fbpx

ମହାଭାରତର ଦୁର୍ଯ୍ୟୋଧନଙ୍କୁ ଘରେ ମିଳି ନଥିଲା ଖାଇବା, ଜାଣନ୍ତୁ କାରଣ

ସାରା ଦେଶରେ ଲକଡାଉନ୍ କାରଣରୁ ୮୦-୯୦ ଦଶକର ଲୋକପ୍ରିୟ ସିରିଏଲ୍‌ଗୁଡ଼ିକୁ ପୁଣିଥରେ ପ୍ରସାରିତ କରାଯାଉଛି । ମହାଭାରତ ପୁଣିଥରେ ଆରମ୍ଭ ହୋଇଛି । ଏହି ସମୟରେ ଆସନ୍ତୁ ଜାଣିବା ମହାଭାରତର ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରିଥିବା କଳାକାରଙ୍କ କାହାଣୀ…

ବି.ଆର୍ ଚୋପ୍ରାଙ୍କ ମହାଭାରତରେ ଯେଉଁ ଅଭିନେତା ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ କରୁଥିଲେ ତାଙ୍କ ନାମ ହେଉଛି ପୁନୀତ ଇସସ୍‌ର । ଏକ ସାକ୍ଷାତକାର ସମୟରେ ପୁନୀତ କହିଛନ୍ତି ଯେ, ସେ ମହାଭାରତ ଭଳି ଲୋକପ୍ରିୟ ସିରିଏଲରେ କାମ କରିବାର ସୁଯୋଗ ପାଇଥିବାରୁ ନିଜକୁ ଅନେକ ସୌଭାଗ୍ୟଶାଳୀ ମନେ କରୁଛନ୍ତି ।

ଇଣ୍ଟରଭ୍ୟୁରେ ପୁନୀତ କହିଛନ୍ତି ଯେ, ସେ ଆଜି ଯାହା ବି ହୋଇଛନ୍ତି କେବଳ ଏହି ସିରିଏଲ୍ ଯୋଗୁଁ । ଏହାପୂର୍ବରୁ ତାଙ୍କୁ ଫିଲ୍ମରେ ଛୋଟମୋଟ ରୋଲ୍ ମିଳୁଥିଲା । କିନ୍ତୁ ମହାଭାରତର କାହାଣୀ ସବୁକିଛି ବଦଳାଇ ଦେଇଥିଲା । ଦୁର୍ଯ୍ୟୋଧନ ଭୂମିକାରେ ଅଭିନୟ ପରେ ତାଙ୍କ ଅସ୍ତିତ୍ୱ ବଦଳି ଯାଇଥିଲା । ଏହି ଇଣ୍ଟରଭ୍ୟୁ ସମୟରେ ପୁନିତ ମେଗା ଷ୍ଟାର ଅମିତାଭ ବଚ୍ଚନଙ୍କ ଲୋକପ୍ରିୟ ଚଳଚ୍ଚିତ୍ର କୁଲି ବିଷୟରେ ମଧ୍ୟ ପ୍ରକାଶ କରିଛନ୍ତି ।

ପୁନିତ କହିଛନ୍ତି ଯେ, ୧୯୮୨ ମସିହାରେ ‘କୁଲି’ ଫିଲ୍ମର ସୁଟିଂ ଚାଲିଥିଲା । ତାଙ୍କ ସହ ଏକ ଆକ୍ସନ ଦୃଶ୍ୟ ସୁଟିଂ ସମୟରେ ସୁପରଷ୍ଟାର ଅମିତାଭ ବଚ୍ଚନ ଆହତ ହୋଇଥିଲେ । ଏହାପରେ କିଛି ବର୍ଷ ତାଙ୍କ ପାଇଁ ଅନେକ ସଂଘର୍ଷମୟ ହୋଇ ପଡ଼ିଥିଲା । କିନ୍ତୁ ମହାଭାରତ ସବୁକିଛି ବଦଳାଇ ଦେଇଥିଲା । ଏହାପରେ ତାଙ୍କୁ ଅନେକ ଫିଲ୍ମରେ ବଡ଼ ରୋଲ୍ ମିଳିଥିଲା । ଏପରିକି ଅନେକ କ୍ଷେତ୍ରରେ ତାଙ୍କୁ ବଡ଼ ରୋଲ୍ ମିଳିବା ସହ ମୁଖ୍ୟ ଖଳନାୟକ ଭୂମିକା ମଧ୍ୟ ମିଳିଥିଲା ।
ସାକ୍ଷାତକାର ସମୟରେ ପୁନୀତ୍ ମହାଭାରତ ସମୟରେ ଏକ ସତ୍ୟ ଘଟଣା ମଧ୍ୟ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ମହାଭାରତର ସୁଟିଂ ଜୟପୁରରେ ଚାଲୁଥିଲା । ଲୋକମାନେ ଦୁରରେ ଛିଡ଼ା ହୋଇ ସୁଟିଂ ଦେଖୁଥିଲେ । କେହି ସୁଟିଂ ନିକଟକୁ ଆସିବାର ସାହାସ ସଞ୍ଚୟ କରିପାରୁ ନଥିଲେ । କିନ୍ତୁ ଜଣେ ବୟସ୍କ ମହିଳା ଅନେକ ସମୟ ଛିଡ଼ା ହୋଇ ଦେଖିବା ପରେ ଅନେକ ସାହାସ ସଞ୍ଚୟ କରି ତାଙ୍କ ନିକଟକୁ ଆସିଥିଲେ ଏବଂ କହିଥିଲେ ଯେ, ‘ରାଜା ଜୀ, ଏବେ କ୍ରୋଧ ପରିତ୍ୟାଗ କରି ପାଣ୍ଡବଙ୍କୁ ୫ଟି ଗ୍ରାମ ଦେଇ ଦିଅନ୍ତୁ’ ।

ପୁନୀତ ଆଉ ଏକ ଘଟଣା ବିଷୟରେ ମଧ୍ୟ ବର୍ଣ୍ଣନା କରିଥିଲେ । ମହାଭାରତକୁ ଟିଭିରେ ପ୍ରସାରିତ କରାଯାଉଥିଲା । ଥରେ ଜଣେ ମାରୱାଡ଼ିଙ୍କ ଘରୁ ଖାଇବା ପାଇଁ ନିମନ୍ତ୍ରଣ ଆସିଲା । ଖାଇବା ସମୟରେ ତାଙ୍କ ନିକଟରେ ମହାଭାରତରେ ଅର୍ଜୁନ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଏବଂ ରୁପା ଗାଙ୍ଗୁଲି (ମହାଭାରତର ଦୌପଦୀ) ବସିଥିଲେ । ଏହି ସମୟରେ ନିମନ୍ତ୍ରଣ କରିଥିବା ବ୍ୟକ୍ତିଙ୍କ ଘରର ମହିଳାମାନେ ଆସି ଅର୍ଜୁନ ଓ ଦୌପଦୀଙ୍କୁ ଖାଦ୍ୟ ପରସୁ ଥିବା ବେଳେ ତାଙ୍କୁ ଖାଇବାକୁ ଦେଇ ନଥିଲେ । ଏହି ସମୟରେ ପୁନୀତ କହିଥିଲେ ଯେ, ‘ମାତା ଜୀ ମୋ ଦ୍ୱାରା କିଛି ଭୁଲ୍ ହୋଇଛି କି’ । ଜଣେ ମହିଳା ରାଗିଯାଇ କହିଥିଲେ ଚୁପ୍ ରୁହନ୍ତୁ, ଆପଣ ପାଣ୍ଡବଙ୍କ ସହ ଅନ୍ୟାୟ କରିଛି ବୋଲି ପୁନୀତ ବର୍ଣ୍ଣନା କରିଛନ୍ତି । ଏହି ଘଟଣା ଦର୍ଶାଉଛି ଯେ, ଲୋକମାନେ କେତେ ଧ୍ୟାନର ସହ ମହାଭାରତକୁ ଅନୁସରଣ କରୁଥିଲେ ବୋଲି ପୁନୀତ କହିଛନ୍ତି ।

Get real time updates directly on you device, subscribe now.