fbpx

ମାଡ୍ରାସ ହାଇକୋର୍ଟଙ୍କ ନିଆରା ସର୍ତ୍ତ: ମଦ୍ୟପ ଡ୍ରାଇଭର ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାାରେ ବାଣ୍ଟିବ ପାମ୍ପଲେଟ୍

ଚେନ୍ନାଇ: ମଦ୍ୟପାନ କରି ଗାଡି ଚଳାଇବା ଏକ ମଦ୍ୟପ ଡ୍ରାଇଭରଙ୍କୁ ମହଙ୍ଗା ପଡିଛି । ଯ।।ଫଳରେ ତାଙ୍କୁ କୋର୍ଟ ଚାଲଣ କରାଯିବା ସହ ବର୍ତ୍ତମାନ ତାଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ତେବେ ଏହି ସର୍ତ୍ତ ରୂପରେ କୋର୍ଟ ତାଙ୍କୁ ଏକ ନିଆରା ଦଣ୍ଡ ଦେଇଛନ୍ତି ।
ମଦ୍ୟପାନ କରି ଡ୍ରାଇଭିଂ କରୁଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ମାଡ୍ରାସ୍ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ଜାମିନ ପ୍ରଦାନ ସର୍ତ୍ତରେ ମଦ୍ୟପାନ କରି ଗାଡି ଚଳାଇବା ବିରୋଧରେ ପାମ୍ପଲେଟ୍ ବଣ୍ଟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ମଦ ନିଶାରେ ଗାଡି ଚଳାଉଥିବା ଏବଂ ତିନିଜଣ ଯାତ୍ରୀଙ୍କୁ ଆହତ କରିଥିବା ବ୍ୟକ୍ତି ଚେନ୍ନାଇ ଜଙ୍କସନରେ ୨ ସପ୍ତାହ ପର୍ଯ୍ୟନ୍ତ ମଦ୍ୟପାନ କରି ଗାଡି ଚଳାଇବା ବିରୋଧରେ ପାମ୍ପଲେଟ୍ ବାଣ୍ଟିବାକୁ ପଡିବ । ତେବେ ମଦ୍ୟପାନ କରି ଗାଡି ଚଳାଇବା କେତେ ବିପଜ୍ଜନକ ଏବଂ ମାରାତ୍ମକ ତାହା ସେ ଅନୁଭବ ନକରିବା ପର୍ୟ୍ୟନ୍ତ ତାଙ୍କୁ ଏହା କରିବାକୁ ପଡିବ।

ଜଷ୍ଟିସ୍ ଏଡି ଜଗଦୀଶ ଚନ୍ଦ୍ର ଅଭିଯୁକ୍ତ ଯୁବକଙ୍କୁ ଜାମିନ ପ୍ରଦାନ ବେଳେ ଏହି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଜଗଦୀଶ ଚନ୍ଦ୍ର କହିଛନ୍ତି ଯେ ସେ ୨୫,୦୦୦ ଟଙ୍କାର ପମ୍ପପ୍ଲେଟ ବାଣ୍ଟିବା ପରେ ତାଙ୍କୁ ମୁକ୍ତ କରାଯିବ । ତେବେ ଏହି ମଦ୍ୟପ ଯୁବକ ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ସମୟରେ ତିନିଜଣ ଯାତ୍ରୀଙ୍କୁ ଆହାତ କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ତେବେ ଜାମିନ ପ୍ରଦାନକୁ ବିରୋଧ କରି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯୁକ୍ତି ବାଢିଛି ଯେ ଆବେଦନକାରୀ ତାଙ୍କ ଗାଡି ସ୍ପିଡ ଏବଂ ଅବହେଳାରେ ଚଳାଉଥିଲେ । ମଦ୍ୟପାନ କରି ସେ ତିନିଜଣ ପଥଚାରୀଙ୍କୁ ଧକ୍କା ଦେଇ ସେମାନଙ୍କୁ ଆହତ କରିଥିଲେ ଏବଂ ଘଟଣାସ୍ଥଳରୁ ଫରାର ଯାଇଥିଲେ। ଅଭିଯୁକ୍ତଙ୍କୁ ଅଗଷ୍ଟ ୨୩ ରେ ଗିରଫ କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଥିଲା।

ତେବେ ମାମଲାର ସତ୍ୟତା ଏବଂ ପରିସ୍ଥିତିକୁ ଅନୁଧ୍ୟାନ କରି କୋର୍ଟ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ପ୍ରକୃତରେ, ଆବେଦନକାରୀଙ୍କ ପରାମର୍ଶଦାତା କୋର୍ଟଙ୍କୁ କହିଛନ୍ତି ଯେ ତିନିଜଣ ଆହତ ବ୍ୟକ୍ତିଙ୍କୁ ସୁସ୍ଥ କରାଯାଇଛି ଏବଂ ସେମାନଙ୍କୁ ଡାକ୍ତରଖାନାରୁ ମଧ୍ୟ ଡିସଚାର୍ଜ କରାଯାଇଛି। ତେଣୁ ଆବେଦନକାରୀଙ୍କୁ ମଧ୍ୟ ଜାମିନ ପ୍ରଦାନ କରାଯିବା ଉଚିତ କାରଣ ତାଙ୍କୁ ମଧ୍ୟ ତାଙ୍କ ପରିବାରର ଯତ୍ନ ନେବାକୁ ପଡିବ ।

Get real time updates directly on you device, subscribe now.