ସାଙ୍ଗ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀ କଲା ବାଧ୍ୟ, ଅଭିଯୋଗ ନେଇ ଥାନାରେ ପହଞ୍ଚିଲା ସ୍ଵାମୀ, କହିଲା…
ସାଙ୍ଗ ସହ ଶାରୀରିକ ସମ୍ପର୍କ ରଖିବାକୁ ସ୍ତ୍ରୀ କଲା ବାଧ୍ୟ, ଅଭିଯୋଗ ନେଇ ଥାନାରେ ପହଞ୍ଚିଲା ସ୍ଵାମୀ
Man Alleges Wife: ବେଙ୍ଗାଲୁରୁରେ ଜଣେ ଯୁବକ ତାଙ୍କ ସ୍ତ୍ରୀ ଏବଂ ଶ୍ୱଶୁର ଘର ଲୋକଙ୍କ ବିରୁଦ୍ଧରେ ନିର୍ଯାତନା, ଯୌନ ଶୋଷଣ ଏବଂ ଠକେଇର ଅତ୍ୟନ୍ତ ଗମ୍ଭୀର ଅଭିଯୋଗ ଆଣି ଏକ ଅଜବ ଅଭିଯୋଗ ଦାଖଲ କରିଛନ୍ତି । ସ୍ୱାମୀ କହିଛନ୍ତି, ତାଙ୍କୁ ତାଙ୍କ ନିଜ ଘରୁ ବାହାର କରିଦିଆଯାଇଥିଲା । ସାଙ୍ଗରେ ସେ କେବଳ ଗୋଟିଏ ପୋଷାକ ଏବଂ ତାଙ୍କ ଲାପଟପ୍ ନେଇ ଯାଇଥିଲେ । ୩୭ ବର୍ଷୀୟ ଯୁବକ ତାଙ୍କ ୩୧ ବର୍ଷୀୟ ସ୍ତ୍ରୀ ଶିଳ୍ପାଙ୍କ ନାଁରେ ଏହି ଅଭିଯୋଗ ଆଣିଛନ୍ତି ।
ମହିଳା ବନ୍ଧୁଙ୍କ ସହ ଯୌନ ସମ୍ପର୍କ ରଖିବା ପାଇଁ ଚାପ
ପିଡିତ ସ୍ଵାମୀ କହିଛନ୍ତି ଯେ, ତାଙ୍କ ସ୍ତ୍ରୀ ତାଙ୍କୁ ବାରମ୍ବାର ଯୌନ ଶୋଷଣ କରନ୍ତି। ସେ ଅଭିଯୋଗ କରିଛନ୍ତି ଯେ ତାଙ୍କ ସ୍ତ୍ରୀ ତାଙ୍କୁ ଅଶ୍ଳୀଳ ଭିଡିଓ ପଠାନ୍ତି ଏବଂ ସମାନ କାର୍ଯ୍ୟରେ ଲିପ୍ତ ହେବା ପାଇଁ ଚାପ ଦିଅନ୍ତି। ତାଙ୍କ ସ୍ତ୍ରୀ ତାଙ୍କୁ ତାଙ୍କର ଜଣେ ମହିଳା ବନ୍ଧୁଙ୍କ ସହ ଯୌନ ସମ୍ପର୍କ ରଖିବାକୁ ମଧ୍ୟ ବାଧ୍ୟ କରିଥିଲେ ଏବଂ ଅନ୍ୟମାନଙ୍କ ସହ ସେମାନଙ୍କ ବ୍ୟକ୍ତିଗତ ଜୀବନର ବିବରଣୀ ବାଣ୍ଟିବାକୁ ଚାପ ଦେଇଥିଲେ। ଏହା ବ୍ୟତୀତ ସ୍ୱାମୀ ଦାବି କରିଛନ୍ତି ଯେ, ତାଙ୍କ ସ୍ତ୍ରୀ ତାଙ୍କ ପୂର୍ବତନ ପ୍ରେମିକଙ୍କ ସହିତ ବିବାହ ପରେ ମଧ୍ୟ ସମ୍ପର୍କରେ ଅଛନ୍ତି ।
ଜୀବନଶୈଳୀ ସମ୍ପର୍କରେ ତାଚ୍ଛଲ୍ୟ
ଏହା ସହିତ ସ୍ୱାମୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ତ୍ରୀ ତାଙ୍କର ଆର୍ଥିକ ସ୍ଥିତିକୁ ପରିହାସ କରୁଥିଲେ। ପତ୍ନୀ ତାଙ୍କ ଧନୀ ବନ୍ଧୁମାନଙ୍କ ସହିତ ସମୟ ବିତାଇବା ଏବଂ ଭବ୍ୟ ପାର୍ଟି ଆୟୋଜନ କରିବାକୁ ପସନ୍ଦ କରୁଥିଲେ।
ଶ୍ୱଶୁର ଘର ଲୋକଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ
ବିବାଦ କେବଳ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସୀମିତ ନଥିଲା। ବ୍ୟକ୍ତି ଜଣକ ତାଙ୍କ ଶାଶୁ ଏବଂ ଶ୍ୱଶୁରଙ୍କ ବିରୁଦ୍ଧରେ ମଧ୍ୟ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି ଯେ, ତାଙ୍କ ଶାଶୁ ତାଙ୍କୁ ତାଙ୍କ ଝିଅଠାରୁ ଅଲଗା ହେବାକୁ ପ୍ରବର୍ତ୍ତାଇଥିଲେ ଯାହାଦ୍ୱାରା ସେ ତାଙ୍କ ପାଇଁ ଏକ ‘ଉତ୍ତମ’ ଏବଂ ଧନୀ ବର ଖୋଜିପାରିବେ। ଏଥିସହିତ ତାଙ୍କ ଶ୍ୱଶୁର ଘରକୁ ଗୁଣ୍ଡା ପଠାଇ ତାଙ୍କୁ ହତ୍ୟା ଧମକ ଦେଇଥିବା ନେଇ ମଧ୍ୟ ଅଭିଯୋଗ କରିଛନ୍ତି ଉକ୍ତ ବ୍ୟକ୍ତି ।
ଘରୁ ବିତାଡିତ; ମୂଲ୍ୟବାନ ଜିନିଷପତ୍ର ଜବତ
୨୪ ସେପ୍ଟେମ୍ବର ୨୦୨୪ରେ ତାଙ୍କୁ ଘରୁ ବାହାର କରି ଦେଇଥିଲେ । ପୀଡିତା ଜଣଙ୍କ କହିଛନ୍ତି ଯେ, ତାଙ୍କୁ କେବଳ ତାଙ୍କର ପୋଷାକ ଏବଂ ଲାପଟପ୍ ନେବାକୁ ଅନୁମତି ଦିଆଯାଇଥିଲା। ତାଙ୍କର ନଗଦ ୧.୮୭ ଲକ୍ଷ ଟଙ୍କା, ୧୦୦ ଗ୍ରାମରୁ ଅଧିକ ଓଜନର ସୁନା ଅଳଙ୍କାର, ରୂପା ପାତ୍ର ଏବଂ ତାଙ୍କ ପାସପୋର୍ଟ ଏବଂ ଡିଗ୍ରୀ ସାର୍ଟିଫିକେଟ ଭଳି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସବୁ ତାଙ୍କଠୁ ନେଇଯାଇଥିଲେ । ଏହା ବ୍ୟତୀତ ତାଙ୍କୁ ଇମୋସନାଲ୍ ବ୍ଲାକମେଲ୍ କରି ତାଙ୍କ ଲାପଟପରେ ଥିବା ସମସ୍ତ ବିବାହ ଫଟୋଗ୍ରାଫ୍ ଏବଂ ଭିଡିଓଗୁଡ଼ିକୁ ଡିଲିଟ୍ କରିଦେଇଥିଲେ ।
ଅନ୍ୟପଟେ ପତ୍ନୀ ମଧ୍ୟ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ପାଲଟା ଆକ୍ରମଣ କରିଛନ୍ତି । ସ୍ଵାମୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣି ତାମିଲନାଡୁରେ ଏକ ପୃଥକ ଏଫଆଇଆର ଦାୟର କରିଛନ୍ତି।
