fbpx

ରୋଚକ ହେଲା ୟୁପି ନିର୍ବାଚନ, ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା ବାନାର୍ଜୀ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆରମ୍ଭ ହୋଇ ଯାଇଛି ଜୋରସୋର ପ୍ରଚାର। ସାର୍ବଜନୀନ ରାଲି କି ରୋଡ୍ ଶୋ ନହୋଇପାରିଲେ ବି ରାଜନୈତିକ ଦଳ ଭର୍ଚୁଆଲ ରାଲି କରି ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାରେ ଲାଗିଛନ୍ତି। ଏହା ମଧ୍ୟରେ ସମାଜବାଦୀ ପାର୍ଟିକୁ ମିଳିଛି ତୃଣମୂଳ କଂଗ୍ରେସର ସମର୍ଥନ। ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୟୁପି ନିର୍ବାଚନରେ ଅଖିଳେଶ ଯାଦବଙ୍କ ପାଇଁ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ସେ ଫେବୃଆରୀ ୮ରେ ଲକ୍ଷ୍ନୌରେ ଏକ ଭର୍ଚୁଆଲ ରାଲିକୁ ସମ୍ବୋଧିତ କରିବେ।

ଆଶା କରାଯାଉଥିବ ସପା ମୁଖ୍ୟ ଅଖିଲେଶ ଯାଦବ ଏବଂ ଟିଏମସି ମୁଖ୍ୟ ମମତା ବାନାର୍ଜୀ ଗୋଟିଏ ମଞ୍ଚରେ ନଜର ଆସିବେ ନିର୍ବାଚନୀ ପ୍ରଚାର କରିବେ। ତେବେ କରୋନା ମହାମାରୀ କାରଣରୁ ନିର୍ବାଚନ ଆୟୋଗ ରାଲି, ରୋଡ ଏବଂ ସମାବେଶ ପରି ରାଜନୈତିକ ଗତିବିଧି ଉପରେ ରୋକ୍ ଲଗାଇଛନ୍ତି। ଏହି ରୋକ୍ ଜାନୁଆରୀ ୨୨ ପର୍ଯ୍ୟନ୍ତ ଲାଗୁ ରହିଛି। ଏହା ପରେ ପରିସ୍ଥିତିର ସମୀକ୍ଷା କରି ରାଲି ଏବଂ ରୋଡ୍ ଶୋକୁ ଅନୁମତି ଦେବା ନେଇ ବିଚାର କରି ନିର୍ବାଚନ ଆୟୋଗ। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ ୭ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ପ୍ରଥମ ପର୍ଯ୍ୟାୟ ମତଦାନ ଫେବୃଆରୀ ୧୦ରେ ଥିବା ବେଳେ ଶେଷ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ୭ରେ ରହିଛି। ଭୋଟ୍ ଗଣତି ଏବଂ ନିର୍ବାଚନ ଫଳାଫଳ ମାର୍ଚ୍ଚ ୧୦ରେ ପ୍ରକାଶ ପାଇବ।

Get real time updates directly on you device, subscribe now.