fbpx

ନକ୍ସଲ୍ ଶିବିର ଥରାଇଦେଲେ ସି-୬୦ କମାଣ୍ଡୋ

ମୁମ୍ବାଇ: ମହାରାଷ୍ଟ୍ରର ଗଢ଼ଚିରୌଲିରେ ସି-୬୦ କମାଣ୍ଡୋ ମାନେ ନକ୍ସଲଙ୍କ ଉପରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଅପରେସନ୍ ଜାରି ରହିଥିବାବେଳେ ଏନକାଉଣ୍ଟର୍ କରିଥିଲେ କମାଣ୍ଡୋ ବାହିନୀ । ଫଳରେ ଅତି କମ୍ରେ ୧୩ ନକ୍ସଲ୍ ଟଳି ପଡ଼ିଥିବା ଜଣାପଡ଼ିଛି ।

ସି-୬୦ କମାଣ୍ଡୋ କେମିତି ଗଠନ ହୁଏ?

ଏହି ବାହିନୀର ସେନାମାନଙ୍କୁ ଘଞ୍ଚ ଜଙ୍ଗଲ ଓ ପାହାଡ଼ି ଅଞ୍ଚଳରେ ଅପରେସନ୍ ଚଳାଇବା ପାଇଁ ତାଲିମ୍ ଦିଆଯାଇଥାଏ । ଦେଶର ପ୍ରମୁଖ ସେନା ତାଲିମ୍ ସଂସ୍ଥାରେ ସି-୬୦ କମାଣ୍ଡୋଙ୍କ ଟ୍ରେନିଂ ଦିଆଯାଇଥାଏ । ନ୍ୟାସନାଲ୍ ସିକ୍ୟୁରିଟି ଗାର୍ଡ କ୍ୟାମ୍ପସ୍, ମାନେସର୍ ପୁଲିସ୍ ଟ୍ରେନିଂ ସେଣ୍ଟର୍, ହଜାରିବାଗ, ଜଙ୍ଗଲ ୱାରଫେୟାର୍ କଲେଜ, କାଙ୍କେର୍ ଓ ଅନକନଭେସନାଲ୍ ଅପରେସନ୍ ଟ୍ରେନିଂ ସେଣ୍ଟର ନାଗପୁର ଆଦି ସ୍ଥାନରେ କମାଣ୍ଡୋମାନଙ୍କୁ ତାଲିମ୍ ପ୍ରଦାନ କରାଯାଏ । ଜଙ୍ଗଲରେ ନକ୍ସଲ୍ ବିରୋଧରେ ଅପରେସନ୍ କରିବା ବ୍ୟତୀତ ନକ୍ସଲମାନଙ୍କୁ ଆତ୍ମସମର୍ପଣ କରିବା ଓ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ କରାଇବା ଦିଗରେ କାର୍ଯ୍ୟ କରିବା ପାଇଁ କାର୍ଯ୍ୟ କରନ୍ତି ସି-୬୦ କମାଣ୍ଡୋ ବାହିନୀ । କମାଣ୍ଡୋମାନଙ୍କ ଏକ ଦଳ ନକ୍ସଲ୍ ମାନଙ୍କ ପରିବାର ଲୋକଙ୍କ ସହ ସାକ୍ଷାତ୍ କରି ସେମାନଙ୍କୁ ସରକାରଙ୍କ ରହିଥିବା ସୁବିଧା ସୁଯୋଗ ସମ୍ପର୍କରେ ବୁଝାଇ ଥାଆନ୍ତି । ଫଳରେ ପରିବାର ଲୋକଙ୍କ କଥା ରଖି ନକ୍ସଲ୍ କାର୍ଯ୍ୟକଳାପରେ ସମ୍ପୃକ୍ତ ଅନେକ ଆତ୍ମସମର୍ପଣ କରିବା ପାଇଁ ଆଗଭର ହେବାକୁ ପ୍ରେରଣା ମିଳିଥାଏ ।

ଉଲ୍ଲେଖଯୋଗ୍ୟ ଯେ, ୧୯୮୦ ଦଶକରେ ପ୍ରଥମେ ମହାରାଷ୍ଟ୍ର ଓ ପରେ ଆନ୍ଧ୍ର ପ୍ରଦେଶରେ ନକ୍ସଲମାନଙ୍କ କାର୍ଯ୍ୟକଳାପ ଅଧିକ ବଢ଼ି ଯାଇଥିଲା । ମହାରାଷ୍ଟ୍ରର ଗଢ଼ଚିରୌଲ ଜିଲ୍ଲାରେ ଏଥିରେ ଖୁବ୍ ପ୍ରଭାବିତ ରହିଥିଲା । ନକ୍ସଲମାନଙ୍କ ହିଂସାତ୍ମକ କାର୍ଯ୍ୟକଳାପରେ ପୂରା ଅଞ୍ଚଳ ଆତଙ୍କ ଭିତରେ ରହିଥିଲା । ପରେ ୧୯୯୦ରେ ପୋଲିସ୍ ଅଧିକାରୀ କେପି ରଘୁବଂଶୀଙ୍କୁ ନକ୍ସଲଙ୍କ ବିରୋଧରେ ସ୍ୱତନ୍ତ୍ର ଟିମ୍ ଗଠନ କରିବାକୁ ସରକାର ଦାୟିତ୍ୱ ଦେଇଥିଲେ । ସେହି ଅଧିକାରୀ ହିଁ ଏହି କମାଣ୍ଡୋ ବଳ ଗଠନ କରିଥିଲେ । ସେବେଠାରୁ ସି-୬୦ କମାଣ୍ଡୋ ନାଁ ଉଠିଲେ ଥରି ଉଠୁଛି ନକ୍ସଲ ଶିବିର ।

Get real time updates directly on you device, subscribe now.