fbpx

ମହାରାଷ୍ଟ୍ର କ୍ୟାବିନେଟ୍ ସଂପ୍ରସାରଣ: ଫଡନବିସଙ୍କୁ ମିଳିଲା ଗୃହ ଓ ଅର୍ଥ ମନ୍ତ୍ରଣାଳୟ ଦାୟିତ୍ୱ

ନୂଆଦିଲ୍ଲୀ: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି । ମହାରାଷ୍ଟ୍ରରେ ଗଠନ ହୋଇଛି ନୂଆ କ୍ୟାବିନେଟ୍ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କୁ ଗୃହ, ଅର୍ଥ ଓ ଯୋଜନା, ଆଇନ ଓ ନ୍ୟାୟ, ଜଳ ଶକ୍ତି, ଶକ୍ତି ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି । ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ଏମଆରଡିସି ଓ ସହରୀ ବିକାଶ ବିଭାଗ ମିଳିଛି । ସେହିପରି ଚନ୍ଦ୍ରକାନ୍ତ ପାଟିଲଙ୍କୁ ଉଚ୍ଚ ଓ ବୈଷୟିକ ଶିକ୍ଷା ବିଭାଗ, ମୁନଘନୀତବାରଙ୍କୁ ବନ ବିଭାଗ ମିଳିଛି । ରାଜ୍ୟପାଳ ଭଗତ ସିଂହ କୋଶ୍ୟାରୀଙ୍କ ମଞ୍ଜୁରୀ ମିଳିବା ପରେ ସବୁ ବିଧାୟକମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି ।

ରାଧାକୃଷ୍ଣ ବିଖେ ପାଟିଲଙ୍କୁ ରାଜସ୍ୱ, ସୁଧୀର ମୁନଗଣ୍ଟିବାରଙ୍କୁ ସଂସ୍କୃତି ଓ ମତ୍ସ୍ୟ, ଡା. ବିଜୟ କୁମାର ଗାବିତଙ୍କୁ ଆବିକାଶ ବିକାଶ, ଗିରିଶ ମହାଜନୀ, ଗ୍ରାମ ବିକାଶ, ଗୁଲାବରାବ ପାଟିଲଙ୍କୁ ଜଳ ସ୍ୱଚ୍ଛତା, ଦାଦା ଭୁସଙ୍କୁ ବନ୍ଦର ଓ ଖଣି, ସଞ୍ଜୟ ରାଠୋଡଙ୍କୁ ଖାଦ୍ୟ ଓ ଔଷଧ, ସୁରେଶ ଖାଡ଼େଙ୍କୁ ଶ୍ରମ, ସନ୍ଦୀପନ ଭୁମରେଙ୍କୁ ରୋଜଗାର, ଉଦୟ ସାମନ୍ତଙ୍କୁ ଉଦ୍ୟୋଗ, ତାନାଜୀ ସାବନ୍ତଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ରବିନ୍ଦ୍ର ଚୌହାନଙ୍କୁ ଲୋକ ନିର୍ମାଣ, ଅବଦୁଲ କେସରକରଙ୍କୁ କୃଷି, ଦୀପକ କେସରକରଙ୍କୁ ସ୍କୁଲ ଶିକ୍ଷା, ଅତୁଲ ସେବଙ୍କୁ ସହକାରିତା, ଶମ୍ଭୁରାଜ ଦେସାଈଙ୍କୁ ରାଜ୍ୟ ଉତ୍ପାଦ ଶୁଳ୍କ, ମଙ୍ଗଳ ପ୍ରଭାତ ଲୋଢାଙ୍କୁ ପର୍ଯ୍ୟଟନ ବିଭାଗ ଦାୟିତ୍ୱ ପ୍ରଦାନ କରାଯାଇଛି ।

ଗତ ୯ ତାରିଖରେ ଶିନ୍ଦେଙ୍କ କ୍ୟାବିନେଟର ମୋଟ ୧୮ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ସେଥିରେ ବିଜେପିର ୯ ଓ ଶିନ୍ଦେ ଗ୍ରୁପର ୯ ମନ୍ତ୍ରୀଙ୍କୁ ସାମିଲ କରାଯାଇଥିଲା । ମହାରାଷ୍ଟ୍ର ମନ୍ତ୍ରୀ ପରିଷଦର ସଦସ୍ୟ ସଂଖ୍ୟା ୨୦ ହୋଇଥିବା ବେଳେ କ୍ୟାବିନେଟ ସଂପ୍ରସାରଣରେ କୌଣସି ମହିଳାଙ୍କୁ ମନ୍ତ୍ରୀପଦ ମିଳିନାହିଁ । ମରାଠୀ ଓ ଓବିସି ସଂପ୍ରଦାୟରୁ ଆସିଥିବା ନେତାଙ୍କୁ କ୍ୟାବିନେଟରେ ଖାସ୍ ସ୍ଥାନ ମିଳିଛି । ବ୍ରାହ୍ମଣ, ମୁସଲିମ, ଦଳିତ ଓ ଆଦିବାସୀ ସଂପ୍ରଦାୟଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇ ଏକ ସାମାଜିକ ବାର୍ତ୍ତା ପ୍ରଦାନ କରାଯାଇଛି ।

Get real time updates directly on you device, subscribe now.