fbpx

ବିଦୁର ନୀତି: ଏହି ଲୋକମାନଙ୍କୁ ଭୁଲରେ ବି ଦିଅନ୍ତୁ ନାହିଁ ଉଧାର, ନଚେତ୍ ପଡ଼ିିପାରନ୍ତି ଘୋର ସଙ୍କଟରେ

ଓଡ଼ିଶା ଭାସ୍କର ବ୍ୟୁରୋ: ମହାଭାରତର ସବୁଠାରୁ ମହତ୍ୱପୂର୍ଣ୍ଣ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ବିଦୁର ଅନ୍ୟତମ । ସେ ନିଜର ନୀତିକୁ ନେଇ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ । ଯାହାଙ୍କର ଗୁଣ ଗାନ ଆଜି ଯାଏ କରାଯାଉଛି । ସେ ଧନ, ସଫଳତା, ଚାକିରୀ, ରାଜୀନୀତି ଓ ବନ୍ଧୁତ୍ୱ ସମତେ ଅନେକ କ୍ଷେତ୍ରରେ ମତ ବ୍ୟକ୍ତ କରିଛନ୍ତି । ମହାତ୍ମା ବିଦୁର ବହୁ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ କହିଛନ୍ତି ଯାହାକୁ ଆପଣାଇବା ଦ୍ୱାରା ଆପଣଙ୍କ ଜୀବନ ସୁଖ ସମୃଦ୍ଧିରେ ଭରପୂର ହୋଇଯିବ । ଏଥିସହିତ ଆପଣଙ୍କ ଜୀବନରେ କୌଣସି ପ୍ରକାରର ଦୁଃଖ କଷ୍ଟ ରହିବ ନାହିଁ ।

ବର୍ତ୍ତମାନ ସମୟରେ ସମସ୍ତେ ସୁଖ ସୁବିଧାରେ ରହିବାକୁ ଚାହାନ୍ତି । କିଛି ଲୋକ ଉଧାର ନିଅନ୍ତି ହେଲେ ଫେରାଇବାକୁ ଅନେକ ସମୟ ଲଗାଇ ଦିଅନ୍ତି । ଯେଉଁଥିରେ ଆପଣ ମାନେ ବ୍ୟସ୍ତବିବ୍ରତ ହୋଇଯାଆନ୍ତି । ତେଣୁ ଏନେଇ ମହାତ୍ମା ବିଦୁର କହିଛନ୍ତି ଯେ, କେଉଁ ମାନଙ୍କୁ ଉଧାର ଦେବାଠାରୁ ବଞ୍ଚିରହିବା ଉଚିତ୍ ।

୧. ଅଳସୁଆ ବ୍ୟକ୍ତିଙ୍କୁ ଦିଅନ୍ତୁ ନାହିଁ ଧନ: ଅଳସୁଆ ବ୍ୟକ୍ତିଙ୍କୁ ଟଙ୍କା ଉଧାର ଦେବା ଦ୍ୱାରା ଆପଣଙ୍କର ହିଁ କ୍ଷତି ହୋଇଥାଏ । କାରଣ ଅଳସୁଆ ବ୍ୟକ୍ତି ଅନ୍ୟ ଉପରେ ନିର୍ଭର କରନ୍ତି । ନିଜେ କୌଣସି କାମ କରନ୍ତି ନାହିଁ । ତେଣୁ ଏହି ଭଳି ବ୍ୟକ୍ତିଙ୍କୁ ଉଦ୍ଧାର ଦିଅନ୍ତୁ ନାହିଁ ।

୨. ଭୁଲ କାମରେ ଲିପ୍ତ ଥିବା ବ୍ୟକ୍ତି: ବିଦୁରଙ୍କ ଅନୁସାରେ, ଭୁଲ ବା ଖରାପ କାମ କରୁଥିବା ବ୍ୟକ୍ତିଙ୍କୁ ଟଙ୍କା ଉଧାର ଦେବାଠାରୁ ସର୍ବଦା ବଞ୍ଚିତ ରୁହନ୍ତୁ । ଏମାନଙ୍କ ସହିତ ରାସ୍ତା ଚାଲିବା ହେଉଛି ଖରାପ ରାସ୍ତାରେ ପାଦ ଦେବା ।

୩. ଯାହା ଉପରେ ଭରସା ନାହିଁ: ଯେଉଁ ଲୋକମାନଙ୍କ ଉପରେ ଭରସା ନାହିଁ ସେମାନଙ୍କୁ ଆଦୌ ଉଧାର ଦେବା ଉଚିତ୍ ନୁହେଁ । ଏମାନଙ୍କୁ ଧନ ଦେବା ଦ୍ୱାରା ନିଜର ହିଁ କ୍ଷତି ହୋଇଥାଏ ।

Get real time updates directly on you device, subscribe now.