fbpx

ମୋଟୁ ଆଇଆଇସି ଗିରଫ

ମାଲକାନାଗିରି(ଓଡ଼ିଶା ଭାସ୍କର): ମାଲକାନାଗିରି ମୋଟୁ ଥାନା ଆଇଆଇସି ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇଛି । ସୁଶାନ୍ତଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଟୁଇଟର୍ ହ୍ୟାଣ୍ଡେଲ ଜରିଆରେ ସୂଚନା ଦିଆଯାଇଛି । ତେବେ ଗତକାଲି ତାଙ୍କ ଠାରୁ ୨ ଲକ୍ଷ ୮୦ ହଜାର ଟଙ୍କା ମିଳିଥିଲା । ମୋଟୁରୁ ନିଜ ଘର ନଖରାକୁ ଆସୁଥିବା ବେଳେ ଧରାପଡ଼ିଥିଲେ । ଖୋର୍ଦ୍ଧା ନିକଟରେ ସୁଶାନ୍ତଙ୍କୁ ଧରି ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଏହାପରେ ତାଙ୍କ ଘରେ ଚଢ଼ାଉ କରାଯାଇଥିଲା । ଆଉ ଏହି ସମୟରେ ଘରର ତଲାସୀ ନିଆଯାଉଥିବା ବେଳେ ଏକ ସେଲ୍ ଡିବ୍ ଠାବ କରାଯାଇଥିଲା । ନିଜ ପତ୍ନୀଙ୍କ ନାଁରେ ନିକଟରେ କିଣିଥିବା ପ୍ଲଟ୍ ସେଲଡିଡ୍ ମିଳିଥିଲା । ୨୪ ଲକ୍ଷ ୯୦ ହଜାରରେ ପ୍ଲଟ୍ କିଣିବା ନେଇ ସେଲଡିଡ୍ ମିଳିଥିଲା ।

Get real time updates directly on you device, subscribe now.