ସଞ୍ଜୟଙ୍କ ପରେ ଆଠାବଲେଙ୍କ ମନ୍ତବ୍ୟକୁ ନେଇ ମହାରାଷ୍ଟ୍ର ରାଜନୀତିରେ ଝଡ଼
ଆଠବଲେ କହିଛନ୍ତି, ଯଦି ବିଜେପି ସହ କୌଣସି ସମସ୍ୟା ଥାଏ, ତେବେ ଆରପିଆଇ ସହ ମିଶ୍ରଣ କରି ଦିଅନ୍ତୁ
ମୁମ୍ବାଇ: ସଞ୍ଜୟ ରାଉତଙ୍କ ପରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର) ଏନ୍ସିପି(ଏସ୍ପି) ମୁଖ୍ୟ ଶରଦ ପାୱାରଙ୍କୁ ରାମଦାସ ଆଠବଲେ ଦେଇଛନ୍ତି ବଡ଼ ଅଫର। ସେ କହିଛନ୍ତି, କଂଗ୍ରେସକୁ ଯିବା ବଦଳରେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟରେ ସାମିଲ ହେବା ଉଚିତ। ଏହାକୁ ନେଇ ମହାରାଷ୍ଟ୍ର ରାଜନୀତିରେ ହଲ୍ଚଲ ଆରମ୍ଭ ହୋଇଛି।
ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆର ମୁଖ୍ୟ ହେଉଛନ୍ତି ରାମଦାସ ଆଠବଲେ। ନିଜର ନିଆର ଢ଼ଙ୍ଗର ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି। ଆଜି ସେ ଏମିତି ଏକ ବୟାନ ପାଇଁ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଶ୍ରୀ ଆଠବଲେ କହିଛନ୍ତି, ଶରଦ ପାୱାର କଂଗ୍ରେସ ସହ ହାତ ମିଳାଇବା ବଦଳରେ ବିଜେପି ନେତୃତ୍ୱାଧୀନ ଏନ୍ଡିଏରେ ସାମିଲ ହେବା ଉଚିତ।
Uttarakhand Govt.
ଆଠବଲେ କହିଛନ୍ତି, ଯଦି ବିଜେପି ସହ କୌଣସି ସମସ୍ୟା ଥାଏ, ତେବେ ଆରପିଆଇ ସହ ମିଶ୍ରଣ କରି ଦିଅନ୍ତୁ। ତାଙ୍କର ଏହି ବୟାନ ମହାରାଷ୍ଟ୍ର ରାଜନୀତିରେ ଏକ ନୂଆ ବିତର୍କ ସୃଷ୍ଟି କରିଛି। ବିରୋଧୀ ମେଣ୍ଟକୁ ମଜଭୁତ କରିବା ପାଇଁ ଛୋଟଛୋଟ ଦଳଗୁଡ଼ିକ କଂଗ୍ରେସକୁ ଫେରିବା ନେଇ ଆଲୋଚନା କରୁଥିବା ବେଳେ ଆଠବଲେ ଏହି ବୟାନ ଆସିଛି।
ସୂଚନାରୁ ପ୍ରକାଶ; ଆଠବଲେଙ୍କ ପ୍ରତିକ୍ରିୟା ପୂର୍ବରୁ ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ କଂଗ୍ରେସରେ ମିଶ୍ରଣକୁ ନେଇ ବଡ଼ ବୟାନ ଦେଇଥିଲେ। ୟୁବିଟି ଓ ଏନ୍ସିପି(ଏସ୍ପି) ଭଳି ଦଳଗୁଡ଼ିକୁ କଂଗ୍ରେସକୁ ଫେରିବା ପାଇଁ ଅପିଲ କରିଥିଲେ ରାଉତ। ତାଙ୍କ କହିବା କଥା ଥିଲା ଯେ, ଯେଉଁ ନେତାମାନେ କଂଗ୍ରେସ ଛାଡ଼ି ନିଜର ଦଳ ଗଠନ କରିଥିଲେ, ବର୍ତ୍ତମାନ ପରିସ୍ଥିତିରେ ବିଜେପିକୁ ଟକ୍କର ଦେବା ପାଇଁ ସେମାନେ ପୁଣି ଥରେ ‘ଗ୍ରାଣ୍ଡ ଓଲ୍ଡ ପାର୍ଟି’ ସହ ଏକାଠି ହେବା ଉଚିତ। ସେ ବିଶେଷ କରି ଏନ୍ସିପି (ଏସ୍ପି) ମୁଖ୍ୟ ଶରଦ ପାୱାରଙ୍କୁ କଂଗ୍ରେସ ସହ ମିଶ୍ରଣ କରିବା ପାଇଁ ପଦକ୍ଷେପ ନେବାକୁ କହିଥିଲେ।

