fbpx

ବଞ୍ଚିପାରିଲାନି ଜୀବନ, କିନ୍ତୁ ମୃତ୍ୟୁ ପରେ ବଞ୍ଚାଇଦେଲେ ୩ ଜଣକ ଜୀବନ, ପଢ଼ନ୍ତୁ ଏହି କାହାଣୀ…

ନୂଆଦିଲ୍ଲୀ: କୁହାଯାଏ ଭଗବାନଙ୍କ ଲୀଳା କେହି ଜାଣନ୍ତି ନାହିଁ । କେତେବେଳେ କାହା ସହ କ’ଣ ଘଟିବ ତାହା କେହିବି ଜାଣନ୍ତି ନାହିଁ । ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଭାବବିହ୍ୱଳ ହୋଇପଡ଼ିବେ । କାରଣ ଜଣେ ବ୍ୟକ୍ତି ମୃତ୍ୟୁ ପରେ ବି ବଞ୍ଚାଇଦେଇଛନ୍ତି ୩ ଜଣଙ୍କ ଜୀବନ । ନିଜ ଜୀବନର ଡୋରି ଛିଡ଼ିଯାଇଥିଲେ ବି ୩ ଜଣକ ଜୀବନ ଡୋରି ବାନ୍ଧି ଦେଇଛନ୍ତି ।

ଘଟଣାଟି ଥିଲା ଏମିତି, ବିହାର ବୈଶାଳୀର ଜଣେ ବ୍ୟକ୍ତି ନିଜ ଝିଅର ବିବାହ ପାଇଁ ଦିଲ୍ଲୀର ଜଣେ ସଂପର୍କୀୟଙ୍କ ଘରକୁ ଆସିଥିଲେ । କିନ୍ତୁ ଭାଗ୍ୟର ବିଡମ୍ବନା ଯେ ସଂପର୍କୀୟଙ୍କ ଘର ଛାତରୁ ପଡ଼ି ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କିଛି ଘଣ୍ଟା ମଧ୍ୟରେ ଡାକ୍ତର ବ୍ରେନ୍ ଡେଡ୍ ଘୋଷଣା କରିଥିଲେ । ଆଉ ଯାହାପରେ ତାଙ୍କ ପରିବାର ଉପରେ ଛିଡ଼ି ପଡ଼ିଥିଲା ଚଡ଼କ । ସ୍ତବ୍ଧ ହୋଇଯାଇଥିଲା ପୂରା ପରିବାର ।

ତେବେ ସାହସ ରଖି ତାଙ୍କ ପରିବାର ରଖି ନେଇଥିଲେ ଏକ ବଡ଼ ନିଷ୍ପତ୍ତି ଏବଂ ପରିବାର ଲୋକ ତାଙ୍କର କରିଥିଲେ ଅଙ୍ଗଦାନ । ବ୍ୟକ୍ତିଙ୍କ ହାର୍ଟ ଜଣେ ୪୦ ମହିଳାଙ୍କଠାରେ ପ୍ରତ୍ୟାରୋପଣ କରାଯାଇଥିଲା, ଲିଭର ଜଣେ ୬୨ ବର୍ଷିୟ ବ୍ୟକ୍ତି, ୫୬ ବର୍ଷିୟ ବ୍ୟକ୍ତିଙ୍କ ଠାରେ କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା ।

ମୃତକଙ୍କ ହାର୍ଟ ପ୍ରତ୍ୟାରୋପଣ ହୋଇଥିବା ସେହି ୪୦ ବର୍ଷୀୟ ମହିଳାଙ୍କ ସ୍ୱାମୀ କହିଛନ୍ତି ଯେ ସେ ୨୦୧୫ ରୁ ତାଙ୍କ ପତ୍ନୀଙ୍କ ହାର୍ଟ ଡୋନର ଖୋଜୁଥିଲେ । ସେ ମୃତକଙ୍କୁ ପରିବାରର ନିଷ୍ପତ୍ତିକୁ ସ୍ୱାଗତ ଜଣାଇବା ସହ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.