୩ ବର୍ଷ ପରେ ଦିଲ୍ଲୀ ମେଟ୍ରୋରେ ଦେଖାହେଲା EX, କିନ୍ତୁ ତା’ପରେ କିଛି ଏପରି ଘଟିଲା ଆପଣ କେବେ ବି ଭାବି ବି ନଥିବେ …

୩ ବର୍ଷ ପରେ ଦିଲ୍ଲୀ ମେଟ୍ରୋରେ ଦେଖାହେଲା EX...

ନୂଆଦିଲ୍ଲୀ: ଥରେ କଳ୍ପନା କରନ୍ତୁ ତ, ଆପଣ ସବୁଦିନ ପରି ଅଫିସରୁ ଘରକୁ ଫେରୁଥିବେ । ହଠାତ୍ ସେହି ସ୍ଥାନରେ ହଜାରେ ଭିଡ଼ ଭିତରେ ତୁମର ପୂର୍ବତନ ପ୍ରେମିକା କି ପ୍ରେମିକ ଦେଖା ହୋଇଯିବ । ସେତେବେଳେ ଆପଣ କ’ଣ କରିବେ…ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କ ସହିତ ମଧ୍ୟ ସମାନ ଘଟଣା ଘଟିଥିଲା । ବ୍ୟକ୍ତି ଜଣଙ୍କ ରେଡିଟ୍‌ରେ ସେହି ଦିନର ଘଟଣା ସେୟାର କରିଛନ୍ତି । ବ୍ୟକ୍ତି ଜଣଙ୍କ ଲେଖିଛନ୍ତି, ‘ମୁଁ ଗୁରଗାଓଁ ରୁ ଗ୍ରୀନ୍ ପାର୍କ ଯାଉଥିଲି। ରାଜୀବ ଚୌକରେ ଭିଡ଼ ବହୁତ ଥିଲା କିନ୍ତୁ ସେତେବେଳେ ମୁଁ ମୋର EXଙ୍କୁ ଦେଖିଲି । ଦୀର୍ଘ ୩ ବର୍ଷ ପରେ ପ୍ରଥମ ଥର ପାଇଁ ଦେଖି ଲାଗିଲା ଯେମିତି ସମୟ ସେଠାରେ ଅଟକି ଯାଇଛି । ସେ ହସି ହସି ମୋତେ କହିଲେ- ହାଏ, ବହୁତ ଦିନ ପରେ…

ଭାଇରାଲ ପୋଷ୍ଟ: Reddit ପୋଷ୍ଟ ଅନୁଯାୟୀ, ଦୁଇଜଣ କିଛି ସମୟ କଥାବାର୍ତ୍ତା ହୋଇଥିଲେ । କିନ୍ତୁ ତାଙ୍କ ଭିତରେ ଥିବା କିଛି ନିରବତା ଅନେକ କିଛି କହିଦେଉଥିଲା । ବ୍ୟକ୍ତି ଜଣକ ଲେଖିଛନ୍ତି, “ସେ ହୌଜ ଖାସ୍ ଷ୍ଟେସନରେ ଓହ୍ଲାଇ ମୋତେ କହିଲେ, ‘ତୁମ ସହ ଦେଖା ହେଇ ଭଲ ଲାଗିଲା।’ ଆଉ ଉତ୍ତରରେ ମୁଁ କହିଲି, ‘ହଁ, ମୋତେ ବି,’ କିନ୍ତୁ ମୁଁ ସେଠାରେ ରହିଗଲି, ଆଉ ମୋର ଷ୍ଟେସନ ଚାଲିଗଲା।” “କେବେ କେବେ closure ମାନେ ଏହା ନୁହେଁ ଯେ ଆପଣ କାହାକୁ ଭୁଲି ଯାଇଛନ୍ତି, ଏମିତି ଲାଗେ ଯେ ବୋଧ ହୁଏ ଆପଣ ଏବେବି କୋଉଠି ନା କୋଉଠି ତାଙ୍କ ସହ ଯୋଡି ହୋଇ ଅଛନ୍ତି । ବାସ୍ ଜୀବନ ଆଗକୁ ବଢିଯାଇଛି ।”

ଲୋକଙ୍କ ପ୍ରତିକ୍ରିୟା: ଏହି ପୋଷ୍ଟଟି ଅକ୍ଟୋବର ୧୦ ତାରିଖରେ ସେୟାର କରାଯାଇଥିଲା । ଏଯାବତ୍ ଏଥୋରେ ୧୭୦୦ ରୁ ଅଧିକ ଅପଭୋଟ୍ ମିଳିସାରିଛି। ଏହାକୁ ପଢ଼ିବା ପରେ ଅନେକ ଉପୋଭକ୍ତା ସେମାନଙ୍କର ଅଭିଜ୍ଞତା ସେୟାର କରିଛନ୍ତି । ଜଣେ ଲେଖିଛନ୍ତି, “ଭାଇ, ଏହା ଏକ ସଙ୍କେତ, ଏବଂ ଆଜି କରୱା ଚୌଥ୍ ମଧ୍ୟ।” ଆଉ ଜଣେ କହିଛନ୍ତି, “ମନେରଖ… ଯେତେବେଳେ ସେ ବାହାରକୁ ଯାଇଥିଲେ, ତୁମେ ହିଁ ଦ୍ୱାର ବନ୍ଦ କରିଥିଲ।”