fbpx

ଏହି ରାଜ୍ୟରେ ଜୁଲାଇ ୩୧ ଯାଏଁ ବଢିଲା ଲକ୍-ଡାଉନ୍

ସାରା ଦେଶରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ବିହାର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା ପରେ ନୀତିଶ ସରକାର ବିହାରରେ ପୁଣି ଥରେ ଲକଡାଉନ୍ ଘୋଷଣା କରିବାକୁ ନିଷ୍ପତ୍ତି ନେଇଛନ୍ତି । କରୋନାର ମୁକାବିଲା କରିବା ପାଇଁ ରାଜ୍ୟକୁ ପୁଣି ଥରେ ସମ୍ପୂର୍ଣ୍ଣ ଲକଡାଉନ୍ କରାଯାଇଛି । ନିଷ୍ପତ୍ତି ଅନୁସାରେ ୧୬ରୁ ୩୧ ଜୁଲାଇ ପର୍ଯ୍ୟନ୍ତ ବିହାର ସମ୍ପୂର୍ଣ୍ଣ ଭାବେ ଲକଡାଉନ୍ ରହିବ । କିନ୍ତୁ ସମସ୍ତ ଜରୁରୀକାଳୀନ ସେବା ସୂଚାର ରୂପେ ପାଳନ ହେବ ।

ତେବେ ମୁଖ୍ୟ ଶାସନ ସଚିବ ଦୀପକ କୁମାର ଅଧ୍ୟକ୍ଷତାରେ ହୋଇଥିବା ସିଏମଜି ବୈଠକ ପରେ ହିଁ ବିହାର ସରକାର ଏପରି ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.