲ ରାହୁଲଙ୍କ ନେତୃତ୍ୱାଧୀନ ଲକ୍ଷ୍ନୌ ସୁପର ଜିଆଣ୍ଟସ ଲଞ୍ଚ କରିଛଇ ନିଜର ନୂଆ ଜର୍ସି । ଚଳିତବର୍ଷ ଫ୍ରାଞ୍ଚାଇଜି ଆଉ ଏକ ନୂଆ ରଙ୍ଗ ଏବଂ ନୂଆ ରୂପରେ ମଇଦାନକୁ ଓହ୍ଲାଇବ । ଗତବର୍ଷ ପ୍ରଥମ ସିଜନରେ ଦଳ ଦମଦାର ପ୍ରଦର୍ଶନ କରିଥିଲେ ବି ଫାଇନାଲରେ ପ୍ରବେଶ କରି ପାରିନଥିଲା । ତେବେ ନୂଆ ସିଜନରେ ଆଉ ଦଳର ଏକ ନୂଆ ରୂପ ଦେଖିବାକୁ ମିଳିବ ।

ବିସିସିଆଇ ସଚିବ ଜୟ ଶାହ ଆଜି ଲକ୍ଷ୍ନୌ ସୁପର ଜିଆଣ୍ଟସ ଟିମର ନୂଆ ଜର୍ସି ଲଞ୍ଚ କରିଛନ୍ତି । ଲକ୍ଷେ୍ନøର ଏହି ଜର୍ସିର ରଙ୍ଗ ଗତବର୍ଷ ଅପେକ୍ଷା ସମ୍ପୂର୍ଣ୍ଣ ବଦଳି ଯାଇଛି । ଟିମର ପୁରୁଣା ଜର୍ସି ନୀଳ ରଙ୍ଗର ଥିବା ବେଳେ ନୂଆ ଜର୍ସିର ରଙ୍ଗ ଡାର୍କ ବ୍ଲୁ ରଖାଯାଇଛି । ଏହାବ୍ୟତୀତ ଜର୍ସିରେ ଆହୁରି ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ଜର୍ସିର ଛାତିରେ MY11CIRCLEର ଲେଗୋ ଦେଖିବାକୁ ମିଳିବ । ଏହା ସହିତ ଜର୍ସିର ଉଭୟ ପାଶ୍ୱର୍ରେ କାନ୍ଧରୁ ଅଣ୍ଟା ପର୍ଯ୍ୟନ୍ତ ଲାଲ ରଙ୍ଗର ପଟି ରହିବ । ସେହିପରି ଉଭୟ ପାଶ୍ୱର୍ରେ ଅଣ୍ଟାରୁ ଉପରକୁ ତୀର ଚିହ୍ନ ଥିବା ଭିଡିଓରେ ଦର୍ଶାଯାଇଛି । ଏହି ନୂଆ ଜର୍ସିକୁ କୁନାଲ ରାୱଲ ଲଞ୍ଚ କରିଛନ୍ତି ।

ଅହମ୍ମଦାବାଦର ଏକ କାର୍ଯ୍ୟକ୍ରମରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ନିଜର ନୂଆ ଜର୍ସି ଲଞ୍ଚ କରିଛି । ଏହି କାର୍ଯ୍ୟକ୍ରମରେ ଜୟ ଶାହଙ୍କ ବ୍ୟତୀତ ଦଳର ମାଲିକ ସଞ୍ଜୀବ ଗୋଏଙ୍କା, ମେଣ୍ଟର ଗୌତମ ଗମ୍ଭୀର ଏବଂ ଅଧିନାୟକ କେ.ଏଲ ରାହୁଲ ମଧ୍ୟ ଉପସ୍ଥିତ ରହିଥିଲେ । ଦଳର ଷ୍ଟାର ବୋଲର ରବି ବିଷ୍ଣୋଇ, ଆଭେଶ ଖାନ, ଜୟଦେବ ଉନାଦକଟ ଏବଂ ଦୀପକ ହୁଡ୍ଡାଙ୍କୁ ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା ।

लखनऊ सुपर जायंट्स की पुरानी जर्सी- LSG Old Jersey (2022)

ଲକ୍ଷ୍ନୌ ସୁପର ଜିଆଣ୍ଟସ ଦଳ:

କେ.ଏଲ ରାହୁଲ(ଅଧିନାୟକ), ଆୟୁଶ ବଦୋନୀ, କାଇଲ ମେୟର, ମନନ ଭୋହରା, ଡାନିଏଲ ସାମ୍ସ, ଦୀପକ ହୁଡ୍ଡା, କର୍ଣ୍ଣ ଶର୍ମା, କୃଷ୍ଣପ୍ପା ଗୌତମ, କ୍ରୁନାଲ ପାଣ୍ଡ୍ୟା, ମାର୍କସ ଷ୍ଟୋଇନିସ, ପ୍ରେରକ ।ଂକଡ, ସ୍ୱପ୍ନିଲ ସିଂହ, ନିକୋଲାସ ପୁରନ୍, କ୍ୱିଣ୍ଟନ ଡି’ କକ୍, ଅମିତ ମିଶ୍ରା, ଆବେଶ ଖାନ୍, ଜୟଦେବ ଉନାଦକଟ, ମାର୍କ ଉଡ୍, ମୟଙ୍କ ଯାଦବ, ମୋହସିନ ଖାନ୍, ନବୀନ ଉଲ୍ ହକ୍, ରବି ବିଷ୍ଣୋଇ, ରୋମରିୟା ଶେଫର୍ଡ, ୟଶ ଠାକୁର, ୟୁଦ୍ଧବୀର ସିଂହ ।

Get real time updates directly on you device, subscribe now.