fbpx

(VIDEO)ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ: ଭାଇରାଲ ହେଉଛି ଫଟୋ

ଭୁବନେଶ୍ୱର: ପ୍ରଯୋଜକ ଅକ୍ଷୟ ପରିଜାଙ୍କ ନାଁ ରେ ସାଙ୍ଘାତିକ ଅୟେଯାଗ ଆସିଛି । ଅଭିନେତ୍ରୀ କରାଇଦେବା ଆଳରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଏଥି ସହିତ ପାଖାପାଖି ୧ ବର୍ଷଧରି ଜୋରଜବରଦସ୍ତି ଶାରିରୀକ ସମ୍ପର୍କ ରହିଥିବା କୁହାଯାଉଛି । ତେବେ ସେ ଯେଉଁ ଯୁବତୀଙ୍କ ସହ ଶାରୀରକ ସମ୍ପର୍କ ରଖିଥିଲେ ତା ବିବାହ ଠିକ୍ ହେବା ପରେ ଅତ୍ୟାଚାର ବଢିଥିବା ଅଭିଯୋଗରେ କୁହାଯାଇଛି । ଏତତ୍ ବ୍ୟତୀତ ଆଉ କାହାକୁ ବିବାହ କରିଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିବା ଜଣାପଡିଛି । କିନ୍ତୁ ଏହି ଅଭିଯୋଗ ସମ୍ପର୍କରେ ବର୍ତ୍ତମାନ ପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି ପ୍ରଯୋଜକ ଅକ୍ଷୟ ପରିଜା ।

ତେବେ ଏହି ଅଭିଯେଗରେ ଲେଖା ଯାଇଛି ଯେ ମୁଁ ହରିଜନ ଜାତିର ଝିଅ । ଦୀର୍ଘ ବର୍ଷ ହେଲା ପ୍ରେଯୋଜକ ଅକ୍ଷୟ ପରିଜା ମୋ ସହ ଜୋରଜବରଦସ୍ତି ଶାରୀରିକ ସମ୍ପର୍କ ରଖିଛନ୍ତି । ମୋର ନ୍ୟୁଡ ଫଟୋ ରଖି ମତେ ବ୍ଲାକମେଲିଂ କରିବା ସହ ମୋ ସହ ଶାରୀରିକ ସମ୍ପର୍କ ରଖିଛନ୍ତି । ଏଥିସହିତ ମତେ ଜୀବନରୁ ମାରିଦେବାର ଧମକ ମଧ୍ୟ ଦେଇଛନ୍ତି । ମୋ ବାହାଘର ଠିକ୍ ହୋଇଛି କିନ୍ତୁ ମେ କହୁଛନ୍ତି ତୁ ଯଦି ଆଉ କାହାକୁ ବିବାହ କରିବୁ ତେବେ ମୁଁ ତତେ ସେ ପୁଅ ସହ ରଖେଇ ଦେବିନାହିଁ ,ଜୀବନରୁ ମାରି ଦେବି ।

Get real time updates directly on you device, subscribe now.