fbpx

ରାଜଧାନୀ ରାସ୍ତାର ହାଲ ବେହାଲ୍: ମରଣଯନ୍ତା ପାଲଟିଛି ମଞ୍ଚେଶ୍ୱର ଅଞ୍ଚଳର ମୁଖ୍ୟ ରାସ୍ତା, ଦେଖନ୍ତୁ ଫଟୋ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ରାସ୍ତାର ହାଲ ବେହାଲ୍, ମରଣଯନ୍ତା ପାଲଟିଛି ସ୍ମାର୍ଟସିଟି ଭୁବନେଶ୍ୱର ମଞ୍ଚେଶ୍ୱର ରାସ୍ତା। ଟିକିଏ ବାଲାନ୍ସ ଫେଲ୍ ହେଲେ ଦୁର୍ଘଟଣା ହେବା ନିଶ୍ଚିତ। ସାଧାରଣ ଦିନରେ ରାସ୍ତାରେ ଗଡିଆର ଭ୍ରମ ସୃଷ୍ଟି ହେଉଥିବା ବେଳେ ବର୍ଷା ଦିନରେ ମୁକୁଳା ଡ୍ରେନ ସହିତ ମିଶି ରାସ୍ତାରେ ବନ୍ୟା ହେଲା ଭଳି ଲାଗୁଛି। ଟିକିଏ ଭୁଲ ହେଲେ ଡ୍ରେନରେ ପଡି ଜୀବନ ହରାଇବେ ଲୋକେ। ମଞ୍ଚେଶ୍ୱର ପ୍ରବେଶ ପଥରୁ ହିଁ ରାସ୍ତାରେ ଦେଖିବାକୁ ମିଳିବ ବଡ ବଡ ଖାଲ।

1.

ପ୍ରତିଦିନ ଶହଶହ ଭାରୀଯାନ ଏହି ବାଟ ଦେଇ ଯାଉଥିବା ବେଳେ ଶୋଚନୀୟ ହୋଇପଡିଛି ରାସ୍ତାର ଅବସ୍ଥା। ମଞ୍ଚେଶ୍ୱର ଆଉ ଚକେଇସିଆଣୀ ଲୋକେ ଏବଂ ବିଭିନ୍ନ ଅନୁଷ୍ଠାନରେ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ଲୋକମାନେ ଏହି ବାଟ ଦେଇ ଯିବା ଆସିବା କରିଥାନ୍ତି।

2. ନ୍ୟୁ ଇଣ୍ଡିଆନ ଏକ୍ସପ୍ରେସ୍ ଅଫିସ ପାଖ।

ଏହି ବାଟ ଦେଇ ଯିବାକୁ ଭୟ ଲାଗୁଥିଲେ ମଧ୍ୟ ଲୋକମାନଙ୍କ ପାଖରେ ଆଉ କିଛି ଉପାୟ ନାହିଁ। ଯେତେବେଳେ ରାଜଧାନୀର ଅନ୍ୟ ଅଂଚଳର ରାସ୍ତା ଚକାଚକ ଦିଶୁଛି, ମଞ୍ଚେଶ୍ୱର ରାସ୍ତା ପାଲଟିଛି ମରଣଯନ୍ତା। ମଂଚେଶ୍ୱର ଏକ ଶିଳ୍ପାଞ୍ଚଳ ହୋଇଥିବାରୁ ଏହାର ଉନ୍ନତିକରଣ ତଥା ରାସ୍ତା କାମ କରିବାର ଦାୟିତ୍ୱ ଇଡକୋର ବୋଲି କହିଛନ୍ତି ସ୍ଥାନୀୟ କର୍ପୋରେଟର ଶେଖ ନୁରହାସନ।

3. ମଞ୍ଚେଶ୍ବରରୁ ଚକେଇସିଆଣୀ ଯିବାକୁ ରାସ୍ତା।

ସେ କହିଛନ୍ତି ଯେ, ”୧୦ ନମ୍ବର ୱାର୍ଡର ୭୦-୮୦ ପ୍ରତିଶତ ଶିଳ୍ପାଞ୍ଚଳ ଅଟେ, ଯାହା ଇଡକୋ ଅଧୀନରେ ଆସୁଛି ଏବଂ ଏହାର ରକ୍ଷଣା ବେକ୍ଷଣ ଦାୟିତ୍ୱ ଇଡକୋ’ର। ତେବେ ବର୍ତ୍ତମାନର ରାସ୍ତା ଏବଂ ମୁକୁଳା ଡ୍ରେନ ସମସ୍ୟା ଦେଖି ଲୋକେ କର୍ପୋରେଟର କାମ କରୁନାହାନ୍ତି ଏବଂ ବିଏମସିକୁ ଖରାପ ଭାବୁଛନ୍ତି। ଲୋକେ ଆମକୁ ଗାଳି କରୁଥିବା ବେଳେ ଏହାର ଦାୟିତ୍ୱ ଇଡକୋର ବୋଲି ସେମାନେ ବୁଝୁ ନାହାନ୍ତି। ତେଣୁ ଇଡକୋ ଯେତେଶୀଘ୍ର ଏହି କାର୍ଯ୍ୟ କରୁ କିମ୍ବା ବିଏମସିକୁ ହସ୍ତାନ୍ତର କରୁ। ଏପରିକି ବର୍ଷା ଦିନରେ ମଞ୍ଚେଶ୍ୱରରେ ବନ୍ୟା ସୃଷ୍ଟି ହେଉଥିବା ବେଳେ ‘କାହାକୁ କ’ଣ କହିବି’ ବୋଲି କହି ଶେଖ ନୁରହାସନ କ୍ଷୋବ ପ୍ରକାଶ କରିଛନ୍ତି।”

4. ମଞ୍ଚେଶ୍ବର ଏବଂ ଚକେଇସିଆଣୀ ସଂଯୋଗ ପଥ।

5.

6.ସମୟ ଅଫିସ ପାଖ।

7.

8.ଜ୍ୟୋତି ମୋଟର୍ସ ପାଖ।

9.ମଞ୍ଚେଶ୍ୱର ଷ୍ଟେସନ ରାସ୍ତା।

10.ମଞ୍ଚେଶ୍ୱର-ଭିଏସଏସ ନଗର ସଂଯୋଗ ରାସ୍ତା।

 

 

Get real time updates directly on you device, subscribe now.