fbpx

ହେୟାର ଟ୍ରାନ୍ସପ୍ଲାଣ୍ଟ ପରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ; ଘଟଣାରେ ୪ ଗିରଫ

ନୂଆଦିଲ୍ଲୀ: ସୁନ୍ଦର ଦେଖାଯିବା ପାଇଁ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତି । କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ସୁନ୍ଦର ଦେଖାଯିବା ପାଇଁ ସର୍ଜରୀ ମଧ୍ୟ କରିଥାନ୍ତି । କିନ୍ତୁ ଏହି ସର୍ଜରୀ ବେଳେବେଳ ଶରୀର ପାଇଁ ହାନିକାରକ ହୋଇଥାଏ । ସେହିପରି କିଛି ଲୋକ ସୁନ୍ଦର ଦେଖାଯିବା ପାଇଁ ହେୟାର ଟ୍ରାନ୍ସପ୍ଲାଣ୍ଟ କରିଥାନ୍ତି । ତେବେ ଏହି ହେୟାର ଟ୍ରାନ୍ସପ୍ଲାଣ୍ଟରେ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲି ଯାଇଥିବା ଭଳି ଖବର ସାମ୍ନାକୁ ଆସିଛି । ଦିଲ୍ଲୀର ଜଣେ ୩୦ ବର୍ଷିୟ ବ୍ୟକ୍ତି ହେୟାର ଟ୍ରାନ୍ସପ୍ଲାଣ୍ଟ ଚିକିତ୍ସା କରିଥିଲେ । ହେୟାର ଟ୍ରାନ୍ସପ୍ଲାଣ୍ଟ କରିବା ପରେ ସେ ବିଭିନ୍ନ ସାଇଡ ଇଫେକ୍ଟସ ର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି ।

ପୋଲିସର ସୂଚନା ଅନୁଯାୟୀ ମୃତ ଅଥାର ରସିଦଙ୍କର ଭୁଲ ଭାବେ ହେୟାର ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ ହୋଇଥିଲା । ଫଳରେ ସେରସିସ ସଂକ୍ରମଣରେ ଆକ୍ରାନ୍ତ ହୋଇ ଅଥାରଙ୍କ ମୃତ୍ୟୁ ହୋଇଥିଲା । ଅଥାରଙ୍କ ମା କହିଛନ୍ତି ଯେ, ୩୦ ବର୍ଷିୟ ଅଥାର ନିଜ ତ୍ୱଚାରେ କେଶ ପ୍ରତିରୋପଣ କରିବା ପାଇଁ ଅସ୍ତ୍ରୋପଚାର କରିଥିଲେ । ଏବଂ ପରେ ସଂକ୍ରମଣର ଶିକାର ହୋଇଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ, ରସିଦଙ୍କ କିଡନୀ କାମ କରିବା ବନ୍ଦ ହେବା ସହିତ ମୁହଁ ଫୁଲିବାରେ ଲାଗିଥିଲା । ପରେ ତାଙ୍କର ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗ କାମ ମରିବା ବନ୍ଦ କରି ଦେଇଥିଲା । ପରେ ସେ ମୃତ୍ୟୁବରଣ କରିଥିଲେ । ସମ୍ପୃକ୍ତ ଘଟଣାକୁ ନେଇ ରଶିଦଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କୁ ଆଧାର କରି ପୋଲିସ ଅସ୍ତ୍ରୋପଚାର କରିଥିବା ଦୁଇ ଜଣଙ୍କ ସମେତ ୪ଜଣଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.