fbpx

ଅଫିସରୁ ଛୁଟି ପାଇଁ ଗୋଟିଏ ଝିଅକୁ ୪ଥର ବିବାହ ଏବଂ ୩ ଥର ଛାଡପତ୍ର !

ନୂଆଦିଲ୍ଲୀ ୧୫ ।୪(ଓଡିଶା ଭାସ୍କର) : ପ୍ରତିଦିନ ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ସମସ୍ତଙ୍କୁ ଛୁଟିର ଆବଶ୍ୟକତା ରହଛି । ଛୁଟି ପାଇଁ ଲୋକମାନେ ଅନେକ ବାହାନା କରିଥାନ୍ତି । କେବେ ଶୁଣିଛନ୍ତି କି ଛୁଟି ପାଇଁ ଜଣେ ବାରମ୍ବାର ବିବାହ କରିବା । ଏମିତି ଏକ ଘଟଣା ତାଇୱାନରେ ହୋଇଥିବା ଜଣା ପଡିଛି । ସେଠାକାର ଜଣେ ବ୍ୟକ୍ତି ଅଫିସୁର ଛୁଟି ନେବା ପାଇଁ ଗୋଟିଏ ଝିଅକୁ ବାରମ୍ବାର ବିବାହ କରିବା ସହିତ ଛାଡପତ୍ର ମଧ୍ୟ ଦେଇଥିଲେ । ସୂଚନା ଅନୁସରେ ଜଣେ ବ୍ୟକ୍ତି ୧ମାସ ୭ ଦିନ ମଧ୍ୟରେ ଗୋଟଏ ଝିଅକୁ ୪ ଥର ବିବାହ କରିବା ସହ ୩ ଥର ଛାଡପତ୍ର ଦେଇଥିଲେ । ସେ ଏଭଳି ବାହାନା କେବଳ ଛୁଟି ପାଇବାକୁ କରିଥିଲେ। ତାଇପେଇର ଏକ ବ୍ୟାଙ୍କରେ ଜଣେ ବ୍ୟକ୍ତି କିରାଣୀ ଭାବରେ କାମ କରନ୍ତି। ସେ ଯେତେବେଳେ ଛୁଟି ମାଗିଥିଲେ ତାଙ୍କୁ ୮ ଦିନର ଛୁଟି ମିଳିଥିଲା। ୬ ଅପ୍ରେଲ ୨୦୨୦ ରେ ତାଙ୍କର ବିବାହ ହୋଇଥିଲା । ବିବାହ ହେବାର କିଛି ଦିନ ପରେ ଛୁଟି ଶେଷ ହୋଇଯାଇଥିଲା।

ଏହାପରେ ବ୍ୟକ୍ତି ଜଣକ ନିଜର ପତ୍ନୀଙ୍କୁ ଛାଡପତ୍ର ଦେଇଥିଲେ ଓ ତାଙ୍କୁ ପୁଣିଥରେ ବିବାହ କରିଥିଲେ। ପରେ ସେ ଆଇନ୍ ଓ ନିୟମ ଦର୍ଶାଇ ଛୁଟି ପାଇଁ ପୁଣିଥରେ ଆବେଦନ କରିଥିଲେ। ଏଭଳି ଭାବରେ ୪ଟି ବିବାହ ପାଇଁ ସେ ୩୨ ଦିନର ଛୁଟି ପାଇଥିଲେ। ଏନେଇ ସନ୍ଦେହ ହେବା ପରେ ପେଡ୍ ଲିଭ୍ ପାଇଁ ଛୁଟି ଦେବାକୁ ବ୍ୟାଙ୍କ ମନା କରିଦେଇଥିଲା। ଏହାପରେ ବି ସେ ୪ ଥର ବିବାହ କରିବା ସହ ତିନି ଥର ଛାଡପତ୍ର ନେବାର ନିଷ୍ପତ୍ତି ନେଇଥିଲେ। ବ୍ୟାଙ୍କ ଛୁଟି ଦେବାକୁ ମନା କରି ଦେବାରୁ ବ୍ୟକ୍ତିଜଣକ ବ୍ୟାଙ୍କ ବିରୋଧରେ ତାଇପେଇ ସିଟି ଲେବର ବ୍ୟୁରୋରେ ଅଭିଯୋଗ ରୁଜୁ କରିଥିଲେ। ଏଠି କହି ରଖୁଛୁ କି ଆଇନ ଅନୁସାରେ, କର୍ମଚାରୀଙ୍କ ବିବାହ ପାଇଁ ୮ ଦିନର ପେଡ୍ ଲିଭ୍ ମିଳିବା ବାଧ୍ୟତାମୂଳକ।

Get real time updates directly on you device, subscribe now.