fbpx

୨୮ ପତ୍ନୀ, ୩୫ ପିଲା ଓ ୧୨୬ ନାତି-ନାତୁଣିଙ୍କ ସାମ୍ନାରେ ୩୭ତମ ବିବାହ ରଚିଲେ ବ୍ୟକ୍ତି, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ଆପଣମାନେ ରାଜାମାନଙ୍କର ଅନେକ ବାହାଘର କାହାଣୀ ତ ଶୁଣିଥିବେ, କିନ୍ତୁ ଆଜିର ଯୁଗରେ ବି ଏପରି ଘଟଣା ଆପଣ କେବେ କଳ୍ପନା ବି କରିନଥିବେ । ନିକଟରେ ଜଣେ ବ୍ୟକ୍ତି ୩୭ ତମ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରି କୁହାଯାଇଛି ଯେ ଜଣେ ବୃଦ୍ଧ ନିଜର ୨୮ ପତ୍ନୀ, ୩୫ ପିଲା ଓ ୧୨୬ ନାତି-ନାତୁଣିଙ୍କ ସାମ୍ନାରେ ୩୭ ତମ ପତ୍ନୀଙ୍କୁ ବିବାହ କରିଛନ୍ତି ।

୪୫ ସେକେଣ୍ଡର ଏହି କ୍ଲିପକୁ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ଟ୍ୱିଟ କରି ସେଥିରେ ଲେଖିଛନ୍ତି ଯେ, “ସବୁଠାରୁ ସାହସୀ ବ୍ୟକ୍ତି … ଜୀବିତ । ୨୮ ପତ୍ନୀ, ୧୩୫ ପିଲା ଏବଂ ୧୨୬ ନାତି-ନାତୁଣୀଙ୍କ ସାମ୍ନାରେ ୩୭ ତମ ବିବାହ କରିଛନ୍ତି ।’

ତେବେ ଏହି ଅଜଣା ଭିଡିଓ କେବେ ଓ କେଉଁଠାରେ ସୁଟିଂ କରାଯାଇଥିଲା ସେ ସମ୍ପର୍କରେ କୌଣସି ସୂଚନା ନାହିଁ । ଜଣେ ଉପଭୋକ୍ତା କହିଛନ୍ତି, “କେତେ ବଡ ଭାଗ୍ୟ, ଏଠାରେ କେବଳ ଗୋଟିଏ ସମ୍ଭାଳିବା କଷ୍ଟକର ହୋଇଛି ।’ ଅନ୍ୟ ଜଣେ ଲେଖିଛନ୍ତି, ‘ମୋର ଏପର୍ଯ୍ୟନ୍ତ ଗୋଟିଏ ନୂଆ ବାହାଘର କରିବାକୁ ସାହସ ନାହିଁ, ଆଉ ଏହି ବ୍ୟକ୍ତି ୩୭ତମ ,ବାହାହୋଇଛନ୍ତି । ଅନ୍ୟ ଜଣେ କହିଛନ୍ତି ଯେ, ‘ସିଙ୍ଗଲମାନେ ଏହାକୁ ଦେଖିଲେ ତ ଆରଆଇପି ହୋଇଯିବେ ।’

ଏହାପୂର୍ବରୁ ଜଣେ ତାଇୱାନର ଜଣେ ପୁରୁଷ ଜଣେ ମହିଳାଙ୍କୁ ଚାରିଥର ବିବାହ କରିଥିଲେ ଏବଂ ୩୭ ଦିନ ମଧ୍ୟରେ ତାଙ୍କୁ ତିନିଥର ଛାଡପତ୍ର ଦେଇଥିଲେ ।

Get real time updates directly on you device, subscribe now.