fbpx

ଦମ୍ପତିଙ୍କ Kiss ହଙ୍ଗାମା ସରିନି, ଅଯୋଧ୍ୟାର ପବିତ୍ର ଘାଟରେ ବାଇକ୍ ଷ୍ଟଟ୍ ଦେଲେ ଯୁବକ, ଦେଖନ୍ତୁ Video

ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ଅଯୋଧ୍ୟାର ପବିତ୍ର ଘାଟରେ ଏକ ଦମ୍ପତି କିସ୍ କରୁଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ତେବେ ଏହି ଘଟଣାକୁ କିଛିଦିନ ନ ପୂରୁଣୁ ଅଯୋଧ୍ୟାର ପବିତ୍ର ଘାଟ ‘ରାମ କୀ ପୈଡ଼ୀ’ରେ ବାଇକ୍ ଷ୍ଟଣ୍ଟ ଦେଇଛନ୍ତି ଜଣେ ଯୁବକ । ଏନେଇ ଏକ ଭିଡିଓ ଭାଇରାଲ ହେବା ପରେ ଉକ୍ତ ଯୁବକଙ୍କ ନାମରେ ଏକ ଇ-ଚାଲାଣ କଟାଯାଇଥିବା ଜଣାପଡ଼ିଛି ।

ତେବେ ଭିଡିଓରେ ଯୁବକ ଜଣଙ୍କ ‘ରାମ କୀ ପୈଡ଼ୀ’ ଘାଟରେ ନଦୀ ମଧ୍ୟରେ ବାଇକ୍ ଚଲାଉଥିବା ଦେଖାଯାଉଛି । ସେହି ସମୟରେ ସରୟୂ ନଦୀ ମଧ୍ୟରେ ଶ୍ରଦ୍ଧାଳୁମାନେ ସ୍ନାନ କରୁଥିଲେ । ଭିଡିଓଟିକୁ କିଛି ୟୁଜର୍ସ ଶେୟାର କରି ଅଯୋଧ୍ୟା ପୋଲିସକୁ ଟ୍ୟାଗ୍ କରିଥିଲେ । ଏହି ଭିଡିଓ ଭାଇରାଲ ପରେ ଟ୍ୱିଟରରେ ଅଯୋଧ୍ୟା ପୋଲିସରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି ।

ନିକଟରେ ଅଯୋଧ୍ୟାର ପବିତ୍ର ଘାଟରେ ପତିପତ୍ନୀ ପରସ୍ପରକୁ ଚୁମ୍ବନ ଦେଉଥିଲେ । ସେ ସମୟରେ ସେଠାରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ପତିଙ୍କୁ ପିଟିଥିଲେ । ସେ ସମୟରେ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ତେବେ ‘ରାମ କୀ ପୈଡ଼ି’ରେ କିଛି ନିୟମ କାନୁନ ଅଛି ନା ନାହିଁ ବୋଲି ଲେଖି ଜଣେ ଯୁଜର ଟ୍ୱିଟରରେ ଅଯୋଧ୍ୟା ପୋଲିସକୁ ଟ୍ୟାଗ୍ କରିଥିଲେ । ତେବେ ଏହି ମାମଲାରେ ପୋଲିସ ଉକ୍ତ ଯୁବକଙ୍କ ନାମରେ କଟାଯାଇଥିବା ଚାଲାଣର ସ୍କ୍ରିନ ଶଟ୍ ଶେୟାର କରିଥିବା ବେଳେ ଯୁବକଙ୍କ ବିଷୟରେ କୌଣସି ତଥ୍ୟ ପ୍ରଦାନ କରିନାହିଁ ।

Get real time updates directly on you device, subscribe now.