fbpx

ଭିତରୁ ସୁନ୍ଦର ହେବା ପାଇଁ ଚୋବାଇ ଚୋବାଇ ଖାଇଲେ ସାବୁନ୍

ନୂଆଦିଲ୍ଲୀ: ଆପଣ ଅନେକ ସମୟରେ ଶୁଣିଥିବେ ସୁନ୍ଦରତା ମଣିଷ ମନରେ ଥାଏ ଚେହେରାରେ ନଥାଏ । ଚେହେରାରୁ ମଣିଷ ଯେତେ ସୁନ୍ଦର ହୋଇଥିଲେ ମଧ୍ୟ ମନ ସଫା ନଥିଲେ ସେ ସୁନ୍ଦରତାର କୌଣସି ମୂଲ୍ୟ ନଥାଏ । ଏହାର ଅର୍ଥ ହେଉଛି ମଣିଷ ନିଜ ଭିତରର ପ୍ରକୃତିକୁ ସୁନ୍ଦର ରଖିବା ଜରୁରୀ । ମନରେ ଭଲପାଇବା ରଖିବା ଆବଶ୍ୟକ, ଅନ୍ୟମାନଙ୍କ ପ୍ରତି ଦୟା ଭାବନା ରଖିବା କଥା । ଏହି ସବୁ ପ୍ରକୃତି ଯାହାର ରହିଥାଏ ସେ ପ୍ରକୃତ ସୁନ୍ଦର ବୋଲି କୁହାଯାଇଥାଏ । କିନ୍ତୁ ଭିତରୁ ସୁନ୍ଦର ହେବା କଥାଟିକୁ ଜଣେ ବ୍ୟକ୍ତି ଭୁଲ୍ ଭାବେ ଗ୍ରହଣ କରିଥିବାର ଦେଖିବାକୁ ମିଳିଛି । ପରିଣାମ ସ୍ୱରୂପ କ୍ୟାମେରା ସାମ୍ନାରେ ସେ ଏକ ଭୟଙ୍କର କାମ କରିଛନ୍ତି ।

ମଣିଷ ସୁନ୍ଦର ଦିଶିବା ପାଇଁ ବିଭିନ୍ନ ପ୍ରକାର ବ୍ୟୁଟି ପ୍ରଡକ୍ଟସ ବ୍ୟବହାର କରିଥାଏ । ଏହି ସବୁ ପ୍ରଡକ୍ଟସ ଚେହେରାରେ ସୌନ୍ଦର୍ଯ୍ୟ ଆଣିବ ବୋଲି ଦାବି କରିଥାଏ । କିନ୍ତୁ ମନରୁ ସୁନ୍ଦର ହେବା କଥାକୁ ହୁଏତ ଅଧିକ ଗୁରୁତର ସହ ନେଇଯାଇଛନ୍ତି । ଆଉ ଏହି ବ୍ୟକ୍ତି ଜଣକ ଭିତରୁ ସୁନ୍ଦର ହେବାକୁ ଚାହୁଁଥିବାରୁ ବ୍ୟୁଟି ପ୍ରଡକ୍ଟସକୁ ଖାଇବା ଭଳି ଉପାୟ ବାଛିଛନ୍ତି । ସୁନ୍ଦର ଦିଶିବା ପାଇଁ ନିଜର ପ୍ରକୃତି ବା ବ୍ୟକ୍ତିତ୍ୱରେ ପରିବର୍ତ୍ତନ ନଆଣି ଏଭଳି ଉପାୟରେ ସେ ଭିତରୁ ସୁନ୍ଦର ହେବେ ବୋଲି ଧରିନେଇଛନ୍ତି ।

ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଡଭ୍ ସାବୁନ୍ ଖାଉଥିବାର ଆପଣମାନେ ଦେଖିବାକୁ ପାଇବେ । ଭିଡିଓରେ ଗାଜର ଚୋବାଇବା ଭଳି ସେ ଏହି ଡଭ୍ ସାବୁନକୁ ଚୋବାଇ ଖାଉଥିବାର ଦେଖିବାକୁ ମିଳିବ । ଭାଇରାଲ ହୋଇଥିବା ଏହି ଭିଡିଓର କ୍ୟପସନରେ ଲେଖା ଅଛି ‘ଭିତରୁ ସୁନ୍ଦର ହେବା ପାଇଁ ଚେଷ୍ଟା’ । ଫେସବୁକର ବେବକୁଭ ଡଟ କମ ନାମକ ଏକ ଅଫିସିଆଲ ଆକାଉଣ୍ଟରୁ ଏହି ଭିଡିଓଟି ସେୟାର ହୋଇଥିଲା । ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖିବା ସହ ଲୋକମାନେ ନିଜର ପ୍ରତିକ୍ରିୟା ରଖିଛନ୍ତି ।

Get real time updates directly on you device, subscribe now.