fbpx

‘ଜନତାଙ୍କ ମଙ୍ଗଳ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ପାଦ ଛୁଇଁବାକୁ ପ୍ରସ୍ତୁତ, କିନ୍ତୁ ଏପରି ଅପମାନକୁ ମୁଁ ସହ୍ୟ କରିପାରିବି ନାହିଁ,’ ମୋଦିଙ୍କ ଉପରେ ଗର୍ଜିଲେ ମମତା

କୋଲକାତା: ବାତ୍ୟା ‘ୟଶ୍’କୁ ନେଇ ନକଲି ଓ ଏକପାଖିଆ ଖବର ପ୍ରଚାର କରାଯାଉଛି । ପ୍ରତ୍ୟେକ କ୍ଷେତ୍ରରେ କେନ୍ଦ୍ର ସରକାର ରାଜନୀତିକ ବୟାନବାଜୀ କରୁଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜ ଏହାକୁ ବିରୋଧ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ ପ୍ରଶାସନକୁ ଦାୟୀ କରିବା ସହ ଗର୍ଜିଛନ୍ତି ।

ମମତା କହିଛନ୍ତି ଯେ, ତାଙ୍କୁ ଅପମାନିତ କରାଯାଉଛି । ପଶ୍ଚିମବଙ୍ଗରେ ଟିଏମସିର ବିଜୟକୁ ପ୍ରଧାନମନ୍ତ୍ରୀ ସହ୍ୟ କରିପାରୁ ନାହାନ୍ତି, ତେଣୁ ସେ ଏପରି ଷଡ଼ଯନ୍ତ୍ର କରୁଛନ୍ତି । ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଦିଲ୍ଲୀ ଫେରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ଏହାର ଏକ ବଳିଷ୍ଠ ଉଦାହରଣ ଅଟେ । ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ସେ ୨୦ ମିନିଟ୍ ଅପେକ୍ଷା କରି ରହିଥିଲେ । ଦିଘା ଓ ସାଗର ବାତ୍ୟା ପ୍ରପୀଡ଼ିତ ଅଞ୍ଚଳ ପରିଦର୍ଶନ କରିବାକୁ ସେ ପୂର୍ବରୁ ସମସ୍ତ ପ୍ରସ୍ତୁତି କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ବୋଲି ସେ ଖବର ପାଇଥିଲେ । ରାଜ୍ୟବାସୀଙ୍କ ମଙ୍ଗଳ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ପାଦ ଧରିବାକୁ ପ୍ରସ୍ତୁତ ଅଛନ୍ତି । ମାତ୍ର ଏପରି ଅପମାନ ହେଲେ, ସେ ସହ୍ୟ କରିପାରିବେ ନାହିଁ । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ବୈଠକକୁ ରାଜ୍ୟପାଳଙ୍କୁ କାହିଁକି ଡକାଯାଇଥିଲା ବୋଲି ମମତା ପ୍ରଶ୍ନ କରିଥିଲେ । ପ୍ରଧାନମନ୍ତ୍ରୀ ଏହି ରାଜନୈତିକ ଆକ୍ରୋଶକୁ ପୂର୍ଣ୍ଣଚ୍ଛେଦ ପକାନ୍ତୁ । ମୁଖ୍ୟ ଶାସନ ସଚିବ ଆଳାପନ ବାନାର୍ଜୀଙ୍କ ଦିଲ୍ଲୀ ଫେରିବା ଆଦେଶ ପ୍ରତ୍ୟାହାର କରି ନିଅନ୍ତୁ । ପରାଜୟକୁ ଗ୍ରହଣ କରି ଶାସନରେ ସହଯୋଗ କରନ୍ତୁ ବୋଲି ମମତା ପ୍ରଧାନମନ୍ତ୍ରୀ ଅନୁରୋଧ କରିଛନ୍ତି ।

Get real time updates directly on you device, subscribe now.