fbpx

ମହଙ୍ଗା ପଡିଲା ଟିକ୍ ଟକ୍ ଭିଡିଓ; ସ୍ତ୍ରୀ ଓ ଶାଶୁର ଜୀବନ ନେଲା ଯୁବକ

ନୂଆଦିଲ୍ଲୀ: ସାମାନ୍ୟ ଟିକ୍ ଟକ୍ ଭିଡିଓ ପାଇଁ ନିଜର ସ୍ତ୍ରୀ ଓ ଶାଶୁକୁ ଗୁଳି କରି ହତ୍ୟା କରିଛି ଜଣେ ଯୁବକ । ଟିକ୍ ଟକ୍ ଭିଡିଓ ବନାଇବା ମହିଳା ଜଣଙ୍କୁ ପସନ୍ଦ ଥିବା ବେଳେ ସ୍ୱାମୀ କିନ୍ତୁ ଏହାକୁ ବିରୋଧ କରୁଥିଲେ । ଏଭଳି ଏକ ଘଟଣା ଘଟିଛି ପାକିସ୍ତାନର କରାଚୀରେ । ସ୍ତ୍ରୀର ଟିକ୍ ଟକ୍ ଭିଡିଓ କାରଣରୁ ଯୁବକ ଜଣଙ୍କ ଉଭୟଙ୍କୁ ହତ୍ୟା ଭଳି ବର୍ବର କାଣ୍ଡ ଭିଆଇଛି । କରାଚୀର ଲାଣ୍ଡି ଅଞ୍ଚଳରେ ବାସ କରୁଥିବା ଯୁବକ ଇଶାକ୍ ଓ ରେଶମା ପରସ୍ପରକୁ ବିବାହ କରିଥିଲେ । ରେଶମାଙ୍କୁ ଟିକ୍ ଟକ୍ ଭିଡିଓ ପସନ୍ଦ ଥିବା ବେଳେ ଇଶାକ୍ ଏହାକୁ ବିରୋଧ କରିଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଏକାଧିକ ଥର ଝଗଡା ମଧ୍ୟ ହୋଇଥିଲା । ଏପରିକି ରେଶମାଙ୍କ ଘରୁ ବାହାରିବା, ଫୋନରେ କଥା ହେବାକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଝଗଡା ହେଉଥିଲା ।

ବାରମ୍ବାର ଝଗଡା ପରେ ମହିଳା ଜଣକ ନିଜ ବାପଘରକୁ ପଳାଇ ଯାଇଥିଲେ । ଏଥିରେ ଉତକ୍ଷିପ୍ତ ଇଶାକ୍ ଶଶୂର ଘରେ ପହଞ୍ଚି ଶାଶୁ ଓ ସ୍ତ୍ରୀ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଥିବା ବେଳେ ଇଶାକ୍ ଫେରାର ରହିଥିବା ଜଣାପଡିଛି ।

Get real time updates directly on you device, subscribe now.