୫ ବର୍ଷ ପରେ ଖୋଲିଲା ୨୦୨୧ର ଫାଇଲ; ମମତାଙ୍କ ଗୋଡ଼ ଭଙ୍ଗା ମାମଲା CID ତଦନ୍ତ!
ଶୁଭେନ୍ଦୁଙ୍କ ଦାବି ଅନୁସାରେ, ୨୦୨୧ ମାର୍ଚ୍ଚ ୧୧ ତାରିଖରେ ବାଙ୍ଗୁର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁରୋସାଇନ୍ସର ରେଡିଓଡାଏଗ୍ନୋସିସ୍ ରିପୋର୍ଟରେ ଗୋଡ଼ରେ ଫ୍ରାକ୍ଚର କିମ୍ବା ଡିସ୍ଲୋକେସନ୍ର ପ୍ରମାଣ ନଥିବା ଉଲ୍ଲେଖ ରହିଛି। ଏହି ରିପୋର୍ଟକୁ ଆଧାର କରି ଶୁଭେନ୍ଦୁ ଏବେ ମାମଲାର ପୁନଃତଦନ୍ତ କଥା କହିଛନ୍ତି।
କୋଲକାତା: ନନ୍ଦୀଗ୍ରାମର ରାଜନୀତିରେ ପୁଣି ତାତିଲା ୨୦୨୧ ନିର୍ବାଚନର ପୁରୁଣା ଅଧ୍ୟାୟ। ନିର୍ବାଚନ ପ୍ରଚାର ସମୟରେ ମମତା ବାନାର୍ଜୀଙ୍କ ଗୋଡ଼ରେ ଲାଗିଥିବା ଆଘାତକୁ ନେଇ ସେତେବେଳେ ରାଜ୍ୟ ରାଜନୀତି ସରଗରମ ହୋଇଥିଲା। ଦୀର୍ଘ ୫ ବର୍ଷ ବର୍ଷ ପରେ ଘଟଣା ଉପରୁ ପର୍ଦ୍ଦା ହଟିଛି। ମାମଲା ସମ୍ପୂର୍ଣ୍ଣ ମିଛ ବୋଲି ଜଣାପଡ଼ିଛି। ମମତା ବାନାର୍ଜୀଙ୍କ ଚିକିତ୍ସା ରିପୋର୍ଟ ସାର୍ବଜନୀନ କରି ପୂରା ଘଟଣା ଉପରୁ ପର୍ଦ୍ଦା ହଟାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ଏହି ଘଟଣାରେ ସିଆଇଡି ତଦନ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଶୁଭେନ୍ଦୁଙ୍କ ଦାବି ଅନୁସାରେ, ୨୦୨୧ ମାର୍ଚ୍ଚ ୧୧ ତାରିଖରେ ବାଙ୍ଗୁର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ନ୍ୟୁରୋସାଇନ୍ସର ରେଡିଓଡାଏଗ୍ନୋସିସ୍ ରିପୋର୍ଟରେ ଗୋଡ଼ରେ ଫ୍ରାକ୍ଚର କିମ୍ବା ଡିସ୍ଲୋକେସନ୍ର ପ୍ରମାଣ ନଥିବା ଉଲ୍ଲେଖ ରହିଛି। ଏହି ରିପୋର୍ଟକୁ ଆଧାର କରି ଶୁଭେନ୍ଦୁ ଏବେ ମାମଲାର ପୁନଃତଦନ୍ତ କଥା କହିଛନ୍ତି।
ତେବେ ଏହି ଘଟଣାର ଅନ୍ୟ ଏକ ପାଶ୍ୱର୍ ମଧ୍ୟ ରହିଛି। ୨୦୨୧ ମସିହାରେ ନନ୍ଦୀଗ୍ରାମରେ ଆହତ ହେବା ପରେ ମମତା କହିଥିଲେ, କେତେକ ଲୋକ ତାଙ୍କୁ ଧକ୍କା ଦେଇଥିଲେ। ପରେ ତାଙ୍କୁ କୋଲକାତା ନିଆଯାଇ ଚିକିତ୍ସା କରାଯାଇଥିଲା। ସେହି ସମୟରେ ଏସ୍ଏସ୍କେଏମ୍ ହସ୍ପିଟାଲର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ସେତେବେଳେ ଗୋଡ଼ ସମେତ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଥିବା ରିପୋର୍ଟରେ କୁହାଯାଇଛି।
ଏବେ ଶୁଭେନ୍ଦୁ କହିଛନ୍ତି; ନିର୍ବାଚନୀ ଆଚରଣବିଧି ଶେଷ ହେବା ପରେ ଏହି ମାମଲାରେ ଅଧିକ ତଥ୍ୟ ସାମ୍ନାକୁ ଆଣିବେ। ଅର୍ଥାତ୍ ନନ୍ଦୀଗ୍ରାମ ଉପନିର୍ବାଚନ ମଧ୍ୟରେ ୨୦୨୧ ମସିହାରେ ଘଟିଥିବା ମହାନାଟକ ପର୍ଦ୍ଦା ଉଠିବ। ଆଉ ପଶ୍ଚିମବଙ୍ଗ ରାଜନୀତି ପୁଣିଥରେ ଚର୍ଚ୍ଚାର କେନ୍ଦ୍ରକୁ ଫେରିବ।
ପାଞ୍ଚ ବର୍ଷ ପରେ ଏହି ମାମଲାରେ ତଦନ୍ତ ଘୋଷଣା ହେବା ଫଳରେ ନନ୍ଦୀଗ୍ରାମର ସେହି ପୁରୁଣା ଘଟଣାକୁ ନେଇ ରାଜନୈତିକ ତର୍କ ପୁଣି ତୀବ୍ର ହେବାର ସମ୍ଭାବନା ରହିଛି। ତଦନ୍ତର ନିଷ୍କର୍ଷ ଆସିବା ପର୍ୟ୍ୟନ୍ତ ରିପୋର୍ଟର ଅର୍ଥ ଓ ଘଟଣାର ପୂର୍ଣ୍ଣ ପୃଷ୍ଠଭୂମି ନେଇ ଚୂଡ଼ାନ୍ତ ନିଷ୍କର୍ଷକୁ ଆସିବା ବାକି ରହିଛି।

