fbpx

LSG vs DC: ହୋମ୍ ଗ୍ରାଉଣ୍ଡରେ ଦିଲ୍ଲୀକୁ ୫୦ ରନରେ ହରାଇଲେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍, ମାର୍କ ଉଡ୍‌ଙ୍କୁ ପାଞ୍ଚଟି ୱିକେଟ୍

ଲକ୍ଷ୍ନୌ: ସ୍ଥାନୀୟ ଭାରତ ରତ୍ନ ଶ୍ରୀ ଅଟଳବିହାରୀ ବାଜପେୟୀ ଏକନା କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଆଇପିଏଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫୦ ରନରେ ପରାସ୍ତ କରି ଲକ୍ଷ୍ନୌ ସୁପରଜିଆଣ୍ଟସ ପ୍ରଥମ ବିଜୟ ହାସଲ କରିଛି । ପ୍ରଥମ ବ୍ୟାଟିଂ କରି ଲକ୍ଷ୍ନୌ ଓପନର କେ ମେୟର୍ସଙ୍କ ୭ ଛକା, ୨ ଚୌକା ସହ ୩୮ ବଲରୁ ୭୩ ଓ ନିକୋଲାସ ପୁରୋନଙ୍କ ୩୮ ରନ ବଳରେ ୬ ୱିକେଟ ହରାଇ ୧୯୩ ରନ କରିଥିଲା । ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ ଓ ଚେତନ ସାକାରିଆ ପ୍ରତ୍ୟେକ ୨ ଲେଖାଏଁ ୱିକେ ଅକ୍ତିଆର କରିଥିଲେ ।

ପଛରେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟ ବିନିମୟରେ ୧୪୩ ରନ କରିଥିଲା । ଅଧିନାୟକ ତଥା ଓପନର ଡେଭିଡ ୱାର୍ଣ୍ଣର ସର୍ବାଧିକ ୫୬ ରନ କରିଥିବା ବେଳେ ରିଲି ରୋସୟୁଙ୍କ ୩୦ ରନ ସବୁଠାରୁ ବଡ଼ ଯୋଗଦାନ ଥିଲା । ତେବେ ଲକ୍ଷ୍ନୌ ପାଇଁ ଖେଳୁଥିବା ଇଂଲଣ୍ଡ ପେସ୍ ବୋଲର ମାର୍କଉଡ୍ ଶାଣିତ ବୋଲିଂ କରି ୧୪ ରନ ବିନିମୟରେ ୫ ୱିକେଟ ଅକ୍ତିଆର କରିବା ପରେ ଦିଲ୍ଲୀ କ୍ୟାପିଟାଲ ବିଜୟ ଲକ୍ଷ୍ୟ ପୁରଣ କରିବା ଦିଗରେ ସକ୍ଷମ ହୋଇ ପାରିନଥିଲା ।

Get real time updates directly on you device, subscribe now.