fbpx

ମହାବାତ୍ୟା ଗୁଜବ କି: ଏନେଇ IMDଙ୍କ ସୂଚନା…

ଭୂବନେଶ୍ୱର: ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖକୁ ଓଡିଶା କେବେ ବି ଭୁଲିପାରିବ ନାହିଁ । ଏହି ଦିନ ପ୍ରକୃତି ରଚିଥିଲା ତାର କରାଳ ତାଣ୍ଡବ । ଯେଉଁଥିରେ ଚାଲିଯାଇଥିଲା ହଜାର ହଜାର ଜୀବନ । ପାରାଦୀପରେ ଲ୍ୟାଣ୍ଡଫଲ କରିଥିବା ମହାବାତ୍ୟା ଏରସମା ପରି ଏକ ଗାଁକୁ ସତେ ଯେପରି ଗ୍ରାସ କରିଦେଇଥିଲା ।ତେବେ ଏହି ମହାବାତ୍ୟା ପରଠାରୁ ଓଡିଶା ଏପରି ଅନେକ ବାତ୍ୟା ଦେଖିଛି । ଖାସ କରି ପ୍ରତିବର୍ଷ ଅକ୍ଟୋବରରେ ଓଡିଶାକୁ ବାତ୍ୟା ହେବାର ଆଶଙ୍କା ମଧ୍ୟ ରହିଛି । ସେହିପରି ଚଳିତ ବର୍ଷ ଅକ୍ଟୋବରରେ ବାତୟା ହେୂବା ନେଇ ଅନେକ ଗୁଜବ ମଧ୍ୟ ଦେଖିବାକୁ ମିଳିଛି ।

ତେବେ ବାତ୍ୟା ଗୁଜବ ଠାରୁ ଦୂରେଇ ରହିବା ପାଇଁ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଥିବା ବେଳେ,ଏହି ଗୁଜବକୁ ସେ ସମ୍ପୂର୍ଣ୍ଣ ରୂପେ ଖଣ୍ଡନ କରିଛନ୍ତି । ଏଥିସହିତ ବାତ୍ୟାକୁ ନେଇ ବର୍ତ୍ତମାନ ପାଣିପାଗ ବିଭାଗ କୌଣସି ପୂର୍ବ ଅନୁମାନ କରି ନାହିଁ । ତେଣୁ ବାତ୍ୟା ଗୁଜବ ଠାରୁ ସମସ୍ତେ ଦୂରେଇ ରହିବା ପାଇଁ ଭୁବେନଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛନ୍ତି । ତେବେ ପାଣିପାଗ ବିଭାଗ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ଏଥିସିହତ ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ କୌଣସି ପାଣିପାଗ ସମ୍ବନ୍ଧିୟ ଖବର ୭ ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ । ତେଣୁ ଏହିସବୁ ମିଛ ଗୁଜବ ଠାରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.