fbpx

ମଣିଷ ନା ରାକ୍ଷସ: ଚରିତ୍ର ସନ୍ଦେହରେ ପତ୍ନୀଙ୍କୁ ୩୦୦ ଥର ଛୁରୀ ଭୁସି ହତ୍ୟା

ନୂଆଦିଲ୍ଲୀ, ୧୨ା୪: ସାଧାରଣତଃ ଅପରାଧ ଶ୍ରେଣୀର ବ୍ୟକ୍ତିମାନେ ଜଣକୁ ଛୁରୀ, ବନ୍ଧୁକ ଆଦି ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥାନ୍ତି । ଯଦି ଜଣେ ଅପରାଧୀ ନିଜ ପତ୍ନୀଙ୍କୁ ଛୁରୀରେ ୩୦୦ ଥର ଆଘାତ କରନ୍ତି, ତେବେ ତାକୁ କ’ଣ କୁହାଯିବ । ଏମାନେ ଅପରାଧୀ ନୁହନ୍ତି, ତାଙ୍କଠାରୁ ଭୟଙ୍କର,ଏମାନେ ହେଉଛନ୍ତି ରାକ୍ଷସ ଶ୍ରେଣୀର । ବ୍ରିଟେନରେ ଜଣେ ବ୍ୟକ୍ତି ଏଭଳି ବର୍ବରକାଣ୍ଡ ଘଟାଇଛନ୍ତି । ଏହି ଘଟଣାରେ କୋର୍ଟ ଦୋଷୀକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।

ନିଜର ମାଆଙ୍କ ମୁହଁରେ ୪ଟି ଛୁରୀରେ ତାଙ୍କ ପିତା ୩୦୦ ଥର ଆଘାତ କରିଥିବା ଦୋଷୀର ଝିଅ କୋର୍ଟରେ ବୟାନ ଦେଇଛନ୍ତି । ତାଙ୍କ ମାଆଙ୍କୁ ହତ୍ୟା କରିବା ପରେ ତାଙ୍କ ପିତା ବାଥରୁମରେ ଖୁସିରେ ଗାଧୋଉଥିଲେ । ଏଥିସହ ଝିଅ ଜଣକ ଦୋଷୀଙ୍କୁ ନିଜ ପିତା ସମ୍ବୋଦନ କରିବାକୁ ମଧ୍ୟ ମନା କରିଦେଇଥିବା ଜଣାପଡ଼ିଛି । ନିଜର ପତ୍ନୀଙ୍କର ଅନୈତିକ ସମ୍ପର୍କ ସନ୍ଦେହ କରି ୬୦ ବର୍ଷୀୟ ଦୋଷୀ ଜଣକ ଏହି ଘଟଣା ଘଟାଇଛନ୍ତି । ଜଣେ ମହିଳାଙ୍କୁ ଏଭଳି ଯନ୍ତ୍ରଣା ଦେଇ ହତ୍ୟା କରିଥିବା ଅପରାଧୀଙ୍କୁ ଯେତେ ନିନ୍ଦା କଲେ କମ ହେବ ବୋଲି କୋର୍ଟ ମଧ୍ୟ କହିଛନ୍ତି ।

Get real time updates directly on you device, subscribe now.