fbpx

ବିଗିଡିଲା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା, ମେଡିକାଲରେ ଭର୍ତ୍ତି

ଗୁରୁଗ୍ରାମ: କଂଗ୍ରେସର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡିଯାଇଛି । ଫଳରେ ତାଙ୍କୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କରୋନା ମହାମାରୀର ଲକ୍ଷଣ ଦେଖାଯିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । କୁହାଯାଉଛି ଯେ, କମଲ ନାଥଙ୍କୁ ଜ୍ୱର ବ୍ୟତୀତ କରୋନା ସଂକ୍ରମଣର ଅନ୍ୟ ଲକ୍ଷଣ ଦେଖାଦେବା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । କମଲନାଥ ସକାଳ ପ୍ରାୟ ୧୦ ଟାରେ ଚେକ୍ ଅପ୍ ପାଇଁ ମେଦାନ୍ତ ହସ୍ପିଟାଲରେ ପହଞ୍ଚିଥିଲେ । ମେଡିକାଲର ୧୫ ଫ୍ଲୋରର ରୁମ୍ ନମ୍ବର ୪୪୧୨ରେ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଛି ।

ତେବେ ଫେବୃଆରୀ ମାସରେ ମଧ୍ୟପ୍ରଦେଶର ଇନ୍ଦୋରର ଏକ ଘରୋଇ ଡାକ୍ତରଖାନାରେ ଲିଫ୍ଟ ଦୁର୍ଘଟଣାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ଅଳ୍ପକେ ରକ୍ଷା ପାଇଥିଲେ । ଦୁର୍ଘଟଣା ଫଳରେ କମଲନାଥଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ଓ ପରେ ମେଡିକାଲରେ ତାଙ୍କର ବ୍ଲଡ ପ୍ରେସର ଯାଞ୍ଚ କରାଯାଇଥିଲା ।

Get real time updates directly on you device, subscribe now.