fbpx

ମହିମା ମିଶ୍ରଙ୍କ ପୁଅ ଗିରଫ : କଟକ ଓଡ଼ିଆ ବଜାର ସ୍ଥିତ ବାସଭବନରୁ ଉଠାଇନେଲା CBI

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ୍ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାରେ ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ରଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । କଟକ ଓଡ଼ିଆ ବଜାର ସ୍ଥିତ ବାସଭବନରୁ ଚର୍ଚ୍ଚିତଙ୍କୁ ଗିରଫ କରାଯାଇଛି । ତେବେ ଗତକାଲି ମହିମାଙ୍କ ପୁଅଙ୍କୁ ଜେରା କରିଥିଲା ସିବିଆଇ । ଏହି ମାମଲାରେ ମୋଟ ୫ ଜଣଙ୍କୁ ଗିରଫ କଲାଣି ସିବିଆଇ ।

ପୂର୍ବରୁ ଜଣେ ବରିଷ୍ଠ ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରି ସାରିଛି ସିବିଆଇ । ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଞ୍ଜିନିୟର ସରୋଜ ଦାସଙ୍କୁ ଗିରଫ କରାଯାଇଛି । ଏହା ସହ ଠିକାଦାର ସୁମନ୍ତ ରାଉତଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି । କେସିଟି ଗ୍ରୁପ ପୋର୍ଟ ଅପରେସନ ମ୍ୟାନେଜର ଶଂଖଶୁଭ୍ର ମିତ୍ର ଗିରଫ ହୋଇଛନ୍ତି । ଓଏସଏଲ ଅପରେସନ ଡିଜିଏମ ସୂର୍ଯ୍ୟ ନାରାୟଣ ସାହୁ ମଧ୍ୟ ଗିରଫ ହୋଇଛନ୍ତି ।

ତେବେ ୨୫ ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ଗିରଫ ହୋଇଥିବା ଜଣାପଡିଛି । ୨୪ ଘଣ୍ଟାର ମାରାଥନ୍ ରେଡ୍ ପରେ ଏପରି କାର୍ଯ୍ୟାନୁଷ୍ଠାନ ନେଇଛି ସିବିଆଇ । ଅନ୍ୟପଟେ ଏବେ ବି ମହିମା ମିଶ୍ରଙ୍କୁ ପଚରାଉଚରା ଜାରି ରହିଛି । ଆଜି ସକାଳେ ଭୁବନେଶ୍ୱର ସ୍ଥିତ ସିବିଆଇ ଅଫିସରେ ମହିମା ମିଶ୍ର ହାଜର ହୋଇଥିବା ନେଇ ସୂଚନା ମିଳିଛି । ସେହି ସମୟରେ ଆଇନ ଉପରେ ମୋର ଶତ ପ୍ରତିଶତ ଭରସା ଅଛି ବୋଲି କହିଥିଲେ ।

Get real time updates directly on you device, subscribe now.