fbpx

ନବୀନଙ୍କୁ ଭେଟିବା ସହ ତାଙ୍କ ପାଇଁ କଣ କଣ ଉପହାର ଆଣିଥିଲେ ମମତା ଆସନ୍ତୁ, ନଜର ପକାଇବା

ଭୁବନେଶ୍ୱର: ଟିଏମସି ମୁଖିଆ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ନିଜ ତିନିଦିନିଆ ଗସ୍ତର ଅନ୍ତିମ ଦିନରେ ସେ ନବୀନ ଙ୍କ ସହିତ ସାକ୍ଷାତ କରିଛନ୍ତି । କିଛି ରାଜନୈତିକ ଆଲୋଚନା ନୁହେଁ ବରଂ ପୁରୁଣା ସମ୍ପର୍କକୁ ଆହୁରୀ ମଜବୁତି କରିବା ପାଇଁ ମମତା ନବୀନଙ୍କୁ ଭେଟିଥିଲେ ।

 

ଆଉ ଏଥର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଯେଉଁ ବ୍ୟବସ୍ଥା ଆଉ ଆତିଥ୍ୟ ମମତାଙ୍କୁ ମିଳିଛି ସେ ମଧ୍ୟ ବହୁ ଖୁସିରେ ଘରକୁ ଫେରିଛନ୍ତି । ଛେନା ପୋଡରୁ ଆତିଥ୍ୟ ଆରମ୍ଭ ହୋଇଥିବା ବେଳେ ଉଭୟ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକାରର ଭେଟି ପରସ୍ପରକୁ ଦେଇଛନ୍ତି ।

କେବଳ ଏତିକି ନୁହେଁ ମମତା ମୁଖ୍ୟମନ୍ତ୍ରୀଙ୍କ ସ୍ୱର୍ଗତ ପିତା ମାତାଙ୍କ ପାଇଁ ମଧ୍ୟ ଉପହାର ଆଣିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏହାକୁ ମମତା ନିଜେ ବିଜୁ ବାବୁ ଆଉ ଜ୍ଞାନ ପଟ୍ଟନାୟକଙ୍କ ଫଟୋ ତଳେ ଅର୍ପଣ କରୁଥିବାର ଦେଖିବାକୁ ମିଳିଛି ।

ଏହା ସହିତ ନବୀନଙ୍କ ପାଇଁ ମହାପ୍ରଭୁଙ୍କ ଅଙ୍ଗବସନ୍ତ୍ର ଆଉ ତିନି ଠାକରୁରଙ୍କ ରଥ ମଧ୍ୟ ଆଣିଥିଲେ । ଏହା ସହିତ କିଛି ଫଳ ଆଉ ମିଠା ସାମଗ୍ରୀ ଥିବା ମଧ୍ୟ ସୂଚନା ମିଳିଛି ।
ଆଉ ନବୀନ ମଧ୍ୟ ଏତେ ସବୁ ଉପହାର ଗ୍ରହଣ କରିବା ପରେ ମମତାଙ୍କୁ ଧନ୍ୟବାଦ ଜଣାଇବା ସହିତ କିଛି ଖାସ ଉପହାର ଦେଇଥିଲେ । ଉଭୟ ମୁଖ୍ୟମନ୍ତ୍ରୀ କିଛି ସମୟ ବସି ବାର୍ତ୍ତାଳାପ କରିଥଲେ । ପରେ ନବୀନ ନିବାସ ବୁଲି ଦେଖିଥିଲେ ।

ତେବେ ମମତାଙ୍କ ଏହି ଗସ୍ତକୁ ନେଇ ବହୁ ରାଜନୈତିକ ଆଲୋଚନା ହେଉଥିଲେ ମଧ୍ୟ ନବୀନ ଏହାକୁ ଏକ ସାଧାରଣ ସାକ୍ଷାତକାର ବୋଲି କହିଛନ୍ତି ।

Get real time updates directly on you device, subscribe now.