fbpx

ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ସଞ୍ଜୟ ନିରୂପମ ୬ ବର୍ଷ ପାଇଁ ଦଳରୁ ବହିଷ୍କୃତ

ନୂଆଦିଲ୍ଲୀ: ଆସନ୍ତା ମାସ ୧୯ ତାରିଖରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ଆରମ୍ଭ ହେବ । ସେହିପରି ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ଏହା ମଧ୍ୟରେ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ବିଧାନସଭା ଓ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଏଭଳି ସ୍ଥିତିରେ କିଛି ନେତା ଅନ୍ୟ ଦଳରେ ସାମିଲ ହେଉଥିବାର ଦେଖାଯାଉଛି ।

ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ସଞ୍ଜୟ ନିରୂପମଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କୃତ କରାଯାଇଛି । ସଞ୍ଜୟଙ୍କ ନାମରେ ଦଳ ବିରୋଧୀ କାର୍ଯ୍ୟ ନେଇ ଅଭିଯୋଗ ରହିଥିବାରୁ କଂଗ୍ରେସ ଅଧ୍ୟକ୍ଷ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଗତ କିଛିଦିନ ଧରି ସେ ଦଳ ବିରୋଧରେ ବୟାନବାଜୀ କରୁଥିବା ଦେଖାଯାଇଥିଲା ।

ସଞ୍ଚୟ ମୁମ୍ବାର ଉତ୍ତର-ପଶ୍ଚିମ ଆସନରୁ ନିର୍ବାଚନ ଲଢ଼ିବାକୁ ଚାହୁଁଥିଲେ । ମାତ୍ର ଶିବସେନା (ଉଦ୍ଧବ ଠାକରେ ଗ୍ରୁପ) ସେଠାରେ ଅମୋଲ କୀର୍ତ୍ତିକରଙ୍କୁ ନିଜର ପ୍ରାର୍ଥୀ ଭାବେ ଘୋଷଣା କରିବାରୁ ସଞ୍ଜୟ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହାପରେ ସେ ଦଳ ବିରୋଧୀ ଆଚରଣ କରିଥିଲେ । ହାଇକମାଣ୍ଡଙ୍କ ଆକ୍ସନ ପୂର୍ବରୁ ମହାରାଷ୍ଟ୍ର କଂଗ୍ରେସ ସଞ୍ଜୟଙ୍କ ବିରୋଧରେ ଏକ ପ୍ରସ୍ତାବ ପାରିତ କରିଥିଲା । ସେଥିରେ ତାଙ୍କୁ ଦଳରୁ ବହିଷ୍କାର କରିବା ନେଇ ନିଷ୍ପତ୍ତି ହୋଇଥିଲା । ଏପରିକି ତାଙ୍କୁ ଦଳର ତାରକା ପ୍ରଚାରକ ଲିଷ୍ଟରୁ ହଟାଇ ଦିଆଯାଇଥିଲା ।

Get real time updates directly on you device, subscribe now.