ଲେଉଟାଣିରେ ବଦଳିଲା ଇମେଜ; ଜବରଦସ୍ତ ଗେଟ୍‌ଅପରେ ଆସୁଛନ୍ତି ମାହି ଗିଲ

ମାହି ଗିଲ୍ କହିଛନ୍ତି; ବହୁ ବର୍ଷ ଧରି ମୋତେ କେବଳ ଗ୍ଲାମରସ୍ ମହିଳାଙ୍କ ଭୂମିକାରେ ପ୍ରେଜେଣ୍ଟ କରାଯାଉଥିଲା

ନୂଆଦିଲ୍ଲୀ: ଦିନେ ସମୟ ଥିଲା ଗ୍ଲାମରର୍ସ ଲୁକ୍ସରେ ନଜର ଆସୁଥିଲେ ଅଭିନେତ୍ରୀ ମାହି ଗିଲ। କେବଳ ସିଗାରେଟ୍ ଓ ଶାଢ଼ୀରେ ଦର୍ଶକଙ୍କ ସାମ୍ନାକୁ ଆସୁଥିଲେ। ପ୍ରାୟତଃ ସବୁ ଫିଲ୍ମରେ ତାଙ୍କୁ ସେହି ଚରିତ୍ରରେ ଦେଖିବାକୁ ମିଳୁଥିଲା। ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ମାହି। ନିଜର ଇମେଜ ବଦଳାଇବା ପାଇଁ ଚାହୁଁଥିଲେ। ହେଲେ ସେତେବେଳେ ସମ୍ଭବ ହେଉନଥିଲା। କିନ୍ତୁ ୪ ବର୍ଷର ବ୍ରେକ୍ ପରେ ମିଳିଥିବା ଅଫରରେ ତାଙ୍କ ଚରିତ୍ର ବଦଳିଛି। ଏଥିପାଇଁ ବେଶ ଖୁସି ଅଛନ୍ତି ମାହି।

ବଲିଉଡ୍ ଅଭିନେତ୍ରୀ ମାହି ଗିଲ ଏବେ ଆମାଜନ ପ୍ରାଇମର ୱେବ ସିରିଜ ‘ରକ୍ତାଞ୍ଚଳ-୩’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ମାହିଙ୍କ କହିବା ଅନୁଯାୟୀ, ଓଟିଟି ପ୍ଲାଟଫର୍ମ କେବଳ ମୋ ଅଭିନୟକୁ ନୂଆ ଦିଗ ଦେଇନାହିଁ, ବରଂ ପୂର୍ବରୁ ସୃଷ୍ଟି ହୋଇଥିବା ଇମେଜ୍‌ରୁ ବାହାରି ଭିନ୍ନ ଧରଣର ଚରିତ୍ରରେ ଅଭିନୟ କରିବାର ସୁଯୋଗ ମଧ୍ୟ ଦେଇଛି।

‘ରକ୍ତାଞ୍ଚଳ-୩’ର ପ୍ରମୋସନ ବେଳେ ମନ କଥା କହିଲେ: ନିକଟରେ ‘ରକ୍ତାଞ୍ଚଳ-୩’ର ପ୍ରମୋସନ ସମୟରେ ଇଣ୍ଡିଆ ଟୁଡେ ସହ କଥାବାର୍ତ୍ତା ବେଳେ ମାହି ଗିଲ୍ କହିଛନ୍ତି; ବହୁ ବର୍ଷ ଧରି ମୋତେ କେବଳ ଗ୍ଲାମରସ୍ ମହିଳାଙ୍କ ଭୂମିକାରେ ପ୍ରେଜେଣ୍ଟ କରାଯାଉଥିଲା। ଫିଲ୍ମ ନିର୍ମାତାମାନେ ମୋ ପାଇଁ ଏକ ନିର୍ଦ୍ଦିଷ୍ଟ ଚରିତ୍ର ସୃଷ୍ଟି କରୁଥିଲେ। ମୋତେ ଅଧିକାଂଶ ସମୟରେ ଏଭଳି ଜଣେ ମହିଳା ଭାବେ ଦେଖାଯାଉଥିଲା, ଯିଏ ଶାଢ଼ୀ ପିନ୍ଧନ୍ତି, ସିଗାରେଟ୍ ପିଅନ୍ତି। ଅତ୍ୟନ୍ତ ଷ୍ଟାଇଲିସ ଅନ୍ଦାଜରେ ନଜର ଆସନ୍ତି। ଲଗାତାର ସମାନ ପ୍ରକାରର ଚରିତ୍ରରେ ଅଭିନୟ କରିବା ପରେ ମୁଁ ଅନୁଭବ କରିଥିଲି ଯେ, ବର୍ତ୍ତମାନ କିଛି ନୂଆ କରିବାର ସମୟ ଆସିଛି।

Uttarakhand Govt.

‘ରକ୍ତାଞ୍ଚଳ-୩’ରେ ସରସ୍ୱତୀ ଦେବୀଙ୍କ ଚରିତ୍ର: ମାହି କହିଛନ୍ତି; ମୁଁ ସେହି ଚରିତ୍ରଗୁଡ଼ିକ ଉପରେ ବିରକ୍ତ ହୋଇନଥିଲେ ଭବିଷ୍ୟତରେ ସେମିତି ଚରିତ୍ର ମିଳିଥାଆନ୍ତା। ତେଣୁ ଗୋଟିଏ ଚରିତ୍ର ବାରମ୍ବାର କରିବାକୁ ପସନ୍ଦ କରୁନଥିଲି। ଯେତେବେଳେ ‘ରକ୍ତାଞ୍ଚଳ-୩’ରେ ସରସ୍ୱତୀ ଦେବୀଙ୍କ ପରି ଚରିତ୍ର ଆସିଲା, ସେତେବେଳେ ଗ୍ରହଣ କରିନେଲି। ଏହାକୁ ମୋ’ କ୍ୟାରିୟରର ସବୁଠୁ ଚ୍ୟାଲେଞ୍ଜିଂ ଭୂମିକାମାନଙ୍କ ମଧ୍ୟରୁ ଗୋଟିଏ ବୋଲି ମାହୀ କହିଛନ୍ତି।

ମାହିଙ୍କ କହିବା ଅନୁଯାୟୀ, ଏହି ଚରିତ୍ର ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ଏହାର ଭାଷା ଓ ସ୍ଥାନୀୟ ଉପଭାଷା। ଶାରୀରିକ ଅଭିବ୍ୟକ୍ତି ଉପରେ କାମ କରିବା ସହଜ ଥିଲା। କିନ୍ତୁ ସଂଳାପରେ ବ୍ୟବହୃତ ସ୍ଥାନୀୟ ଭାଷାକୁ ସଠିକ୍ ଭାବେ କହିବା ପାଇଁ ମୋତେ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା। ଏହି ଚରିତ୍ର ପାଇଁ ନୂଆ କିଛି ଶିଖିବା ଓ ନିଜକୁ ପ୍ରମାଣ କରିବାର ଏକ ସୁଯୋଗ ହୋଇଥିଲା।

ଚାରି ବର୍ଷର ବିରତି ନେଇଥିଲେ ମାହି ଗିଲ୍: ମାହି ଗିଲ୍ ସ୍ୱୀକାର କରିଛନ୍ତି; କ୍ୟାରିୟର ମଝିରେ ପ୍ରାୟ ଚାରି ବର୍ଷର ଲମ୍ବା ବିରତି ନେଇଥିଲି। ଏହି ସମୟରେ ମୋ ହାତରୁ ଅନେକ ଭଲ ପ୍ରୋଜେକ୍ଟ ଚାଲି ଯାଇଥିଲା। ଏଥିପାଇଁ କୌଣସି ଅନୁତାପ କରୁନାହିଁ। ତଥାପି ମନ ଭିତରେ ଅବଶୋଷ ରହିଯାଇଥିଲା। ସେହି ସମୟରେ ଯଦି ଲଗାତାର କାମ କରିଥାନ୍ତି, ତେବେ ଅନେକ ସଫଳ ୱେବ୍ ସିରିଜ୍ ଓ ଫିଲ୍ମରେ ସୁଯୋଗ ପାଇଥାଆନ୍ତି ବୋଲି ମାହି କହିଛନ୍ତି।