fbpx

ଆଉ ନାହାନ୍ତି ଗୀତିକାର ପୂବାଚଲ୍ ଖାଦେର୍, ୫ ଦଶକ ଧରି ସାଧନାରେ ଥିଲେ ନିମଗ୍ନ

ନୂଆଦିଲ୍ଲୀ: ମହାମାରୀ କରୋନା ଛଡ଼ାଇ ନେଇଛି ସଂଗୀତ ଜଗତର ଆଉଜଣେ ଖ୍ୟାତାନାମା କଳାକାରଙ୍କୁ । ଏହି ଘାତକ ଭୂତାଣୁରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି ଗୀତିକାର ପୂବାଚଲ୍ ଖାଦେର୍ । ୭୨ବର୍ଷୀୟ ଖାଦେର୍ ଥିରୁବନ୍ତପୁରମ୍ ମେଡିକାଲ୍ କଲେଜରେ ଆଡମିଟ୍ ହୋଇଥିଲେ ।

ମାଲାୟଲାମ ଚଳଚ୍ଚିତ୍ର ଜଗତର ଚର୍ଚ୍ଚିତ ନାମ ସ୍ୱର୍ଗତ ଖାଦେର୍ ୫ ଦଶକ ଧରି ସଂଗୀତ ପାଇଁ ଉତ୍ସର୍ଗୀକୃତ ରହିଥିଲେ । ୩୫୦ରୁ ଅଧିକ ଚଳଚ୍ଚିତ୍ର ପାଇଁ ହଜାରରୁ ଅଧିକ ଗୀତ ରଚନା କରି ସେ ରଚିଥିଲେ ନୂଆ କୀର୍ତ୍ତିମାନ । ଏପରିକି ତାଙ୍କ ରଚିତ ଅନେକ ଗୀତ ସୁପର୍ ଡୁପର୍ ହିଟ୍ ହୋଇଥିଲା । ୧୯୭୦-୮୦ ଦଶକରେ ଖାଦେର ଥିଲେ ସବୁଠୁ ଅଧିକ ଚଳଚଞ୍ଚଳ ଗୀତିକାର । ନାଥା ନି ଭରୁମ୍ କଲୋଚା… (ଚମାରାମ), ଶରାରାନ୍ଥାଲ୍ ଥିରି ଥାନୁ… (କୟାଲମ୍ କୟାରମ୍) ଭଳି ଅନେକ ଚିର ସବୁଜ ଗୀତର ସ୍ରଷ୍ଟା ହେଉଛନ୍ତି ଖାଦେର୍ ।

ଛାତ୍ରଜୀବନରୁ କବିତା ରଚନା ପ୍ରତି ବିଶେଷ ଆଗ୍ରହ ରଖିଥିବା ଖାଦେର୍ ପରେ ବିଭିନ୍ନ ମଞ୍ଚ ଓ ରେଡିଓ ପାଇଁ ଗୀତ ଲେଖି ପ୍ରଶଂସା ପାଇଥିଲେ । ତାଙ୍କର ବିୟୋଗରେ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି ।

Get real time updates directly on you device, subscribe now.