fbpx

କେଉଁ ଦିନ ପଡୁଛି ମହାଶିବରାତ୍ରୀ; ଜାଣନ୍ତୁ ତାରିଖ ଏବଂ ପୂଜା କରିବାର ସଠିକ୍ ମୁହୂର୍ତ୍ତ

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦେବାଦେବିଙ୍କର ଏକ ବିଶେଷ ମହତ୍ୱ ଏବଂ ଗୁରୁତ୍ୱ ରହିଛି । ତେଣୁ ଏକ ନିର୍ଦ୍ଦିଷ୍ଟ ତିଥି ବାର ନକ୍ଷତ୍ରରେ ସେହି ଦେବାଦୀଙ୍କୁ ପୂଜା ଅର୍ଚ୍ଚନା କରାଯିବା ସହ ଧରାପୃଷ୍ଟକୁ ଆବାହନ କରାଯାଏ । ଯାହାଫଳରେ ଦେବାଦେବି ଭକ୍ତମାନଙ୍କ ଉପରେ ସେମାନଙ୍କ କୃପା ଦୃଷ୍ଟି ପକାଇବା ସହ ଆର୍ଶିବାଦ କରିଥାନ୍ତି । ତେବେ ଏହାରି ମଧ୍ୟରେ ଆଉ କିଛି ଦିନ ପରେ ମହାଶିବ ରାତ୍ରୀ ଆରମ୍ଭ ହେବ । ଯେଉଁଦିନ ପ୍ରଭୁ ଭୋଳାଶଙ୍କର ଏବଂ ମାତା ପାର୍ବତୀଙ୍କ ବିବାହ ମହୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥାଏ । କିନ୍ତୁ ଶିବରାତ୍ରୀ ପୂର୍ବରୁ ଏହା କେଉଁ ତାରିଖରେ ପଡୁଛି ତାହାକୁ ନେଇ ଦ୍ୱନ୍ଦ ଦେଖାଦେଇଛି । ଶାସ୍ତ୍ର ମତରେ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପ୍ରଭୁ ଭୋଳାନାଥଙ୍କ ପ୍ରମୁଖ ପର୍ବ ମହାଶିବ ରାତ୍ରୀ ପଡିଥାଏ । ଯାହାକି ଚଳିତ ବର୍ଷ ଫେବୃଆରୀ ୧୮ ତାରିଖରେ ପଡୁଛି । ତେବେ ଏହି ଦିନ ପ୍ରଭୁଙ୍କର କଣ ରହିଛି ପୂଜା ବିଧି ଏବଂ କଣ ରହିଛି ଶୁଭ ମୁହୂର୍ତ୍ତ ଆସନ୍ତୁ ଜାଣିବା ।

ମହାଶିବରାତ୍ରୀ ଶୁଭ ମୁହୂର୍ତ୍ତ ଏବଂ ପୂଜା ବିଧି: ଶାସ୍ତ୍ର ମତରେ ଚଳିତ ବର୍ଷ ମହାଶିବରାତ୍ରୀ ଫେବୃଆରୀ ୧୮ତାରିଖ ରାତି ୮ ଟା ୨ମିନିଟରୁ ଆରମ୍ଭ ହୋଇ ୧୯ ତାରିଖ ୪ଟା ୧୮ ମିନିଟ୍ ରେ ସମାପ୍ତ ହେଉଛି । ଯେହେତୁ ମହାଶିବ ରାତ୍ରୀର ପୂଜା ନିଶି କାଳରେ କରାଯାଏ ,ତେଣୁ ଏହି ଉତ୍ସାବ ୧୮ ତାରିଖରେ ପାଳିତ ହେବ । ସେହିପରି ମହାଶିବରାତ୍ରୀର ୪ ପ୍ରହର ପୂଜା ମଧ୍ୟ ୧୮ ତାରିଖରେ ହେବ ।

ପୂଜାର ଶୁଭ ମୁହୂର୍ତ୍ତ:
ଶାସ୍ତ୍ର ମତରେ ଫେବୃଆରୀ ୧୮ ତାରିଖ ସନ୍ଧ୍ୟା ୬.୪୧ ମିନିଟରୁ ରାତି ୯. ୪୭ ମିନିଟ୍ ଯାଏ ପ୍ରଭୁଙ୍କ ପ୍ରଥମ ପୂଜା ପାଇଁ ଶୁଭ ମୂହୁର୍ତ୍ତ ପଡୁଛି ।

ସେହିପରି ପୂଜାର ଦ୍ୱିତୀୟ ଶୁଭ ମୁହୁର୍ତ୍ତ ୯. ୪୭ରୁ ଆରମ୍ଭ ହୋଇ ରାତି ୧୨.୫୩ ଯାଏଁ ରହୁଛି । ଏହି ସମୟ ମଧ୍ୟରେ ପ୍ରଭୁଙ୍କ ପୂଜା ଆରଧାନା କରିଲେ ଶୁଭ ଫଳ ପ୍ରାପ୍ତି ହେବା ସହ ଜୀବନରେ ଥିବା ସମସ୍ତ ସମସ୍ୟା ଦୂର ହେବ । ଏଥିସହିତ ଜୀବନ ଖୁସିରେ ଅତିବାହିତ ହେବ ।

ମହାଶିବରାତ୍ରୀର ପୂଜା ବିଦ୍ଧି:
ଶସ୍ତ୍ର ମତରେ ମହାଶିବରାତ୍ରୀ ଦିନ, ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରିବା ସହ ଶିବ ଉପବାସ କରନ୍ତୁ । ଏହାପରେ ନିତି ନିୟମ ଅନୁଯାୟୀ ଭଗବାନ ଶିବଙ୍କ ପୂଜା ଆରଧାନା କରନ୍ତୁ ଏବଂ ଭୋଳାନାଥଙ୍କ କ୍ଷୀରାଭିଶେକ କରାନ୍ତୁ । ଏପରି କରିବା ଦ୍ୱାରା ପ୍ରଭୁଙ୍କ ଆର୍ଶିବାଦ କୃପା ପ୍ରାପ୍ତି ହୋଇଥାଏ । ଯାହାଫଳରେ ଜୀବନରୁ ସବୁ ଦୁଃଖ କଷ୍ଟ ଦୂରେଇ ଯାଏ । ଏତତ୍ ବ୍ୟତୀତ ଶିବରାତ୍ରୀ ଦିନ ପ୍ରଭୁ ଶମ୍ଭୁନାଥଙ୍କୁ ତ୍ରୀଶାଖା ବେଲପତ୍ର, ଭାଙ୍ଗ, ଧତୁରା, ଜାଇଫଳ, କମଣ୍ଡଳୁ, ଫଳ, ଫୁଲ, ଆଦି ଅର୍ପଣ କରନ୍ତୁ । ଏଥିସହିତ ଓମ୍ ନାମ ଶିବାୟଃ ମନ୍ତ୍ର ମଧ୍ୟ ଜପ କରନ୍ତୁ । ଯାହାଫଳରେ ଆପଣଙ୍କ ଜୀବନରେ ଥିବା ସମସ୍ତ ଦୁଃଖ କଷ୍ଟ ପ୍ରଭୁ ଦୂର କରିବେ । ସେହିପରି ମହାଶିବରାତ୍ରୀ ଦିନ ଶିବ ଚାଳିସା ମଧ୍ୟ ଗାନ କରନ୍ତୁ ।

Get real time updates directly on you device, subscribe now.