ଅମୃତସରରେ ଚାଞ୍ଚଲ୍ୟ: ମେକଅପ୍ ଆର୍ଟିଷ୍ଟ ମ୍ୟାଡ୍ ସାନ୍ଧୁଙ୍କୁ ଗୁଳି କରି ହତ୍ୟା

ମ୍ୟାଡ୍ ସାନ୍ଧୁ ସୋସିଆଲ ମିଡିଆରେ ବେଶ ପରିଚିତ ଥିଲେ। କାମ ଓ ଭିଡିଓ ଦେଖି ଅନେକ ଲୋକ ତାଙ୍କ ସହ ଯୋଡ଼ି ହୋଇଯାଇଥିଲେ। ହେଲେ ତାଙ୍କୁ ଆଜି ଦିନ ଦି’ପହରରେ ଗୁଳି କରି ହତ୍ୟା କରାଯାଇଛି

ଅମୃତସର: ମେକଅପ୍ ଓ ଫ୍ୟାଶନ୍ ଦୁନିଆରେ ଥିଲା ନିଜର ସ୍ୱତନ୍ତ୍ର ପରିଚୟ। ସୋସିଆଲ ମିଡିଆରେ ତାଙ୍କ କଣ୍ଟେଣ୍ଟକୁ ପସନ୍ଦ କରୁଥିଲେ ଅନେକ ଫଲୋଅର୍ସ। ନିଜ କଳା ଓ ସୃଜନଶୀଳତା ଜରିଆରେ ଅନ୍ୟଙ୍କ ମୁହଁରେ ହସ ଫୁଟାଉଥିବା ମେକଅପ୍ ଆର୍ଟିଷ୍ଟ ତଥା ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ମ୍ୟାଡ଼ ସାନ୍ଧୁଙ୍କ ଜୀବନ ଥମିଯାଇଛି। ପଞ୍ଜାବର ଅମୃତସରରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ମ୍ୟାଡ୍ ସାନ୍ଧୁ ସୋସିଆଲ ମିଡିଆରେ ବେଶ ପରିଚିତ ଥିଲେ। କାମ ଓ ଭିଡିଓ ଦେଖି ଅନେକ ଲୋକ ତାଙ୍କ ସହ ଯୋଡ଼ି ହୋଇଯାଇଥିଲେ। ହେଲେ ତାଙ୍କୁ ଆଜି ଦିନ ଦି’ପହରରେ ଗୁଳି କରି ହତ୍ୟା କରାଯାଇଛି। ଏହି ଖବର ପ୍ରକାଶ ପାଇବା ପରେ ତାଙ୍କ ଫଲୋଅର୍ସ ଓ ପରିଚିତ ଲୋକଙ୍କ ମଧ୍ୟରେ ଗଭୀର ଦୁଃଖ ପ୍ରକାଶ ପାଇଛି।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ଘଟଣା ସହ ଜଡ଼ିତ ବିଭିନ୍ନ ତଥ୍ୟ ସଂଗ୍ରହ କରୁଛି। ଏହି ହତ୍ୟା ପଛରେ କାହାର ହାତ ରହିଛି ଏବଂ ଏହାର କାରଣ କ’ଣ, ସେନେଇ ତଦନ୍ତ ଜାରି ରହିଛି।

ଯେଉଁ ବ୍ୟକ୍ତି ନିଜ କଳା ମାଧ୍ୟମରେ ଅନ୍ୟଙ୍କୁ ସଜାଇବା ସହ ନିଜର ଏକ ପରିଚୟ ଗଢ଼ିଥିଲେ, ତାଙ୍କ ଏଭଳି ଅକାଳ ମୃତ୍ୟୁ ଅନେକଙ୍କୁ ସ୍ତବ୍ଧ କରିଦେଇଛି। ତେବେ ଏହି ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଅଭିଯୁକ୍ତଙ୍କ ପରିଚୟ ପୋଲିସ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।