fbpx

ରାସ୍ତାରୁ ପାଇଲେ ଏଟିଏମ୍, ଟଙ୍କାବି ଉଠାଇଲେ: ହେଲେ ବାଧା ଦେଲା ବିବେକ, ଫେରାଇଲେ ଟଙ୍କା; ଦେଖନ୍ତୁ ଭିଡିଓ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାସ୍ତାରୁ ପାଇଲେ ଏଟିଏମ୍ କାର୍ଡ, ଲୋଭର ବଶବର୍ତ୍ତୀ ହୋଇ ଟଙ୍କା ବି ଉଠେଇଲେ । ହେଲେ ପରେ ବିବେକ ବାଧା ଦେବା ପରେ ଉଠାଇଥିବା ୨୪ ହଜାର ଟଙ୍କା ଓ ଏଟିଏମ୍ କାର୍ଡ ଲକ୍ଷ୍ମୀସାଗର ଥାନାରେ ହସ୍ତାନ୍ତର କଲେ ଓ ନିଜ ମୋବାଇଲ ନମ୍ବର ସହ ସମ୍ପୂର୍ଣ୍ଣ ବିବରଣୀ ସୋସିଆଲ ମିଡିଆରେ ଛାଡିଲେ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ । ଗତ ସୋମବାର ବିଜେବି ନଗରର ଏକ ପାର୍କ ପାଖରେ ଏଟିଏମ କାର୍ଡଟି ପଡିଥିବା ଦେଖିବାକୁ ପାଇଥିଲେ ଦୁର୍ଗା ଚରଣ ଦାସ । କାର୍ଡ ପାଇବା କ୍ଷଣି ନିକଟସ୍ଥ କାଉଣ୍ଟରକୁ ଯାଇ ୨୪ ହଜାର ଟଙ୍କା ଉଠାଇଥିଲେ, କାରଣ ଏଟିଏମ ପଛପଟେ ଲେଖାଥିଲା ପାସୱାର୍ଡ । କିନ୍ତୁ ହୋଇପାରନଥିଲେ ଖୁସି ବାଧା ଦେଇଥିଲା ବିବେକ, ଆଉ କାର୍ଡ ଓ ଟଙ୍କା ନେଇ ଥାନାରେ ଦାଖଲ କରିଥିଲେ ଦୁର୍ଗା। ପରେ ପୋଲିସ ସହାୟତାରେ କାର୍ଡଟିକୁ ତାର ପ୍ରକୃତ ମାଲିକଙ୍କୁ ଫେରାଯାଇଥିଲା। ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.