ଫସିଲେ କଂଗ୍ରେସ ନେତା ଜିତୁ ପଟୱାରୀ! ଡ୍ରଗ୍ସ କାରବାରରେ ସାନ ଭାଇ ଗିରଫ?

ମଧ୍ୟପ୍ରଦେଶ ପୋଲିସ, ଇନ୍ଦୋରର ଏକ ଡ୍ରଗ୍ସ ଜବତ ମାମଲାରେ ମଧ୍ୟପ୍ରଦେଶ କଂଗ୍ରେସ ସଭାପତି ଜିତୁ ପଟୱାରୀଙ୍କ ସାନ ଭାଇ ନାନା ପଟୱାରୀଙ୍କୁ ହେପାଜତକୁ ନେଇଛି।

ନୂଆଦିଲ୍ଲୀ: ଦୁଇ ଜଣ ବ୍ୟକ୍ତିଙ୍କଠାରୁ ସନ୍ଦିଗ୍ଧ ବ୍ରାଉନ୍ ସୁଗାର ଜବତ ହେବା ପରେ ନାନା ପଟୱାରୀଙ୍କୁ ଗିରଫ କରାଯାଇଥିଲା। ତେବେ ପ୍ରାଥମିକ ତଦନ୍ତ ପରେ ତାଙ୍କୁ ଛାଡ଼ି ଦିଆଯାଇଛି ବୋଲି ପୋଲିସ ସୂଚନା ଦେଇଛି। ଏହି ମାମଲାରେ ପୋଲିସ ଏବେ ବି ତଦନ୍ତ ଜାରି ରଖିଛି।

ପୂର୍ବରୁ, ପ୍ରାୟ ୧୦.୮ ଗ୍ରାମ ସନ୍ଦିଗ୍ଧ ବ୍ରାଉନ୍ ସୁଗାର ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ପୋଲିସର କହିବା ଅନୁଯାୟୀ, ପ୍ରାଥମିକ ପଚରାଉଚରା ବେଳେ ଧରାପଡ଼ିଥିବା ଦୁଇ ଅଭିଯୁକ୍ତ ସ୍ୱୀକାର କରିଥିଲେ ଯେ, ସେମାନେ ନାନା ପଟୱାରୀ ଏବଂ ମାନବ ଗଙ୍ଗୱାନୀଙ୍କ ପାଇଁ ଏହି ନିଶା ଦ୍ରବ୍ୟ ନେଉଥିଲେ। ଏହାପରେ, ପଚରାଉଚରା ପାଇଁ ଉଭୟଙ୍କୁ ଗିରଫ କରାଯାଇଥିଲା।

Uttarakhand Govt.

ଡେପୁଟି କମିଶନର ଅଫ୍ ପୋଲିସ ନରେନ୍ଦ୍ର ରାୱତ କହିଛନ୍ତି ଯେ, ପ୍ରାଥମିକ ପ୍ରମାଣ ଏବଂ ସୂଚନା ଆଧାରରେ ନାନା ପଟୱାରୀ ଏବଂ ମାନବ ଗଙ୍ଗୱାନୀଙ୍କୁ ସେହି ରାତିରେ ହିଁ ଛାଡ଼ି ଦିଆଯାଇଥିଲା। ତେବେ, ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମାମଲାର ତଦନ୍ତ ଏବେ ବି ଜାରି ରହିଛି। ପୋଲିସ ଅଭିଯୁକ୍ତଙ୍କ କଲ୍ ରେକର୍ଡ, ଆର୍ଥିକ କାରବାର ଏବଂ ବୈଷୟିକ ପ୍ରମାଣଗୁଡ଼ିକୁ ଯାଞ୍ଚ କରୁଛି। ଆବଶ୍ୟକ ପଡ଼ିଲେ ପୋଲିସ ସେମାନଙ୍କୁ ପୁଣି ଥରେ ଡକାଇପାରେ। ଏହି ମାମଲାରେ ଗିରଫ ହୋଇଥିବା ଦୁଇଜଣଙ୍କ ବିରୋଧରେ NDPS ଆଇନ ଅନୁଯାୟୀ FIR ଦାୟର କରାଯାଇଛି।

ସୂତ୍ର ଅନୁଯାୟୀ, ନାନା ପଟୱାରୀ ପୂର୍ବରୁ ମଧ୍ୟ ଏକ NDPS ମାମଲାରେ ଅଭିଯୁକ୍ତ ଥିଲେ। ପୋଲିସ ଏହି ମାମଲାର ଲିଙ୍କ୍ ଯାଞ୍ଚ କରୁଛି। ଏହି ଘଟଣାରେ ପ୍ରତିକ୍ରିୟା ରଖି ଜିତୁ ପଟୱାରୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ଭାଇଙ୍କୁ ମିଥ୍ୟା ମାମଲାରେ ଫସାଯାଇଛି। ସେ ଶାସକ ବିଜେପି ସରକାରଙ୍କ ଉପରେ ରାଜନୈତିକ ପ୍ରତିଶୋଧ ପରାୟଣ ହୋଇ ତାଙ୍କ ପରିବାରକୁ ଭୟଭୀତ କରୁଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି।