fbpx

ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ

ମୁମ୍ବାଇ ୨୪ । ୪ (ଓଡିଶା ଭାସ୍କର) : ଦିନକୁ ଦିନ ବଢିବାରେ ଲାଗିଛି ଗୃହମନ୍ତ୍ରୀଙ୍କ ଅଡୁଆ । ଆଜି ସକାଳେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ବମ୍ବେ ହାଇକୋର୍ଟରେ ପୂର୍ବତନ ପୋଲିସ୍ କମିଶନର ପରମବୀର ସିଂହ ବଟି ଆଦାୟ ପାଇଁ ନିର୍ଦ୍ଦେଶ ଦେଇଥିବା ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଅଭିଯୋଗ କରିଥିଲେ ।ଏହାପରେ ହାଇକୋର୍ଟ ସିବିଆଇକୁ ପ୍ରଥମିକ ତଦନ୍ତ ଦେବାକୁ ନିଦ୍ଦେର୍ଶ ଦେଇଥିଲେ । ସିବିଆଇ ପ୍ରାଥମିକ ତଦନ୍ତ କରିବା ବେଳେ ଦେଶମୁଖଙ୍କ ବିରୋଧରେ ଅନେକ ପ୍ରମାଣ ମିଳିଥିବା ଜଣାପଡ଼ିଛି। ଏହି ମାମଲାରେ ଆହୁରି ଅନେକ ଲୋକଙ୍କ ସଂପୃକ୍ତ ରହିଛି। ଯେଉଁମାନଙ୍କୁ ପ୍ରାଥମିକ ତଦନ୍ତ ବେଳେ ଚିହ୍ନଟ କରାଯାଇ ପାରିନାହିଁ। ତେଣୁ ଦେଶମୁଖଙ୍କ ସହିତ କିଛି ଅଜଣା ବ୍ୟକ୍ତିଙ୍କ ବିରୋଧରେ ମଧ୍ୟ ସିବିଆଇ ମାମଲା ରୁଜୁ କରିଛି।

ସୂଚନା ଅନୁସାରେ ଦେଶମୁଖ ନିଲମ୍ବିତ ଏପିଆଇ ସଚିନ୍ ୱାଜେଙ୍କ ସମେତ ଆଉ କିଛି ପୁଲିସ କର୍ମଚାରୀଙ୍କୁ ବାର ଏବଂ ରେଷ୍ଟୁରାଣ୍ଟରୁ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିଲେ ବୋଲି ପରମବୀର ଅଭିଯୋଗ କରିଥିଲେ। ଏନେଇ ପରମବୀର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ବମ୍ବେ ହାଇକୋର୍ଟ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଅନୀଲ ଦେଶମୁଖ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୁପ୍ରିମ୍ କୋର୍ଟ ଯାଇଥିଲେ । ତେବେ ସୁପ୍ରିମ୍ କୋର୍ଟ ତାଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟଙ୍କ ସିବିଆଇ ତଦନ୍ତ ନିର୍ଦ୍ଦେଶକୁ ବଳବତ୍ତର ରଖିଥିଲେ ।

Get real time updates directly on you device, subscribe now.