fbpx

ବିରୋଧୀ ନେତାଙ୍କ ପରେ ନିତୀନ ଗଡକରୀଙ୍କୁ ଭେଟିଲେ ମମତା ବାନାର୍ଜୀ, ଜାଣନ୍ତୁ କ’ଣ ହେଲା ଆଲୋଚନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନେକ ବିରୋଧୀ ନେତାଙ୍କ ସହ ସାକ୍ଷାତ କରିଛନ୍ତି । ଏହି ପରିପେକ୍ଷୀରେ ଗୁରୁବାର ମମତା କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡକରୀଙ୍କ ସହ ପଶ୍ଚିମବଙ୍ଗରେ ଉଦ୍ୟୋଗ ଏବଂ ସଡ଼କକୁ ନେଇ ଆଲୋଚନା କରିଛନ୍ତି । ଏନେଇ ଟିଏମସିର ଶୀର୍ଷ ନେତା ନିତୀନ ଏବଂ ମମତାଙ୍କ ସାକ୍ଷାତ ବିଷୟରେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ମମତା ବାନାର୍ଜୀ ପାଞ୍ଚ ଦିନିଆ ଦିଲ୍ଲୀ ଗସ୍ତରେ ଏପର୍ଯ୍ୟନ୍ତ, ରାହୁଲ, ସୋନିଆଙ୍କ ସମେତ ଅନେକ ନେତାଙ୍କ ସହ ସାକ୍ଷାତ୍ କରିଛନ୍ତି ।

ମମତା ବାନାର୍ଜୀ କହିଛନ୍ତି ଯେ କେନ୍ଦ୍ରୀମନ୍ତ୍ରୀ ନିତୀନ ଗଡ଼କରୀଙ୍କ ସହ ରାଜ୍ୟରେ ଉଦ୍ୟୋଗ ଶିଳ୍ପକୁ ନେଇ ଆଲୋଚନା ହୋଇଛି । ଏହା ସହ ସେ ରାଜ୍ୟରେ କାରଖାନା ନିର୍ମାଣ ଉପରେ ମଧ୍ୟ କଥା ହୋଇଛନ୍ତି । ଏହା  ସହ ଇଲେକ୍ଟ୍ରିକ ବସ୍, ଅଟୋ ଏବଂ ସ୍କୁଟର ତିଆରି ପାଇଁ ଅନୁଗ୍ରହ କରିଛନ୍ତି । ସେ ଆହୁରି କହିଛନ୍ତି ପଶ୍ଚିମବଙ୍ଗ ରାଜ୍ୟର ସୀମା ବାଙ୍ଗଲାଦେଶ, ନେପାଳ, ଭୂଟାନ ଏବଂ ଉତ୍ତର ପୂର୍ବ ରାଜ୍ୟ ସହ ସଂଲଗ୍ନ । ଏମିତିରେ ଆମକୁ ଭଲ ସଡ଼କର ଆବଶ୍ୟକତା ରହିଛି ।

Get real time updates directly on you device, subscribe now.